
ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଥିବା ଅଭିନେତ୍ରୀଙ୍କ ମଧ୍ୟରୁ କଙ୍ଗନା ରଣାୱତ ଅନ୍ୟତମ। ପ୍ରତ୍ୟେକ ପ୍ରସଙ୍ଗରେ ସେ ନିଖୁଣ ଭାବରେ ତାଙ୍କର ମତ ରଖିଥାନ୍ତି। ଏହି କାରଣରୁ ସେ ଟ୍ରୋଲ ମଧ୍ୟ ହୋଇଥାନ୍ତି । ହେଲେ କଙ୍ଗନା ସେମାନଙ୍କୁ ଉତ୍ତର ଦେବାରେ ବିଫଳ ହୁଅନ୍ତି ନାହିଁ। ବର୍ତ୍ତମାନ କଙ୍ଗନା ତାଙ୍କ ମା’ଙ୍କ ଜନ୍ମଦିନରେ ଟୁଇଟରରେ ଏକ ସ୍ବତନ୍ତ୍ର ବାର୍ତ୍ତା ଶେୟାର କରିଛନ୍ତି।
କଙ୍ଗନା ମା’ଙ୍କ ଜନ୍ମଦିନ ଅବସରରେ ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଫଟୋ ଗୁଡ଼ିକ ତାଙ୍କ ଭାଇ ଅକ୍ଷତଙ୍କ ବିବାହ ସମୟର । କଙ୍ଗନା ତାଙ୍କ ମା’ ସହିତ ଏହି ଫଟୋରେ ନଜର ଆସିଛନ୍ତି। ଅନ୍ୟ ଏକ ଫଟୋରେ ତାଙ୍କ ପିତାମାତା ଅଛନ୍ତି।
କଙ୍ଗନା ଲେଖିଛନ୍ତି, ‘ଆମ ଜନ୍ମଦିନରେ ସେ ସକାଳୁ ଉଠି ବିଭିନ୍ନ ପ୍ରକାରର ସୁସ୍ବାଦୁ ଖାଦ୍ୟ ରାନ୍ଧୁଥିଲେ। ପୂଜା ରଖୁଥିଲେ। ସେ ତାଙ୍କ ବିବାହ ଅଳଙ୍କାର ପିନ୍ଧି ହସି ହସି ଥଟ୍ଟା କରି ଚାଲନ୍ତି, ଯେପରି ତାଙ୍କର କୌଣସି ବୋଝ ନାହିଁ। ବର୍ତ୍ତମାନ ତାଙ୍କ ଜନ୍ମଦିନରେ, ଯେତେବେଳେ ମୁଁ ପଚାରିଲି ଆମେ କ’ଣ କରିପାରିବୁ, ସେ କହିଲେ – ମୁଁ ଜଣେ ମା’, ପିଲା ନୁହେଁ । ଜନ୍ମଦିନର ଅନେକ ଶୁଭେଚ୍ଛା ମା’ ବୋଲି କଙ୍ଗନା ଲେଖିଛନ୍ତି।
For our birthdays she woke up early made many delicacies,organised grand poojas,wore her wedding jewellery,floated around giggly, humming songs as if her body holds no weight,on her birthdays when I asked what can we do,she said I am a Mother not a child.
Happy birthday Motherpic.twitter.com/nie9wGIMvb
— Kangana Ranaut (@KanganaTeam) December 26, 2020