ହାତ ଛାଡିଲେ ପିସିସି ଉପସଭାପତି ବିଶ୍ୱ ଭୂଷଣ

ଭୁବନେଶ୍ୱର,୫।୪: ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ଝଟକା। ପିସିସି ଉପସଭାପତି ବିଶ୍ୱ ଭୂଷଣ ଦାସ ଶୁକ୍ରବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ତେବେ ବିଶ୍ୱ ଭୂଷଣ କେଉଁ କାରଣ ପାଇଁ ଦଳ ଛାଡିଛନ୍ତି ସେନେଇ ସ୍ପଷ୍ଟ କିଛି ହୋଇନାହିଁ।

ବିଶ୍ୱ ଭୂଷଣ ପିସିସି ଉପସଭାପତି ଥିଲେ। ୨୦୦୯ ଓ ୨୦୧୯ରେ କାକଟପୁରରୁ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିଥିଲା। ଛାତ୍ର ଓ ଯୁବ କଂଗ୍ରେସରେ ତାଙ୍କର ବେଶ ଦବଦବା ଥିଲା। ପରବର୍ତ୍ତୀ ସମୟରେ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ହୋଇଥିଲେ।

Share