ଭୁବନେଶର,୬।୫(ବ୍ୟୁରୋ): ମାଟ୍ରିକ୍ ପରୀକ୍ଷାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ। ସେ କହିଛନ୍ତି, ଚଳିତ ବର୍ଷ ହଜାର ହଜାର ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେଇନାହାନ୍ତି। ଏଥର ଫର୍ମ ଫିଲପ୍ ପାଇଁ କୌଣସି ଫି ନ ଥିଲା। ସେଥିପାଇଁ ବହୁ ସଂଖ୍ୟାରେ ପିଲା ଫର୍ମ ପୂରଣ କରିଥିଲେ। ତେବେ କରୋନା ପାଇଁ ଶିକ୍ଷା ବ୍ୟବସ୍ଥା ଅସୁବିଧାର ସମ୍ମୁଖୀନ ହୋଇଛି। ତେଣୁ ପିଲା କେହି ଅନୁପସ୍ଥିତ ନୁହେଁ ବରଂ ଅନ୍ୟାନ୍ୟ ଅସୁବିଧା ପାଇଁ ପରୀକ୍ଷା ଦେଇନାହାନ୍ତି ବୋଲି ସେ କହିଛନ୍ତି।