ଦୃଢ଼ ବିରୋଧୀ ଭୂମିକା ନେବ ବିଜେଡି

ଭୁବନେଶ୍ୱର,୨୫।୬(ଅନିଲ ଦାସ): ଦୀର୍ଘ ୨୪ ବର୍ଷ ପରେ ବିଜେଡି ଓଡ଼ିଶାରେ କ୍ଷମତାଚ୍ୟୁତ ହୋଇଛି। ଏକ ଦୃଢ଼ ବିରୋଧୀ ଦଳ ଭାବେ ବିଜେଡି ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରିଛି। ଉଭୟ ଭାଜପା ଓ କଂଗ୍ରେସ ସହ ସମଦୂରତା ଆପଣେଇଥିବା କଥା କହି ଆସୁଥିବା ବିଜେଡି ସଦ୍ୟ ସମାପ୍ତ ନିର୍ବାଚନରେ ପରାଜୟ ପରେ ଆଭିମୁଖ୍ୟ ବଦଳାଇଛି। ଦଳ ଆଉ ପୂର୍ବଭଳି ସାଲିସ୍‌ କରିବା ମୁଡ୍‌ରେ ନାହିଁ। ରାଜ୍ୟର ସ୍ବାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ଗୃହରେ ଓ ଗୃହ ବାହାରେ ଜୋରଦାର ଉଠାଇବାକୁ ନିଷ୍ପତ୍ତି ନେଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରକୁ ବିଜେଡି ଆଉ କୌଣସି ସମର୍ଥନ ଦେବ ନାହିଁ। ଏଥର ସରକାର ଗଢ଼ିବାକୁ ବହୁମତ ପାଇ ନ ଥିବା ଭାଜପାକୁ ଘେରିବାକୁ ଇଣ୍ଡିଆ ମେଣ୍ଟ ଦଳ ସଜବାଜ ହେଉଥିବାବେଳେ ବିଜେଡି ମଧ୍ୟ ଏହି ଧାରାରେ ସାମିଲ ହେବ ବୋଲି ଜଣାପଡ଼ୁଛି। ହେଲେ ବିଜେଡିର ଏଭଳି ଆଭିମୁଖ୍ୟକୁ ରାଜନୈତିକ ବିଶେଷଜ୍ଞମାନେ ବିଳମ୍ବିତ ପଦକ୍ଷେପ ବୋଲି ମତ ଦେଉଛନ୍ତି।

ଏନ୍‌ଡିଏ ସହ ନ ଥିଲେ ମଧ୍ୟ ବିଜେଡି ଗତ ୧ ଦଶନ୍ଧି ଧରି କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ କରିଆସୁଥିଲା। ଏପରି କି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ୨ ଥର ରାଜ୍ୟ ସଭାକୁ ନିର୍ବାଚିତ କରିବାରେ ବିଜେଡି ପୂର୍ଣ୍ଣ ସମର୍ଥନ ଦେଇଥିଲା। ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ପ୍ରଥମ ଥର ପାଇଁ ବିଜେଡି ମୁଖ୍ୟ ବିରୋଧୀ ଦଳ ଭୂମିକା ତୁଲାଇବାକୁ ଯାଉଛି। ନିର୍ବାଚନରେ ପରାଜୟର କାରଣ ଖୋଜିବା ସହ ସଙ୍ଗଠନକୁ ମଜଭୁତ କରିବା ପାଇଁ ବିଜେଡି ରଣନୀତି ପ୍ରସ୍ତୁତ କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏ ନେଇ ଦଳର ନେତା ଓ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି। କେବଳ ରାଜ୍ୟରେ ନୁହେଁ, ପାର୍ଲାମେଣ୍ଟରେ ମଧ୍ୟ ରାଜ୍ୟ ପ୍ରସଙ୍ଗକୁ ଜୋରଦାର ଉଠାଇବାକୁ ନବୀନ ରାଜ୍ୟ ସଭା ଏମ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୋମବାର ନବୀନ ନିବାସଠାରେ ବିଜେଡି ସଭାପତିଙ୍କ ଅଧ୍ୟକ୍ଷତାରେ ୯ ରାଜ୍ୟ ସଭା ଏମ୍‌ପିଙ୍କୁ ନେଇ ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକ ସଭାରେ ଦଳ ଗୋଟିଏ ବି ସିଟ୍‌ ଜିତି ନ ଥିଲେ ମଧ୍ୟ ବିଜେଡି ରାଜ୍ୟ ସଭାରେ ପ୍ରମୁଖ ବିରୋଧୀ ଭୂମିକା ଗ୍ରହଣ କରିବ। ରାଜ୍ୟ ସଭା ସଦସ୍ୟମାନେ ଓଡ଼ିଶାର ସ୍ବାର୍ଥ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ଶାଣିତ କରିବେ ବୋଲି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର କହିଛନ୍ତି। ଗୃହରେ ଦଳ ବିରୋଧୀ ଭୂମିକାରେ ରହିବ। ଆବଶ୍ୟକ ପଡ଼ିଲେ ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ କରିବ। ସ୍ବତନ୍ତ୍ର ରାଜ୍ୟ ପାହ୍ୟା, କୋଷ୍ଟାଲ ହାଇୱେ ସହ ସମ୍ବଲପୁର, ବାଲେଶ୍ୱର ଓ କୋରାପୁଟରେ ଏମ୍ସ ପ୍ରତିଷ୍ଠା ପାଇଁ ଦଳ ଦାବି କରିବ। ସେହିପରି କେନ୍ଦୁପତ୍ରରୁ ଜିଏସ୍‌ଟି ଛାଡ଼, କଟକ-ସମ୍ବଲପୁର ଜାତୀୟ ରାଜପଥ ପ୍ରସଙ୍ଗ, ପ୍ରତ୍ୟେକ ବ୍ଲକରେ କେନ୍ଦ୍ରୀୟ ବିଦ୍ୟାଳୟ, ଆଦିବାସୀ ବହୁଳ ବ୍ଲକରେ ଏକଲବ୍ୟ ସ୍କୁଲ, ୨୦ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ, ରେଲଓ୍ବେ ସଂଯୋଗୀକରଣ, ବ୍ୟାଙ୍କିଙ୍ଗ ସେବା, ଟେଲିକମ୍‌, ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଆଦି ବିଭିନ୍ନ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଘେରିବ ବୋଲି ସସ୍ମିତ କହିଛନ୍ତି।

ଅନ୍ୟପକ୍ଷରେ ଅଷ୍ଟାଦଶ ଲୋକ ସଭାରେ ବିଜେଡିର ସ୍ବର ଶୁଭିବ ନାହିଁ। ଚଳିତ ନିର୍ବାଚନରେ ଓଡ଼ିଶାର ୨୧ ଏମ୍‌ପିଙ୍କ ମଧ୍ୟରେ ଭାଜପା ୨୦ଟି ଆସନ ହାତେଇଥିବା ବେଳେ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛି। ୨୦୧୪ ନିର୍ବାଚନରେ ବିଜେଡି ଲୋକ ସଭାରେ ସର୍ବାଧିକ ୨୦ଟି ଆସନରେ ବିଜୟୀ ହୋଇଥିଲା। ସେତେବେଳେ ଭାଜପାରୁ କେବଳ ଜୁଏଲ ଓରାମ ବିଜୟୀ ହୋଇଥିଲେ। ୧୦ ବର୍ଷ ପରେ ସ୍ଥିତି ବଦଳିଯାଇଛି। ରାଜ୍ୟରେ ଭାଜପା ସରକାର ଗଢ଼ିଥିବାବେଳେ ଲୋକ ସଭାରେ ବିଜେଡିର କୌଣସି ଏମ୍‌ପି ନାହାନ୍ତି। ରାଜ୍ୟ ସଭାର ୯ ସଦସ୍ୟଙ୍କୁ ନେଇ ବିଜେଡି ରାଜ୍ୟ ପ୍ରସଙ୍ଗକୁ ଦୃଢ଼ଭାବେ ଉତ୍‌ଥାପନ କରିବାକୁ ରଣନୀତି ପ୍ରସ୍ତୁତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ରତି ବ୍ଲକରେ ହେବ…

ଭୁବନେଶ୍ୱର,୫।୧୦: ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓଙ୍କ ବଡ଼ ସୂଚନା। ପ୍ରତି ବ୍ଲକରେ ହେବ ଶୀତଳ ଭଣ୍ଡାର। ଆଗାମୀ ୫ ବର୍ଷରେ ପ୍ରତି ବ୍ଲକରେ ହେବ ଶୀତଳ...

ଉଠା ଦୋକାନୀଙ୍କୁ ଉଚ୍ଛେଦ ମସୁଧା

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ସମ୍ମିଳନୀ କକ୍ଷରେ ଶନିବାର ଜିଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ...

ଦଳିଦେବା ପରେ ମୃତଦେହକୁ ଜଗିରହିଲା ଦନ୍ତା: କାରଣ ଜାଣିଲେ…

ଦେବଗଡ଼,୫।୧୦(ଶଶାଙ୍କ ଶେଖର ଝାଙ୍କର) ଶୌଚ ପାଇଁ ଯାଇଥିବା ବେଳେ ଦଳି ଦେଲା ଦନ୍ତା । ଘଟଣାସ୍ଥଳରେ ହିଁ ଚାଲିଗଲା ବ୍ୟକ୍ତିଙ୍କ ଜୀବନ। ଦେବଗଡ଼ ବନଖଣ୍ଡ ରିଆମାଳ...

ଅଗ୍ନିବୀର ନିଯୁକ୍ତି ପାଇଁ ବଡ଼ ପ୍ରସ୍ତୁତି: ଡିସେମ୍ବର ୬ରୁ…

ରାଉରକେଲା,୫।୧୦(ବିପ୍ଳବ ରଞ୍ଜନ ଦାଶ): ଭାରତୀୟ ସେନା ପାଇଁ ହେବାକୁ ଥିବା ଅଗ୍ନିବୀର ନିଯୁକ୍ତି ମେଳା ଆୟୋଜନ ନେଇ ଏକ ଜିଲା ପ୍ରଶାସନ ସ୍ତରୀୟ ପ୍ରସ୍ତୁତି ବୈଠକ...

ମହିଳା ସଂଘ ଟଙ୍କା ଆତ୍ମସାତ ମାମଲା: ବ୍ୟାଙ୍କ ପିଅନଙ୍କୁ ଦୁଇ ବର୍ଷ ଜେଲ

ପୁରୁଷୋତ୍ତମପୁର,୫।୧୦(ସିମାଞ୍ଚଳ ମିଶ୍ର): ମହିଳା ସଂଘର ଜମାଟଙ୍କା ଆତ୍ମସାତ ମାମଲାର ଶନିବାର ରାୟ ପ୍ରକାଶ ପାଇଛି। ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ...

ପୁଣି ବିଜେଡିକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ, କହିଲେ ଏଥର ଫାଇଭ ଟି…

ଭୁବନେଶ୍ୱର,୫।୧୦: ଫାଇଭ ଟି ରୂପାନ୍ତରିତ ସ୍କୁଲ ଯୋଜନାକୁ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶିକ୍ଷକ ନିଯୁକ୍ତିପତ୍ର ବଣ୍ଟନ ସମାରୋହରେ ମୁଖ୍ୟମନ୍ତ୍ରୀ ଫାଇଭ...

ପାର୍ବଣରେ ଗଡ଼ିବନି ବସ୍‌

ଭୁବନେଶ୍ୱର,୫।୧୦: ପୂଜାରେ ଗଡ଼ିବନି ବସ୍‌। ଆଗାମୀ ୭ ତାରିଖ ସନ୍ଧ୍ୟା ଠାରୁ ୮ ତାରିଖ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ...

ବସ୍ତିରେ ଝାଡ଼ୁ ମାରିଲେ ଧର୍ମେନ୍ଦ୍ର: ବାଣ୍ଟିଲେ ସୁଖଦୁଃଖ

ଭୁବନେଶ୍ୱର,୫।୧୦: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବଛ ଭାରତ ଅଭିଯାନରେ ସଭିଏଁ ସାମିଲ ହେବାକୁ ଶନିବାର ଆହ୍ବାନ ଦେଇଛନ୍ତି। ଏହି ଅବସରରେ ସେ ବସ୍ତିରେ ଝାଡ଼ୁ ମାରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri