Categories: ଖେଳ

ବିଶ୍ୱରଞ୍ଜନ ଷଡ଼ଙ୍ଗୀ ଟେକ୍ନିକାଲ ଅଫିସିଆଲ

ଭୁବନେଶ୍ୱର, ୨୪।୮ (ତପନ ସ୍ବାଇଁ): ଓମାନର ସାଲାହଠାରେ ମହିଳା ଓ ପୁରୁଷ ଏସିଆନ ହକି ୫ଏସ୍‌ ବିଶ୍ୱକପ କ୍ୱାଲିଫାୟର ଚଳିତ ମାସ ୨୫ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ବିଶ୍ୱରଞ୍ଜନ ଷଡ଼ଙ୍ଗୀଙ୍କୁ ଟେକ୍ନିକାଲ ଅଫିସିଆଲ ଭାବେ ଦାୟିତ୍ୱ ମିଳିଛି। ପୂର୍ବରୁ ବିଶ୍ୱରଞ୍ଜନ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜଜ୍‌ ଏବଂ ଟେକ୍ନିକାଲ ଅଫିସିଆଲ ଦାୟିତ୍ୱ ସଫଳତାର ସହ ନିର୍ବାହ କରିଛନ୍ତି।

Share