Posted inଜାତୀୟ

ମହାରାଷ୍ଟ୍ର ନିର୍ବାଚନରେ ବିଟ୍‌କଏନ୍‌ ବିବାଦ

ନୂଆଦିଲ୍ଲୀ/ମୁମ୍ବାଇ, ୨୧।୧୧: ମହାରାଷ୍ଟ୍ର ନିର୍ବାଚନର ମତଦାନ ମଧ୍ୟରେ ବିଟ୍‌କଏନ୍‌କୁ ନେଇ ରାଜନୀତି ଚରମ ସୀମାରେ ପହଞ୍ଚିଛି। ମହାରାଷ୍ଟ୍ର ନିର୍ବାଚନକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ବିଟ୍‌କଏନ୍‌କୁ ଅବୈଧ ଭାବେ ନଗଦ ଟଙ୍କା ଆକାରରେ ପରିଣତ କରିଥିବା ନେଇ ଏନ୍‌ସିପି(ଏସ୍‌ପି) ଏମ୍‌ପି ସୁପ୍ରିୟା ସୁଲେ ଏବଂ ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି ସଭାପତି ନାନା ପଟୋଲେଙ୍କ ବିରୋଧରେ ଭାଜପା ମଙ୍ଗଳବାର ଅଭିଯୋଗ ଆଣିଥିଲା। ୨୦୧୮ର କ୍ରିପ୍ଟୋକରେନ୍ସି ଦୁର୍ନୀତିରେ ମହା ବିକାଶ ଅଘାଡ଼ି(ଏମଭିଏ) ମେଣ୍ଟର ଏହି ୨ ପ୍ରମୁଖ ନେତାଙ୍କର ସମ୍ପୃକ୍ତି ରହିଛି ବୋଲି ଭାଜପା ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଅଭିଯୋଗ ଆଣିଥିଲେ। ଏହି ଅବସରରେ ସେ ମାମଲା ସହ ସମ୍ବନ୍ଧିତ ଥିବା ସୁପ୍ରିୟା ଓ ପଟୋଲେଙ୍କର ଏକ ଭଏସ୍‌ ନୋଟକୁ ଜାରି କରିଥିଲେ। ମାମଲାର ତଦନ୍ତ ଚାଲିଥିବାରୁ ୨ ନେତାଙ୍କର ଭୂମିକା ଖୁବ୍‌ଶୀଘ୍ର ସାମ୍‌ନାକୁ ଆସିବ ବୋଲି ବୁଧବାର ଏକ ଖବରଦାତା ସମ୍ମିଳନୀ କରି ଭାଜପା ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି। ଏମ୍‌ଭିଏର ୨ ପ୍ରମୁଖ ନେତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଉତ୍ତର ରଖିବା ପାଇଁ ସେ ଆହ୍ବାନ କରିଛନ୍ତି। ସମ୍ବିତ କହିଛନ୍ତି, କ୍ରିପ୍ଟୋ ମୁଦ୍ରା ଠକେଇରେ ସୁପ୍ରିୟା ଓ ପଟୋଲେଙ୍କର ସମ୍ପୃକ୍ତି ରହିଛି ଏବଂ ଚଳିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଉଭୟେ ବିଟ୍‌କଏନ୍‌ ଦ୍ୱାରା ଅର୍ଜିତ ଅବୈଧ ଟଙ୍କାକୁ ବ୍ୟବହାର କରିଛନ୍ତି। କୌଣସି ରାଜ୍ୟର ନିରପେକ୍ଷ ନିର୍ବାଚନ ପରିଚାଳନାରେ ଏହା ଗମ୍ଭୀର ପ୍ରଶ୍ନ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି।

ଭାଜପାର ଅଭିଯୋଗକୁ ସୁପ୍ରିୟା ଖଣ୍ଡନ କରିଛନ୍ତି। ଭାଇରାଲ ହେଉଥିବା ଅଡିଓ ରେକର୍ଡ ତାଙ୍କର ନୁହେଁ ବୋଲି ଏନ୍‌ସିପି(ଏସ୍‌ପି)ର ଏହି ବରିଷ୍ଠ ନେତା କହିଛନ୍ତି। ଏନେଇ ସେ ନିର୍ବାଚନ ଆୟୋଗ ଏବଂ ମହାରାଷ୍ଟ୍ର ପୋଲିସର ସାଇବର ଅପରାଧ ବିଭାଗ ନିକଟରେ ଅଭିଯୋଗ କରିଛନ୍ତି। ମତଦାତାମାନଙ୍କୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ଭାଜପା ପକ୍ଷରୁ ଏହି ମିଥ୍ୟା ପ୍ରଚାର କରାଯାଉଛି ବୋଲି ସୁପ୍ରିୟା କହିଛନ୍ତି। ସେହିପରି ବୁଧବାର ଭଣ୍ଡାରା ଜିଲାରେ ନିଜ ମତାଧିକାରକୁ ସାବ୍ୟସ୍ତ କରିବା ପରେ ମହାରାଷ୍ଟ୍ର ପିସିସି ସଭାପତି ପଟୋଲେ କହିଛନ୍ତି, ଏହା ଏକ ମିଥ୍ୟା ଅଭିଯୋଗ। ଏନେଇ ସେ ଆଇନଗତ ରାସ୍ତା ଆପଣାଇବେ। ଜଣେ କୃଷକ ହୋଇଥିବାରୁ ବିଟ୍‌କଏନ୍‌ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ଅଡିଓ କ୍ଲିପ୍‌ରେ ଯେଉଁ ସ୍ବର ରହିଛି, ତାହା ତାଙ୍କର ନୁହେଁ। ଅଭିଯୋଗ ଆଣିଥିବା ଭାଜପା ନେତା ସୁଧାଂଶୁ ତ୍ରିବେଦୀ ଓ ପୂର୍ବତନ ଆଇପିଏସ୍‌ ଅଧିକାରୀ ରବୀନ୍ଦ୍ରନାଥ ପାଟିଲଙ୍କ ବିରୋଧରେ ସେ ଖୁବ୍‌ଶୀଘ୍ର ମାନହାନି ମକଦ୍ଦମା ଦାଏର କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ଅଭିଯୋଗ ଆଣିବାର କେଇ ମିନିଟ୍‌ ମଧ୍ୟରେ ବୁଡିଲା ଆଦାନୀଙ୍କ ଶେୟାର, ୨.୨୪ ଲକ୍ଷ କୋଟି ଟଙ୍କାର କ୍ଷତି…

ନୂଆଦିଲ୍ଲୀ,୨୧।୧୧: ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କୁ ଲାଗିଛି ଆଜି ସକାଳୁ ସକାଳୁ ଲାଗିଛି ବଡ଼ ଝଟ୍‌କା। ଆମେରିକାରେ ଅଭିଯୋଗ ଆଣିଛି କି, ସେ ତାଙ୍କ କମ୍ପାନୀ...

ଆଦାନୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା ଆମେରିକା, ଏହି କାମ ପାଇଁ ଦେଇଥିଲେ ୨ହଜାର କୋଟି ଟଙ୍କା ଲାଞ୍ଚ

ନୂଆଦିଲ୍ଲୀ,୨୧।୧୧: ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କୁ ଲାଗିଛି ବଡ଼ ଝଟ୍‌କା। ଆମେରିକାରେ ଅଭିଯୋଗ ଆଣିଛି କି, ସେ ତାଙ୍କ କମ୍ପାନୀ ନିବେଶକଙ୍କୁ ଲାଞ୍ଚ ଦେଇ ଠକିଛନ୍ତି।...

୫.୮ କୋଟି ରାଶନ କାର୍ଡ ରଦ୍ଦ କଲେ ସରକାର, ଲିଷ୍ଟରେ ଆପଣଙ୍କ ନାଁ ନାହିଁ ତ? ଏମିତି କରନ୍ତୁ ଚେକ୍‌

ନୂଆଦିଲ୍ଲୀ,୨୧।୧୧: ଭାରତରେ ଗରିବ ଅଭାବୀ ଲୋକଙ୍କୁ ସରକାର ରାଶନ କାର୍ଡ ପ୍ରଦାନ କରୁଛନ୍ତି। ଭାରତରେ କୋଟି କୋଟି ରାଶନ କାର୍ଡଧାରୀ ଅଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା...

ଗୋଟି ଗୋଟି ଟଙ୍କାର ହିସାବ ନେବେ ପ୍ରଧାନମନ୍ତ୍ରୀ, କାହିଁକି ଏମିତି କହିଲେ ସଞ୍ଜୟ ସେଠ୍‌…

ରାଞ୍ଚି,୨୧ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟି ଗୋଟି ଟଙ୍କାର ହିସାବ ନେବେ। ଏମିତି କହିଛନ୍ତି ଭାଜପା ଏମ୍‌ପି ସଞ୍ଜୟ ସେଠ୍‌। ସେ କହିଛନ୍ତି, ଭାଜପା ସରକାର...

ଅନ୍ତିମ ସତ୍କାର ପୂର୍ବରୁ ଏ କ’ଣ ହେଲା? ଜୁଇରୁ ହଠାତ୍‌ ଉଠି ବସିଲେ ମହିଳା, ହାତ ହଲାଇ କଥା ହେଲେ, ପରେ…

ଚେନ୍ନାଇ,୨୧।୧୧: କାନ୍ଦବୋବାଳିରେ ଫାଟୁଥିଲା ଘର। କୋକେଇରେ ମୃତଦେହ ଶ୍ମଶାନକୁ ଯାଇଥିଲା। ଜୁଇ ସଜଡ଼ା ସରିଥିଲା। ହେଲେ ହଠାତ୍‌ ଜିଇଁ ଉଠିଲେ ମହିଳା। ତାମିଲନାଡ଼ୁର ତ୍ରିଚିରୁ ଏଭଳି...

୬୦ ନୁହେଁ ଏବେ ଏତିକି ସମୟ ଯାଏ ଚାକିରି କରିପାରିବେ ସରକାରୀ କର୍ମଚାରୀ! ଜାଣନ୍ତୁ ଭାଇରାଲ ଖବରର ସତ..

ନୂଆଦିଲ୍ଲୀ,୨୧।୧୧: ସରକାରୀ କର୍ମଚାରୀମାନଙ୍କର ବୟସସୀମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏଣିକି ୬୦ ବର୍ଷରେ କର୍ମଚାରୀଙ୍କୁ ମିଳିବନି ଅବସର ।...

ଡୋମିନିକାର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

ଡୋମିନିକା,୨୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଡୋମିନିକା ଏହାର ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଡୋମିନିକା ଆଓ୍ବାର୍ଡ ଅଫ୍‌ ଅନ୍‌ର’ରେ ସମ୍ମାନିତ କରିଛି। ରାଷ୍ଟ୍ରପତି ସିଲଭାନି ବର୍ଟନ ମୋଦିଙ୍କୁ...

ଝାଡଖଣ୍ଡରେ ଚାଲିଲା ମୋଦିଙ୍କ ଯାଦୁ! ପଲଟିଗଲା ହେମନ୍ତ ସୋରେନଙ୍କ ଖେଳ

ରାଞ୍ଚି,୨୧।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନ ବର୍ତ୍ତମାନ ଶେଷ ହୋଇଛି। ଏବେ ନଭେମ୍ବର ୨୩ରେ ହେବାକୁ ଥିବା ଫଳାଫଳ ଦିନକୁ ଅପେକ୍ଷା କରିଛନ୍ତି । ଅବଶ୍ୟ, ଏହା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri