ଏହି ୪ ଷ୍ଟେଶନରେ ଫୁଡ୍‌ ଡେଲିଭରୀ କରିବ ସ୍ବିଗି, IRCTC ସହିତ ହେଲା ଚୁକ୍ତି

ନୂଆଦିଲ୍ଲୀ,୨୩।୨: ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେଶନ (ଆଇଆରସିଟିସି) କହିଛି ଯେ, ସେ ଫୁଡ୍‌ ଡେଲିଭରୀ ସ୍ବିଗି ସହିତ ଏକ ଚୁକ୍ତି କରିଛି। ଏହି ଚୁକ୍ତି ରେଲଓ୍ବେ ଫୁଡ୍‌ ଡେଲିଭରୀକୁ ନେଇ କରାଯାଇଛି। ବର୍ତ୍ତମାନ ଯାତ୍ରୀମାନେ ସହଜରେ ଇ-କ୍ୟାଟରିଂ ପୋର୍ଟାଲ ମାଧ୍ୟମରେ ସହଜରେ ସ୍ବିଗିରେ ଅର୍ଡର କରିପାରିବେ। ବର୍ତ୍ତମାନ ଏହି ସୁବିଧା ଦେଶର ୪ ଟି ଷ୍ଟେଶନରେ ଉପଲବ୍ଧ ହେବ। ବେଙ୍ଗାଲୁରୁ, ଭୁବନେଶ୍ୱର, ବିଜୟୱାଡା ଏବଂ ବିଶାଖାପାଟନମ ରେଳ ଷ୍ଟେଶନରେ ଏହି ସୁବିଧା ଖୁବ୍‌ଶୀଘ୍ର ଆରମ୍ଭ ହେବ।

Share