Categories: ଫୁରସତ

ଭାରତୀୟଙ୍କ ସବୁଠୁ ପ୍ରିୟ ବିରିୟାନି

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତୀୟଙ୍କ ବିରିୟାନି ଡିମାଣ୍ଡ ଅଧିକ ରହିଥିବା ଜଣାପଡ଼ିଛି। ସ୍ବିଗି ରିପୋର୍ଟ ଅନୁସାରେ, ଗୋଟେ ସେକେଣ୍ଡରେ ଲକ୍ଷାଧିକ ବିରିୟାନି ଅର୍ଡର ଆସୁଛି। ଫୁଡ୍‌ ଡେଲିଭରି ସାଇଟ୍‌ ସ୍ବିଗି ପ୍ରତି ମିନିଟ୍‌ରେ ୧୩୭ ବିରିୟାନି ଡେଲିଭରି କରୁଥିବା କହିଛି। ୨ ବର୍ଷର କରୋନା ମହାମାରୀ ପରେ ଲୋକେ ବାହାର ଗହଳି ଷ୍ଟଲ୍‌ଗୁଡ଼ିକର ଖାଇବା ବନ୍ଦ କରିଦେଇଛନ୍ତି। ଏହା ବଦଳରେ ଲୋକେ ବାହାର ସ୍ଥାନରେ ନ ଖାଇ ଅନ୍‌ଲାଇନ୍‌ ଅର୍ଡର କରୁଥିବା ଜଣାପଡ଼ିଛି। ଏଥିସହ ସ୍ବିଗି ମଧ୍ୟ ଗ୍ରାହକଙ୍କ ପାଖରେ ଶୀଘ୍ର ଖାଦ୍ୟ ପହଞ୍ଚାଉଥିବା ଜଣାଇଛି।

Share