ଦକ୍ଷିଣଆଫ୍ରିକାରେ ନୂଆବର୍ଷ ପାଳିବେ ବିରୁଷ୍କା

ମୁମ୍ବାଇ: ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଅନେକଙ୍କର ପ୍ରିୟ ଦମ୍ପତି। ଏହି ଦମ୍ପତି ନିଜ ନିଜ ବୃତ୍ତିରେ ବ୍ୟସ୍ତ ତଥାପି ସେମାନଙ୍କ ବଣ୍ଡିଂ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଆଜିକାଲି ଅଭିନେତ୍ରୀଙ୍କ ଦ୍ୱିତୀୟ ଗର୍ଭଧାରଣ ଖବର ଶୁଣିବାକୁ ମିଳିୁଛି। ସୋସିଆଲ ମିଡିଆରେ ଅନେକ ଭିଡିଓ ଆସିଛି ଯେଉଁଥିରେ ବେବି ବମ୍ପ୍‌ ଦେଖାଯାଉଛି।

ବର୍ତ୍ତମାନ ପ୍ରିଟୋରିଆରେ ଚାଲିଥିବା ତିନି ଦିନିଆ ଇଣ୍ଟ୍ରା-ସ୍କାଡ ଖେଳ ପାଇଁ ବିରାଟ ସେଠାକୁ ଯାଇଥିଲେ। କିନ୍ତୁ ଜରୁରିକାଳୀନ ପରିସ୍ଥିତି ଯୋଗୁ ସେ ଭାରତକୁ ଫେରିବାକୁ ମ୍ୟାନେଜମେଣ୍ଟକୁ କହିଥିଲେ। ଏହା ସାମ୍ନାକୁ ଆସିବା ପରେ ଲୋକମାନେ ଅନୁମାନ କରିଛନ୍ତି ଯେ, ବୋଧହୁଏ ଜୁନିୟର କୋହଲିଙ୍କ ଆସିବାର ସମୟ ଯୋଗୁ ବିରାଟଙ୍କୁ ତାଙ୍କ ସ୍ବଦେଶ ଫେରିବାକୁ ପଡ଼ିବ। ବିରାଟଙ୍କ ସହ ଅନୁଷ୍କା ମଧ୍ୟ ଦକ୍ଷିଣଆଫ୍ରିକାରେ ଥିବା ଚର୍ଚ୍ଚା ହେଉଛି। ଉଭୟ ଦମ୍ପତି ସେଠାରେ ନୂଆବର୍ଷ ପାଳନ କରିବେ। ଏହା ପରେ ଭାରତ ଫେରିବେ।

Share