Categories: ଜାତୀୟ

ଭାଜପାକୁ ଦୋଷାରୋପ କରି ଟିଏମ୍‌ସିରେ ଯୋଗ ଦେଲେ ତନ୍ମୟ ଘୋଷ

କୋଲାକାତା,୩୦ ।୮: ନେତାଙ୍କ ଦଳ ବଦଳ ସବୁ ସମୟରେ ଲାଗି ରହିଛି । ଏବେ ପଶ୍ଚିମବଙ୍ଗ ବିଷ୍ଣୁପୁରର ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ତନ୍ମୟ ଘୋଷ ସୋମବାର ତ୍ରଣମୂଳ କଂଗ୍ରେସ(ଟିଏମ୍‌ସି)ରେ ଯୋଗ ଦେଇଛନ୍ତି । ଏହି ସମୟରେ ସେ ଭାଜପା ଉପରେ କେତେ ପ୍ରକାର ଦୋଷ ଲଦିଛନ୍ତି । ଶ୍ରୀ ଘୋଷ କହିଛନ୍ତି ଭାଜପା ପ୍ରତିରୋଧର ରାଜନୀତି କରୁଛି । ଭାଜପା କେନ୍ଦ୍ରୀୟ ଏଜେନ୍ସିର ଉପଯୋଗ କରି ପଶ୍ଚିମବଙ୍ଗର ସାଧାରଣ ଜନତାଙ୍କ ଅଧିକାର ଛଡାଇ ନେବାକୁ ପ୍ରୟାସ କରୁଛି । ସେ କହିଛନ୍ତି ଜନ କଲ୍ୟାଣ ପାଇଁ ସମସ୍ତେ ମମତା ବାନାର୍ଜୀଙ୍କୁ ସମର୍ଥନ କରନ୍ତୁ । ଅନ୍ୟପଟେ ଟିଏମ୍‌ସି ପକ୍ଷରୁ ଟୁଇଟ୍ କରି କୁହାଯାଇଛି କି ମମତା ବାନାର୍ଜୀଙ୍କ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ପ୍ରେରଣା ପାଇ ବିଷ୍ଣୁପୁର ବିଧାୟକ ତନ୍ମୟ ଘୋଷ ତ୍ରୁଣମୂଳ ପରିବାରରେ ସାମିଲ ହୋଇଛନ୍ତି, ଆମେ ତାଙ୍କର ହାର୍ଦ୍ଦିକ ସ୍ୱାଗତ କରୁଛୁ ।

Share