ବିଜେଡି କର୍ମୀ ହତ୍ୟା ମାମଲା: ଏସ୍‌ଡିପିଓଙ୍କ କାର୍ଯ୍ୟାଳୟ ଘେରିଲା ଭାଜପା

ବଡ଼ବିଲ,୨୦।୭ (ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲର ବିଜେଡି କର୍ମୀ ସୁନୀଲ ସିହ୍ନା ଓରଫ ଭୋଲାଙ୍କୁ ଗୁଳିକରି ହତ୍ୟା ଘଟଣାରେ ଭାଜପା ଫେରାର ଦୁଇ ସୁପାରି କିଲରଙ୍କୁ ଗିରଫ ଓ ବଡ଼ବିଲ ପୌରାଅଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛି। ଏନେଇ ଗୁରୁବାର ଭାଜପା ପକ୍ଷରୁ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି।
ରାଜ୍ୟ ଭାଜପା ଯୁବ ମୋର୍ଚ୍ଚା ସଭାପତି ଇରାଶିସ ଆଚାର୍ଯ୍ୟ, ବରିଷ୍ଠ ଭାଜପା ନେତା ମୂରଲୀ ମନୋହର ଶର୍ମା, ଭାଜପା ଜିଲା ସଭାପତି ନୀଳମଣି ମହାନ୍ତ, ଭାଜପା ଜିଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରଦ୍ଧାଞ୍ଜଳି କରଙ୍କ ନେତୃତ୍ୱରେ ଶତାଧିକ ଭାଜପା କର୍ମୀ ସାମିଲ ହୋଇଥିଲେ। ବଡ଼ବିଲ ପୌରଅଧ୍ୟକ୍ଷ, ମୃତ ଭୋଲା ଏବଂ ଅଭିଯୁକ୍ତଙ୍କ ମୋବାଇଲକୁ ପୋଲିସ ଜବତ କରି ସମସ୍ତ କଲ ରେକର୍ଡକୁ ଯାଞ୍ଚ କରି ପ୍ରକୃତ ଅପରାଧୀଙ୍କ ମୁଖା ଖୋଲିବାକୁ ଭାଜପା ନେତାମାନେ ଦାବି କରିଥିଲେ। ଅଭିଯୁକ୍ତ ମହିଳା ସୁଖବିନ୍ଦର କୌର ଓରଫ୍‌ ରଜ୍ଜି ପୌରାଧ୍ୟକ୍ଷଙ୍କ ଉପରେ ନିର୍ଭରଶୀଳ ଥିବାବେଳେ ଭୋଲାଙ୍କ ହତ୍ୟା ନିମନ୍ତେ ଏତେ ଗୁଡିଏ ଟଙ୍କା କେଉଁଠୁ ଆଣି ସୁପାରି ଦେଲେ ବୋଲି ପ୍ରଶ୍ନ କରିଥିଲେ।

ସୂଚନା ଥାଉକି, ମଇ ୧ ସକାଳ ପ୍ରାୟ ସାଢେ ୯ ଟା ବେଳେ ଭୋଲା ନିଜ ସ୍କୁଟିରେ ମନି ଟାୱାର ନିକଟ ରାସ୍ତା ଦେଇ ଯାଉଥିବାବେଳେ ଦୁର୍ବୃତ୍ତ ଭୋଲାଙ୍କ ମୁଣ୍ଡକୁ ଲକ୍ଷ୍ୟକରି ଗୁଳି କରି ଫେରାର ହୋଇଯାଇଥିଲେ। ଭୋଲାଙ୍କ ମୁଣ୍ଡ ପଛପାଖରୁ ଗୁଳିଟି ସମ୍ମୁଖ ଆଖି ଦେଇ ପାର ହୋଇଯାଇଥିଲା। ଘଟଣା ସ୍ଥଳରେ ଭୋଲାଙ୍କ ମୃତ୍ୟୁ ଘଟିଥିଲା। ଘଟଣାରେ ପୋଲିସ ସୁଖବିନ୍ଦର କୌର ଓରଫ୍‌ ରଜ୍ଜି, ତାଙ୍କ ସହଯୋଗୀ ସାକିର ହୁସୈନଙ୍କୁ ମଇ ୫ରେ ଗିରଫ କରିଥିଲା। ଘଟଣାରେ ସମ୍ପୃକ୍ତ ୨ ସୁପାରି କିଲର ଫେରାର ଅଛନ୍ତି। ହତ୍ୟା ପାଇଁ ରଜ୍ଜି ୪ ଲକ୍ଷ ଟଙ୍କା ସୁପରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥାନା ଅଞ୍ଚଳରେ ସିରିଜ ଚୋରି: ବଢିଲା ପୋଲିସର ମୁଣ୍ଡବ୍ୟଥା

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଇଲାକାରେ ସିରିଜ ଚୋରି ପୋଲିସର ମୁଣ୍ଡବ୍ୟଥା ବଢାଇ ଦେଇଛି। ଦୁର୍ବୃତ୍ତମାନେ ଲଗାଣ ବର୍ଷା ଓ ଶୀତ ରାତିର ସୁଯୋଗ...

ଖବରକାଗଜ ବିତରକଙ୍କ ଉପରକୁ ଡେଇଁଲା ମାଙ୍କଡ଼: ଆଉ ତା’ପରେ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ସଦରମହାକୁମା ଛତ୍ରପୁରରେ ମାଙ୍କଡ଼ ମାନଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ଜଣେ ଖବରକାଗଜ ବିତରକ ଏହାର ଏହାର ଶିକାର ହୋଇଛନ୍ତି।...

ଏଫଏକ୍ୟୁ ମାନ କୋହଳ ପାଇଁ ଉଠିଲା ଦାବି

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ଲଗାଣ ବର୍ଷା ହେତୁ ଖରିଫ ଧାନ ଫସଲ କ୍ଷୟକ୍ଷତିର ଭରଣା, ଧାନର ଏଫଏକ୍ୟୁ ମାନ କୋହଳ, ଟୋକେନ ଅବଧି ବର୍ଦ୍ଧିତ ଦାବି...

ଖୋଲିଲା ଧାନ ମଣ୍ଡି: ଶୁଭାରମ୍ଭ କଲେ ବିଧାୟକ

ପାଟଣା,୨୩।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଖରିଫ ଋତୁରେ ଧାନ କ୍ରୟ କରିବା ପାଇଁ ପାଟଣା ବ୍ଲକ ଅଧିନରେ ଥିବା ୨ ଶାଖା...

ଜିଲା ରାଇଫଲ ସଂଘର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କଲେ ବିଧାୟକ କଳିକେଶ ନାରାୟଣ ସିଂଦେଓ

ବଲାଙ୍ଗୀର,୨୩ା୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସ୍ପୋର୍ଟ କମ୍ପ୍ଲେକ୍ସଠାରେ ଜିଲା ରାଇଫଲ ସଂଘର ସଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ସୋମବାର ବଲାଙ୍ଗୀର ବିଧାୟକ...

ଓଡ଼ିଶାର ଆଉ ଏହି ୩ଟି ସ୍ଥାନରେ ଲାଗିବ ଡପଲର ରାଡାର

ଭୁବନେଶ୍ୱର,୨୩।୧୨: ଓଡ଼ିଶାର ଆଉ ୩ଟି ସ୍ଥାନରେ ଡପଲର ରାଡାର ଲାଗିବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର...

କାଲି ଘରୁ ବାହାରକୁ ଯାଇ ଆଉ ଫେରି ନ ଥିଲେ ଯୁବକ, ଆଜି ଟ୍ରେନ୍‌ ଲାଇନ୍‌ରୁ ମିଳିଲା ମୃତଦେହ

ପରଜଙ୍ଗ,୨୩ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନୁଗୋଳ-ଡ଼ୁବୁରୀ ନୂତନ ରେଳପଥର ପରଜଙ୍ଗ ରେଳ ଷ୍ଟେଶନଠାରୁ ଅଳ୍ପ ଦୂରରେ ଟ୍ରେନ୍‌ରେ କଟି ରବିବାର ବିଳମ୍ବିତ ରାତିରେ...

୩୫ ଲକ୍ଷ ଟଙ୍କାରେ ବଜ୍ରକାପ୍ତା ବିକ୍ରି ପାଇଁ ହୋଇଥିଲା ଡିଲ୍‌: ମାଡ଼ିବସିଲା ବନ ବିଭାଗ

ଟିଟିଲାଗଡ଼,୨୩।୧୨(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବନାଞ୍ଚଳ ଅଧୀନ ବର୍ଣ୍ଣେଇ ରିଜର୍ଭ ଜଙ୍ଗଲରୁ ଏକ ବଜ୍ରକାପ୍ତା ଧରି ବିକ୍ରି କରୁଥିବା ବେଳେ ବନ ବିଭାଗ ହାତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri