କମ୍‌ କଥା କହି ଝିଅମାନଙ୍କ ମନ ଜିଣିଥାନ୍ତି ବଲିଉଡ୍‌ର ଏହି ରକଷ୍ଟାର

ବଲିଉଡ୍‌ର ‘ରକ୍‌ଷ୍ଟାର’ ରଣବୀର କପୁର ୨୮ ସେପ୍ଟେମ୍ବର ୧୯୮୨ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଆଜି ହେଉଛି ତାଙ୍କର ଜନ୍ମଦିନ। ରଣବୀର ହେଉଛନ୍ତି ବଲିଉଡ୍‌ର ସର୍ବପୁରାତନ ପ୍ରୀତିରାଜ କପୁର ପରିବାରର ୪ର୍ଥ ଉତ୍ତରାଧିକାରୀ। ସ୍ବର୍ଗତ ଅଭିନେତା ଋଷି କପୁର ଏବଂ ନୀତୁ କପୁରଙ୍କ ପୁଅ।
ରଣବୀରଙ୍କ ପରିବାର ଚଳଚ୍ଚିତ୍ର ପୃଷ୍ଠଭୂମି ହେତୁ ସେ ପିଲାଟିଦିନରୁ ହିରୋ ହେବାର ସ୍ପପ୍ନ ଦେଖୁଥିଲେ। ୨୦୦୭ରେ ସୋନମ କପୁରଙ୍କ ସହ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ସାଓ୍‌ବରିୟା’ରୁ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ବର୍ତ୍ତମାନ ରଣବୀର ବଲିଉଡ୍‌ର ଶ୍ରେଷ୍ଠ ଅଭିନେତାଙ୍କ ମଧ୍ୟରେ ଅନ୍ୟତମ।
ରଣବୀର ସବୁବେଳେ କମ୍‌ କଥା ହେବାକୁ ଭଲ ପାଇଥାନ୍ତି। ଏକ ସାକ୍ଷାତକାରରେ ସେ ଏହା କହିଥିଲେ। ସାଓ୍ବରିୟା ସମେତ ରାଜନୀତି, ଓ୍ବେକ୍‌ ଅପ୍‌ ସିଡ, ୟେ ଜଓ୍ବାନୀ ହୈ ଦିଓ୍ବାନୀ, ରକଷ୍ଟାର, ବର୍ଫି, ଏ ଦିଲ୍‌ ହୈ ମୁସ୍କିଲ, ସଞ୍ଜୁ, ଆଦି ଫିଲ୍ମରେ ନିଜର ସୁନ୍ଦର ଅଭିନୟ ପାଇଁ ପ୍ରଶଂସକଙ୍କୁ ନିଜପ୍ରତି ପ୍ରଭାବିତ କରିପାରିଛନ୍ତି। ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ରଣବୀରଙ୍କୁ ପ୍ରେମିକା ଆଲିଆ ଭଟ୍ଟଙ୍କ ସହ ଦେଖିବାକୁ ମିଳିବ। ଫିଲ୍ମର ରିଲିଜ୍‌କୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ଏଥିରେ ଅମିତାଭ ବଚ୍ଚନ ମଧ୍ୟ ଅଭିନୟ କରିଛନ୍ତି। କରଣ ଜୋହର ଏହାର ନିର୍ମାଣ ଦାୟିତ୍ୱରେ ରହିଛନ୍ତି। ୨୦୨୧ରେ ଏହା ରିଲିଜ୍‌ ହେବ ବୋଲି ଆଶା କରାଯାଉଛି।

Share