ଅବ୍ୟବସ୍ଥାରେ ବିଜେବି ସଙ୍ଗୀତ ବିଭାଗ

ଭୁବନେଶ୍ୱର,୨୯।୬(ଅନୁରାଧା ମହାରଣା): ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ସ୍ବୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ବିଭାଗରେ ନାନା ସମସ୍ୟାକୁ ନେଇ ଛାତ୍ର ଅସନ୍ତୋଷ ଲାଗିରହୁଛି। ତେବେ ଯୁକ୍ତ୩ ସଙ୍ଗୀତ ବିଭାଗରେ ଅବ୍ୟବସ୍ଥା ସବୁଠୁ ବଳିଯାଇଛି। ପ୍ରଥମବର୍ଷରେ ନାମଲେଖା ଠାରୁ ଏ ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ ହୋଇପାରିନାହିଁ। ମାତ୍ର ୮ ଆସନ ବିଶିଷ୍ଟ ଏହି ବିଭାଗରେ ପିଲାଙ୍କ ସଙ୍ଗୀତ ଶିକ୍ଷା ପାଇଁ ଆନୁଷଙ୍ଗିକ ବନ୍ଦୋବସ୍ତ ନାହିଁ। ବାଦ୍ୟଯନ୍ତ୍ରର ଅଭାବ ରହିଛି। ତବଲା ହେଉ କି ତାନପୁରା, କୌଣସି ବି ବାଦ୍ୟଯନ୍ତ୍ର ବ୍ୟବହାର ଯୋଗ୍ୟ ହୋଇରହିନାହିଁ। ପୁଣି ତାହାକୁ ବଜାଇବାକୁ କେହି ନାହାନ୍ତି। ଇଲେକ୍ଟ୍ରୋନିକ୍ସ ସାଉଣ୍ଡ୍‌ବକ୍ସରେ ହିଁ କାମ ଚଳୁଛି। ଅନ୍ୟପଟେ ସଙ୍ଗୀତ ବିଭାଗରେ ଅଧ୍ୟାପକ ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଦୀର୍ଘବର୍ଷ ପରେ ଏଠାରେ ଜଣେ ସ୍ଥାୟୀ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ମାତ୍ର ହିନ୍ଦୁସ୍ତାନୀ ଭୋକାଲ ଶିକ୍ଷାଦାନ ପାଇଁ ଓଡ଼ିଶୀ ଭୋକାଲ ଡିଗ୍ରୀଧାରୀ ଅଧ୍ୟାପକଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ବିଭାଗର ବର୍ତ୍ତମାନ ତଥା ପୁରାତନ ଛାତ୍ରୀଛାତ୍ର ଉଚ୍ଚଶିକ୍ଷା ବିଭାଗ ଓ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
ଛାତ୍ରୀଛାତ୍ରଙ୍କ ଅଭିଯୋଗ ଅନୁସାରେ, ଓଡ଼ିଶୀ ଭୋକାଲରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ସୁକାନ୍ତ କୁମାର ବଳଙ୍କୁ ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟରେ କନିଷ୍ଠ ଅଧ୍ୟାପକ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ। ବର୍ତ୍ତମାନ ଅଧ୍ୟାପକ ବଳଙ୍କୁ ବିଜେବି କଲେଜକୁ ବଦଳି କରାଯାଇଛି। ମାତ୍ର ବିଜେବି କଲେଜ ସଙ୍ଗୀତ ବିଭାଗରେ କେବଳ ହିନ୍ଦୁସ୍ତାନୀ ଭୋକାଲ ବିଷୟ ରହିଛି। ହିନ୍ଦୁସ୍ତାନୀ ଭୋକାଲରେ ଡିଗ୍ରୀ ନ ଥିବା ଜଣେ ଅଧ୍ୟାପକ ପିଲାଙ୍କୁ କିପରି ଶିକ୍ଷା ଦେବେ ତାହାକୁ ନେଇ ଛାତ୍ରୀଛାତ୍ର ପ୍ରଶ୍ନ କରିଛନ୍ତି। ତେଣୁ ବିଦ୍ୟାଳୟରେ ଓଡ଼ିଶୀ ଭୋକାଲ ପାଠ୍ୟକ୍ରମ ସ୍ବତନ୍ତ୍ର ଭାବେ ଖୋଲାଯାଉ କିମ୍ବା ଅଧ୍ୟାପକ ବଳଙ୍କୁ ଅନ୍ୟତ୍ର ବଦଳି କରାଯାଉ। ମାତ୍ର ହିନ୍ଦୁସ୍ତାନୀ ଭୋକାଲ ପାଠ୍ୟକ୍ରମରେ ନାମ ଲେଖାଇଥିବା ପିଲାଙ୍କୁ ଓଡ଼ିଶୀ ଶିକ୍ଷା ପ୍ରଦାନ କରା ନ ଯାଉ। ସେହିପରି ଏହି ବିଭାଗରେ ସିଟ୍‌ ସଂଖ୍ୟା ବଢ଼ାଇବାର ଆବଶ୍ୟକତା ରହିଥିବା ପୁରାତନ ଛାତ୍ରୀଛାତ୍ର ମତ ରଖିଛନ୍ତି।
ନିକଟରେ ବିଭାଗର ଛାତ୍ରୀଛାତ୍ର ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ଇତିଶ୍ରୀ ପାଢ଼ୀଙ୍କୁ ଭେଟି ଅଭିଯୋଗପତ୍ର ଦେବା ସହ ବିଭାଗର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗକୁ ଜଣାଇବେ ବୋଲି ପାଢ଼ୀ କହିଥିଲେ। ମାତ୍ର ଏ ପର୍ଯ୍ୟନ୍ତ ଅଧ୍ୟକ୍ଷା କ’ଣ ପଦକ୍ଷେପ ନେଲେ ସେ ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ କୌଣସି ତଥ୍ୟ ପ୍ରଦାନ କରାଯାଉନାହିଁ ବୋଲି ଜଣେ ଛାତ୍ର କହିଛନ୍ତି। ଅନ୍ୟପଟେ ଏ ସମ୍ପର୍କରେ ଡ. ପାଢ଼ୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଏନେଇ ସଙ୍ଗୀତ ବିଭାଗର ନବନିଯୁକ୍ତ ଅଧ୍ୟାପକ ତଥା ବିଭାଗ ମୁଖ୍ୟ ସୁକାନ୍ତ ବଳ କହିଛନ୍ତି, ତାଙ୍କ ନିଯୁକ୍ତିକୁ ଖୁବ୍‌ କମ୍‌ ସମୟ ହୋଇଛି। ଦୀର୍ଘବର୍ଷ ଧରି ବିଭାଗରେ କେଉଁ ସବୁ ସମସ୍ୟା ରହିଛି ସେସବୁ ସେ ପିଲାଙ୍କଠାରୁ ଜାଣିବାକୁ ଚାହଁୁଛନ୍ତି। ଉନ୍ନତମାନର ଶିକ୍ଷାଦାନ ପାଇଁ ସେ ତୁରନ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି। ଅନ୍ୟପଟେ ବିଭାଗୀୟ ପାଠ୍ୟକ୍ରମ ଓ ତାଙ୍କ ଡିଗ୍ରୀରେ ଭିନ୍ନତା ନେଇ ପ୍ରଶ୍ନ କରିବାରୁ ସେ କହିଛନ୍ତି, ବିଜେବି କଲେଜରେ ଭାରତୀୟ ସଙ୍ଗୀତ ପଢ଼ାଯାଉଛି। କର୍ନାଟକୀ ଭାଷାରେ ପଢ଼ାଗଲେ ଆମେ ଦକ୍ଷିଣ ଭାରତୀୟ କହିବା, ହିନ୍ଦୀରେ ପଢ଼ାଗଲେ ଭାରତୀୟ ଏବଂ ଓଡ଼ିଆରେ ପଢ଼ାଗଲେ ଓଡ଼ିଶୀ ଭୋକାଲ କହିବା। ସମସ୍ତ ପାଠ୍ୟକ୍ରମରେ ଅନେକ ସାମଞ୍ଜସ୍ୟ ରହିଛି। ସେହି ଅନ୍ତର ବିଷୟରେ ପିଲାମାନେ ଜାଣିପାରିଲେ ସଙ୍ଗୀତ ଶିକ୍ଷା ପୂର୍ଣ୍ଣ ହେବ। ବର୍ତ୍ତମାନ ଅତିଥି ଅଧ୍ୟାପକ ନିଯୁକ୍ତି କରାଯାଉଛି। ତେଣୁ ପାଠପଢ଼ା ଆରମ୍ଭ ହୋଇପାରିନାହିଁ। ଜୁଲାଇ ପହିଲାରୁ ସବୁକିଛି ଧାରାରେ ଚାଲିବ। ଯେତେବେଳେ ଯେଉଁ ସମସ୍ୟା ଆସିବ ତାହାର ତୁରନ୍ତ ସମାଧାନ କରାଯିବ ବୋଲି ବଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ଜଣଙ୍କୁ ଦଳିଦେଲା ହାତୀ

ରାଉରକେଲା/ଟେନ୍‌ସା,୧ା୭(ସଙ୍ଗୀତା ଜେନା/ ସମୀର ପାଢ଼ୀ): ସୁନ୍ଦରଗଡ଼ ଜିଲାରେ ହାତୀ ଆତଙ୍କ ଥମୁନାହିଁ। ସୋମବାର ଜିଲାର ପୃଥକ୍‌ ପୃଥକ୍‌ ସ୍ଥାନରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି।...

ପୁଣି ସକ୍ରିୟ ହେଲେ ପାଣ୍ଡିଆନ! ଚର୍ଚ୍ଚା ଆରମ୍ଭ

ଭୁବନେଶ୍ୱର,୧।୭: ରାଜ୍ୟରେ ବିଜେଡି ଶାସନର ଅନ୍ତ ଘଟିଛି। ନିର୍ବାଚନୀରେ ବିଜେଡି କାହିଁକି ହାରିଲା ତା’ର ସମୀକ୍ଷା କରିବା ପାଇଁ ବିଜେଡି ତତ୍ପରତା ଦେଖାଉନଥିବା ଜଣାପଡିଛି। ତେବେ...

ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା

ଭୁବନେଶ୍ୱର,୧।୭: ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୋମବାର ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭେଟିଥିଲେ...

ରଥଯାତ୍ରାରେ ପୁରୀ ଆସୁଥିବା ଭକ୍ତଙ୍କ ହେବ ଗଣନା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୭: ଆଉ କିଛି ଦିନ ପରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି ମହାରାଜା

ଭୁବନେଶ୍ୱର,୧।୭: ରଥଯାତ୍ରା ପୂର୍ବରୁ ରାଜ୍ୟ ଅତିଥି ଭବନରେ ସୋମବାର ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଆଇନ ମନ୍ତ୍ରୀ...

କେବେଠୁ ଲାଗୁ ହେବ ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି, ଜାଣନ୍ତୁ କ’ଣ କହିଲେ ମନମୋହନ

ଭୁବନେଶ୍ୱର,୧।୭: ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରତିଶ୍ରୁତି ପ୍ରସଙ୍ଗ ଉଠାଇ ଭାଜପାକୁ ବିଜେଡି ଟାର୍ଗେଟ କରିଛି। ଏବେ ଭାଜପାଏହାର ଜବାବ ରଖିଛି । ଦଳର...

କଟାମୁଣ୍ଡ ଧରି ଗାଁ ବୁଲିଲା ଅଭିଯୁକ୍ତ ନାତି

ଟେନସା,୧।୭(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା କୋଇଡ଼ା କେ.ବଲାଙ୍ଗ ଥାନା ପୁରୁଣାପାଣି ଗାଁରେ ସୋମବାର ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଅଜାଙ୍କୁ ଅତି ନୃସଂଶ ଭାବେ...

ଅଭିଯୋଗ ଶୁଣାଣି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଦେଲେ ବଡ଼ ସୂଚନା

ଭୁବନେଶ୍ୱର,୧।୭: ଅଭିଯୋଗ ଶୁଣାଣି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜି ରାଜ୍ୟସ୍ତରୀୟ ସହ ଜିଲାସ୍ତରରେ ମଧ୍ୟ ଶୁଣାଣି କରାଯାଉଛି। ଲୋକମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri