ବିରୋଧ କରି ମାଡ ଖାଇଲେ କଂଗ୍ରେସ କର୍ମୀ

ବରଗଡ ଅଫିସ,୧୩।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବରଗଡ ଜିଲା ଗସ୍ତରେ ଆସୁଛନ୍ତି। ବିଜେପୁରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଛି। ଦିନ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀ ଏଠାରେ ପହଞ୍ଚିବେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ କଂଗ୍ରେସ ବିରୋଧ କରିଛି। ତେବେ ବରଗଡ ହଲଦୀପାଲି ଛକରେ କଂଗ୍ରେସ ଓ ବିଜେଡି କର୍ମୀମାନେ ମୁହାଁମୁହିଁ ହୋଇଥିଲେ। ସେଠାରେ ପୋଲିସ ଉପସ୍ଥିତିରେ ଯୁବ କଂଗ୍ରେସ କର୍ମୀମାନଙ୍କ ଉପରକୁ ବିଜେଡି କର୍ମୀମାନେ ମାଡ ମାରିଥିବା ସୂଚନା ମିଳିଛି। ସେହିପରି ଜିଲା ଯୁବ କଂଗ୍ରେସ ସଭାପତି ଗୌରବ ପତିଙ୍କୁ ପୋଲିସ ସେଠାରୁ ଉଠାଇ ନେଇଛି। ଏହା ପୂର୍ବରୁ ଜିଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ, ଉପ ସଭାପତି ପାଣ୍ଡବ କର୍ଣ୍ଣ, ନିପନ ଦାଶ, ପ୍ରତାପ ନାୟକଙ୍କୁ ପୋଲିସ ରାତି ଅଧିଆ ଗିରଫ କରିଥିବା ସୂଚନା ମିଳିଛି ।

Share