ସଳଖୁଛି ବିଟ୍‌କଏନ୍‌

ଗତ ତିନିଦିନ ହେଲା ବିଟ୍‌କଏନ୍‌ ୨୧,୦୦୦ ଡଲାର ଉପରେ ରହି କାରବାର କରିଆସିଛି। ଏଥିସହ ସାମ୍‌ ବ୍ୟାଙ୍କମ୍ୟାନ୍‌-ଫ୍ରେଡ୍‌ଙ୍କ କ୍ରିପ୍ଟୋ ଏକ୍ସଚେଞ୍ଜ ଏଫ୍‌ଟିଏକ୍ସ ଦେବାଳିଆ ଅବସ୍ଥାକୁ ଢଳିବା ଆରମ୍ଭ ବେଳର ମୂଲ୍ୟକୁ ଫେରିଛି। ସୋମବାରଠାରୁ ବିଟିସି ୨୧,୦୦୦ ଡଲାର ଉପରେ ରହିଛି, ଯାହାକୁ ନଭେମ୍ବର ୨୨ ମୂଲ୍ୟ ୨୦,୨୮୩ ଡଲାରଠାରୁ ମଜଭୁତ ସ୍ଥିତି କୁହାଯାଉଛି। ୭ ଦିନରେ ବିଟ୍‌କଏନ୍‌ ୨୨% ଉପରକୁ ଉଠିଥିବା କଏନ୍‌ମାର୍କେଟକ୍ୟାପ୍‌ ଡେଟା ଦର୍ଶାଉଛି। ନଭେମ୍ବର ୭ରୁ ୮ ତାରିଖ ମଧ୍ୟରେ ଏହା ୨୨%ରୁ ଅଧିକ ନିମ୍ନଗାମୀ ହୋଇଥିଲା। ଏଫ୍‌ଟିକ୍ସର ସିଷ୍ଟର ହେଜ୍‌ ଫଣ୍ଡ୍‌ ଆଲାମେଡା ରିସର୍ଚ୍ଚରେ ଅନିୟମିତତା ହୋଇଥିବା ନେଇ ନଭେମ୍ବର ୨ରେ ଜଣାପଡ଼ିଥିଲା। ଅଳ୍ପ କିଛି ଦିନ ମଧ୍ୟରେ ଏଫ୍‌ଟିଏକ୍ସରୁ ଅନେକ ବିଲିୟନ୍‌ ଡଲାର ମୂଲ୍ୟର କ୍ରିପ୍ଟୋକରେନ୍ସି କ୍ଷତିଜନିତ ଭୟର ସ୍ରୋତରେ ଭାସିଯାଇଥିଲା।

ସିଜେଡ୍‌ ନାମରେ ପରିଚିତ ଚାଇନିଜ୍‌-କାନାଡିଆନ୍‌ ବିଜ୍‌ନେସ ଏକ୍‌ଜିକ୍ୟୁଟିଭ୍‌ ଚାଙ୍ଗ୍‌ପେଙ୍ଗ୍‌ ଝାଓଙ୍କ ବାଇନାନ୍ସ କ୍ରିପ୍ଟୋ ଏକ୍ସଚେଞ୍ଜ ସହ ଚାଲିଥିବା ଏକ ରେସ୍କ୍ୟୁ ଡିଲ୍‌ ଉଦ୍ୟମ ନଭେମ୍ବର ୮ରେ ବିଫଳ ହୋଇଥିଲା। ଏହାର ୩ ଦିନ ନ ବିତୁଣୁ ଉଭୟ ଏଫ୍‌ଟିଏକ୍ସ ଏବଂ ଆଲାମେଡା ନିଜକୁ ଦେବାଳିଆ ଘୋଷଣା କରିଥିଲେ। ସବୁବେଳେ ସବା ଆଗରେ ରହି କାରବାର କରୁଥିବା ବିଟ୍‌କଏନ୍‌ ସେହି ସମୟରେ ନିବେଶକଙ୍କ ପାଇଁ ଚିନ୍ତାର ପାହାଡ଼ ତିଆରି କରିଥିଲା।

ଏବେ ବ୍ରଡର୍‌ ଇଣ୍ଡଷ୍ଟ୍ରିରେ ଅନିଶ୍ଚିତତା ଛାଇଯାଇଥିବାବେଳେ ବିଟିସି ଅଣ୍ଟା ସଳଖି ପୁଣି ଥରେ ଠିଆହୋଇଛି। ଅନ୍ୟ କ୍ରିପ୍ଟୋ କରେନ୍ସିଗୁଡ଼ିକର ମଜଭୁତି ତୁଳନାରେ ବିଟିସିର ବଳ ବୃଦ୍ଧି ଉଲ୍ଲେଖନୀୟ। ଗତ ୭ ଦିନ ଭିତରେ ଇଥର୍‌ ୧୮%ରୁ ଊର୍ଦ୍ଧ୍ୱ ବଢ଼ିଥିବାବେଳେ ବାଇନାନ୍ସର ଏକ୍ସଚେଞ୍ଜ ଟୋକେନ୍‌ ବିଏନ୍‌ବି ଏବଂ ରିପଲ୍‌ ଯଥାକ୍ରମେ ୧୦% ଓ ୧୧% ଉପରକୁ ଉଠିଛି। କିନ୍ତୁ ଇଥର୍‌ ପ୍ରତିଦ୍ୱନ୍ଦ୍ୱୀ ସୋଲାନା ମୂଲ୍ୟରେ ୭ ଦିନରେ ୪୪% ଅଭିବୃଦ୍ଧି ଦେଖିବାକୁ ମିଳିଛି।

ଦିନ ହେଲା ବିଟ୍‌କଏନ୍‌ ୨୧,୦୦୦ ଆମେରିକୀୟ ଡଲାର ଉପରେ ଦୃଢ଼ ଭାବେ ଛିଡ଼ା ହୋଇଛି। ସୋମବାର, ମଙ୍ଗଳବାର ଓ ବୁଧବାର ଏହାର ମୂଲ୍ୟ ଯଥାକ୍ରମେ ୨୧,୧୮୪-୨୧,୧୩୭-୨୧,୨୩୪ ରହିଥିଲା।
ଧରାଶାୟୀ ହେବାର ସମ୍ଭାବ୍ୟ ପ୍ରଭାବକୁ ଆକଳନ କରି ନିବେଶକମାନେ ଚିନ୍ତିତ ହୋଇପଡ଼ିବାରୁ ନଭେମ୍ବର ୭ରୁ ୮ ଦିନକ ଭିତରେ ଏହି କ୍ରିପ୍ଟୋକରେନ୍ସି ୨୨% ତଳକୁ ଖସିଥିଲା।
କିଛି ସପ୍ତାହ ପୂର୍ବେ ୧୬,୦୦୦ ଡଲାର ତଳୁ ଆଦୌ ଉଠିପାରୁ ନ ଥିଲା।

Share