Biwi No.1: ବାଇକ୍‌ ଚଳାଉ ଥିବା ସ୍ବାମୀଙ୍କୁ ହାତରେ ସିଗାରେଟ ଟଣାଉଛନ୍ତି ସ୍ତ୍ରୀ, ଭିଡ଼ିଓ ଭାଇରାଲ…

ପ୍ରୟାଗରାଜ,୨୪।୧ : ପ୍ରାୟତଃ ଶୁଣାଯାଏ ସ୍ତ୍ରୀମାନେ ସ୍ବାମୀଙ୍କ ନିଶା ସେବନ ଦ୍ୱାରା ବହୁତ ଅସୁବିଧାରେ ପଡ଼ନ୍ତି । ଏଥି ସହିତ, ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବାର ମୁଖ୍ୟ କାରଣ ହେଉଛି ନିଶା ସେବନ, କିନ୍ତୁ ଆପଣ ଏପରି ସ୍ତ୍ରୀଙ୍କୁ କେବେ ଦେଖିଛନ୍ତି ଯିଏ ତାଙ୍କ ସ୍ବାମୀଙ୍କ ନିଶା ସେବନକୁ ସମ୍ପୂର୍ଣ୍ଣ ସମର୍ଥନ କରନ୍ତି ଏବଂ ସହଯୋଗ କରନ୍ତି? ଆପଣ ନିଶ୍ଚିତ ଭାବରେ ଏପରି ସ୍ତ୍ରୀଙ୍କୁ ଦେଖି ନ ଥିବେ, କିନ୍ତୁ ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ସ୍ତ୍ରୀ ତାଙ୍କ ସ୍ତ୍ରାମୀଙ୍କୁ ହାତରେ ସିଗାରେଟ ଟଣାଉଛନ୍ତି।

ଭାଇରାଲ ଭିଡିଓରେ ସ୍ବାମୀ-ସ୍ତ୍ରୀ ଦମ୍ପତି ଏକ ବାଇକରେ ଯାଉଛନ୍ତି, କିନ୍ତୁ ମଜାଳିଆ କଥା ହେଉଛି ସ୍ବାମୀ ବାଇକ ଚଲାଉଛନ୍ତି ଏବଂ ପଛରେ ବସିଥିବା ସ୍ତ୍ରୀ ତାଙ୍କୁ ହାତରେ ଧୂମପାନ କରାଉଛନ୍ତି। ରାସ୍ତା ମଝିରେ ଏହି ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କିଛି ଲୋକ ଏହାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଭିଡିଓ ପୋଷ୍ଟ ହେବା ମାତ୍ରେ ଏହା ଭାଇରାଲ ହୋଇଥିଲା। ଏହି ଭିଡିଓକୁ କିଛି ଘଣ୍ଟା ମଧ୍ୟରେ ୫ ଲକ୍ଷ ୫୫ ହଜାରରୁ ଅଧିକ ଥର ଦେଖାଯାଇଛି ।

ଭିଡିଓଟି ହସନାଜାରୁରିହାଇ ନାମକ ଏକ ଏକ୍ସ ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ଭିଡିଓ ଉପରେ ମନ୍ତବ୍ୟ ଦେଇ ଅଧିକାଂଶ ୟୁଜର କହିଛନ୍ତି ବିବି ନମ୍ବର ଓ୍ବାନ। ଆମେ ମଧ୍ୟ ଏଭଳି ସ୍ତ୍ରୀ ଚାହୁଁଛୁ। ଜଣେ ୟୁଜର ମନ୍ତବ୍ୟ ଦେଇଛନ୍ତି ଏପରି ସ୍ତ୍ରୀ ପାଇବା ପାଇଁ କ’ଣ କରିବାକୁ ହେବ? ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଏପରି ସ୍ତ୍ରୀ ପାଇବା ପାଇଁ କେଉଁ ଉପବାସ ପାଳନ କରାଯିବା ଆବଶ୍ୟକ?

 

Share