Categories: ଫୁରସତ

ଜନ୍ମଦିନରେ ଯୁବତୀ ଦେଲେ ଅନ୍ତିମ ସତ୍କାର ପାର୍ଟି, କାରଣ ଜାଣିଲେ…

ପିଲା ହୁଅନ୍ତୁ କିମ୍ବା ବୟସ୍କ। ସମସ୍ତେ ଜନ୍ମଦିନ ପାଳନ କରିବାକୁ ପ୍ରାୟତଃ ଭଲ ପାଆନ୍ତି। ତଥାପି ଅନେକ ଲୋକ ଏହାକୁ ସହଜରେ ଗ୍ରହଣ କରନ୍ତି ନାହିଁ। କିଛି ଲୋକ ଜନ୍ମଦିନକୁ ଏକ ନକାରାତ୍ମକ ଢଙ୍ଗରେ ଦେଖନ୍ତି ଏବଂ ବିଶ୍ୱାସ କରନ୍ତି ଯେ, ଏହା ଏକ ଖୁସିର ବିଷୟ ନୁହେଁ ବରଂ ଏକ ଦୁଃଖଦ ବିଷୟ। କାରଣ ଜନ୍ମଦିନ ଆସିବା ପରେ ସେମାନଙ୍କ ଜୀବନର ଗୋଟିଏ ବର୍ଷ କମିଯାଏ। ସେହିପରି ଜଣେ ଯୁବତୀ ତାଙ୍କ ଜନ୍ମଦିନକୁ ଅନ୍ତିମ ସତ୍କାର ଥିମ୍‌ ଜନ୍ମଦିନ ପାର୍ଟି ଭାବେ ପାଳନ କରିଛନ୍ତି। ଯାହାର କିଛି ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

କାନାଡାର ଭାନକୋଭର ବାସିନ୍ଦା ଜେସିକା ଲକ୍ସ ତାଙ୍କ ଜନ୍ମଦିନକୁ ଅଜବ ଢଙ୍ଗରେ ପାଳନ କରିଛନ୍ତି। ସେ ତାଙ୍କର ୩୦ତମ ଜନ୍ମଦିନ ଅଦ୍ଭୁତ ଉପାୟରେ କରିଛନ୍ତି। ଏହାର କାରଣ ହେଉଛି ଜେସିକା ଜନ୍ମଦିନ ଅବସରରେ ମୃତକଙ୍କ ପରି ଘରକୁ ସଜାଇଥିଲେ। ଏବଂ ୨୦ ବର୍ଷ ଛାଡ଼ିବା ପରେ ତାଙ୍କର ଶେଷ ରୀତିନୀତି କରିଥିଲେ।

ଅନ୍ତିମ ସତ୍କାର ଥିମ ଉପରେ ଆଧାର କରି ସେ କିପରି ଘରକୁ ସଜାଇଥିବାର ଦର୍ଶାଇ ସେ କିଛି ଫଟୋ ଏବଂ ଭିଡିଓ ତାଙ୍କ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଘରକୁ କଳା ରଙ୍ଗର ବେଲୁନରେ ସଜାଇଥିଲେ। ଯେଉଁଥିରେ ଲେଖାଯାଇଥିଲା- ଜେସିକାଙ୍କ ୨୦ ବର୍ଷର ଆତ୍ମା ଶାନ୍ତିରେ ବିଶ୍ରାମ କରୁ। ଏହା ବ୍ୟତୀତ କେକ୍‌ ମଧ୍ୟ କଳା ରଙ୍ଗର ଥିଲା ଏବଂ ଏହା ଉପରେ କଳା ବ୍ୟାଟ୍ସ ବା ବାଦୁଡ଼ି ଉଡୁଥିବା ଦେଖାଯାଇଥିଲା। ତାଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇ ଅନେକ ୟୁଜର ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି। ଜଣେ ୟୁଜର କହିଛନ୍ତି, ଏପରି ଜନ୍ମଦିନ ଆଇକନିକ୍‌ ଅଟେ। ଆଉ ଜଣେ ୟୁଜର କହିଛନ୍ତି, ତାଙ୍କ ଜୀବନର ନୂତନ ଅଧ୍ୟାୟ ପୂର୍ବ ଅଧ୍ୟାୟ ଅପେକ୍ଷା ଉଜ୍ଜ୍ୱଳ ଦେଖାଯାଉଛି।

Share