ଜାଣନ୍ତୁ ଅମିରଙ୍କ ଜନ୍ମଦିନରେ କିଏ ଜଣାଇଥିଲେ ପ୍ରଥମ ଶୁଭେଚ୍ଛା

ବଲିଉଡ୍‌ ଅଭିନେତା ଅମିର ଖାନ୍‌ଙ୍କୁ କିଏ ବା ନ ଜାଣେ। ସେ ତାଙ୍କର ଲୁକ୍‌ ଏବଂ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିଥାନ୍ତି। ତେବେ ଆଜି ଅର୍ଥାତ୍‌ ମାର୍ଚ୍ଚ ୧୪ରେ ଅମିର ତାଙ୍କର ୫୭ ତମ ଜନ୍ମଦିନ ପାଳୁଛନ୍ତି। ପ୍ରସଂଶକଙ୍କ ଠାରୁ ସେଲିବ୍ରିଟି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ତେବେ ତାଙ୍କୁ ପ୍ରଥମେ କିଏ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସେନେଇ ଅମିର ସମସ୍ତଙ୍କ ସହ ଶେୟାର କରିଛନ୍ତି। ସେ ହେଉଛନ୍ତି ଅମୀରଙ୍କ ଝିଅ-ପୁଅ ଇରା ଖାନ୍‌ ଏବଂ ଜୁନାଦ ଖାନ୍‌। ଦୁହେଁ ପ୍ରଥମେ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ଅମିର କହିଛନ୍ତି।
ଇରା ଖାନ୍‌ ଏବଂ ଜୁନାଦ ଖାନ୍‌ ହେଉଛନ୍ତି ପ୍ରଥମ ସ୍ତ୍ରୀ ରେନା ଦତ୍ତଙ୍କ ଝିଅ-ପୁଅ। ରେନା ଦତ୍ତଙ୍କ ସହିତ ଅଲଗା ହୋଇଯିବା ପରେ ମଧ୍ୟ ଅମିରଙ୍କର ତାଙ୍କ ସହ ଏବେ ବି ଭଲ ସମ୍ପର୍କ ଅଛି।

Share