ସାନ୍ ସାଲ୍ଭେଡର ୮ା୯: କ୍ରିପ୍ଟୋକରେନ୍ସି ବିଟ୍କଏନ୍କୁ ଲିଗାଲ ଟେଣ୍ଡର ବା ଅଫିସିଆଲ କରେନ୍ସି ମାନ୍ୟତା ଦେବାରେ ଏଲ୍ ସାଲଭେଡର ମଙ୍ଗଳବାର ବିଶ୍ୱର ପ୍ରଥମ ଦେଶ ହୋଇଛି। କିଛି ମାସ ପୂର୍ବରୁ ଏହି ଦେଶ ବିଟ୍କଏନକୁ ବୈଧ ବୋଲି ଘୋଷଣା କରିଥିଲା। କ୍ରିପ୍ଟୋକରେନ୍ସି ବ୍ୟବହାର ଦ୍ୱାରା କ୍ଷତିର ଯଥେଷ୍ଟ ଆଶଙ୍କା ଥିବାରୁ ଏଲ୍ ସାଲଭେଡରବାସୀ ଏହା ଉପରେ ଭରସା କରିପାରୁ ନ ଥିଲେ ହେଁ ରାଷ୍ଟ୍ରପତି ନଇବ୍ ବୁକେଲେ ଏଭଳି ଘୋଷଣା କରିଛନ୍ତି। ସେଠାକାର ଅଧିକାଂଶ ଲୋକେ ଏହା ମାଧ୍ୟମରେ ବ୍ୟାଙ୍କିଙ୍ଗ୍ ସେବା ପାଇପାରିବେ। ଏଥିସହ ପ୍ରତିବର୍ଷ ବିଦେଶରୁ ପଠାଯାଉଥିବା ଅର୍ଥ ବାବଦରେ ରେମିଟାନ୍ସ ଫଣ୍ଡ ଉପରେ ୪୦୦ ମିଲିୟନ୍ ଡଲାର ସଞ୍ଚୟ ହୋଇପାରିବ ବୋଲି ନଇବ କହିଛନ୍ତି।