ବିରୁଷ୍କାଙ୍କ ପଡୋଶୀ ହେବେ ଭିକି-କାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଅଭିନେତୀ କାଟ୍ରିନା କୈଫ ଏବଂ ଭିକି କୌଶଲ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହେବେ। ତେବେ ଭିକି ନିଜ ନବବିବାହିତା ସ୍ତ୍ରୀଙ୍କୁ ଧରି ଭଡା ଘରେ ରହିବେ । ଏପରିକି ଖୁବ୍‌ଶୀଘ୍ର ସେମାନେ ଅନୁଷ୍କା ଶର୍ମା -ବିରାଟ କୋହଲିଙ୍କ ପଡୋଶୀ ହେବେ ବୋଲି ଜଣାଯାଇଛି।
ସେମାନେ ମୁମ୍ବାଇର ସେଲିବ୍ରିଟି ଏରିଆ ଜୁହୁରେ ଥିବା ୮ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ରାଜ ମହଲରେ ରହିବେ। ଏଥିପାଇଁ ଭିକି ଗତ ଜୁଲାଇ ମାସରୁ ସି-ଫେସିଂ ଏକ ଫ୍ଲାଟ୍‌ ଭଡା ନେଇଛନ୍ତି। ଏହି ଭଡା ବାବଦକୁ ମାସକୁ ୮ ଲକ୍ଷ ଟଙ୍କା ଦେଉଥିବା ଜଣାପଡିଛି। ଭିକି ମୁମ୍ବାଇର ଅନ୍ଧେରୀରେ ନିଜ ପରିବାର ସହ ରହୁଥିଲେ। କିନ୍ତୁ ବିବାହ ପରେ କାଟ୍ରିନାଙ୍କ ସହ ସେହି ଭଡା ଘରେ ରହିବେ ବୋଲି କୁହାଯାଉଛି। ପୂର୍ବରୁ ବିରୁଷ୍କା ଏହି ଆପାର୍ଟମେଣ୍ଟର ବାସିନ୍ଦା ହୋଇ ସାରିଥିବା ବେଳେ ଏବେ ଭିକି-କାଟ୍ରିନା ସେମାନଙ୍କ ପଡୋଶୀ ସାଜିବେ ବୋଲି ଚର୍ଚ୍ଚା ଚାଲିଛି। ଅନୁଷ୍କା ଓ ବିରାଟଙ୍କର ସେହି ଆପାର୍ଟମେଣ୍ଟରେ ୨ଟି ଫ୍ଲାଟ୍‌ ରହିଛି।

Share