କେନ୍ଦ୍ର ବିରୋଧରେ ଗର୍ଜିଲା ବିଜେଡି

ବଲାଙ୍ଗୀର ଅଫିସ,୧୬ା୨: ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଜିଲା ବିଜେଡି ପକ୍ଷରୁ ଧାରଣା ଦିଆଯାଇ କେନ୍ଦ୍ର ସରକାରଙ୍କ ଗରିବ ବିରୋଧୀ ନୀତିକୁ କଡ଼ା ସମାଲୋଚନା କରାଯାଇଥିଲା। ଓଡ଼ିଶାର ଗରିବ ଲୋକଙ୍କ ପିଡିଏସ୍‌ ଚାଉଳ କାଟିବା ପ୍ରତିବାଦରେ ବିଜେଡି ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। କେନ୍ଦ୍ର ସରକାର ଶେଷରେ ଗରିବ ଲୋକଙ୍କ ୫ କେଜି ଚାଉଳ ଉପରେ ହାତ ମାରି ଗରିବ ଲୋକଙ୍କ ପେଟରେ ଲାତ ମାରିଛି ବୋଲି କହିଥିଲେ। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ଯୋଗୁ ଓଡ଼ିଶାର ୩.୨୫ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ଆଗାମୀ ଦିନରେ ଲୋକେ ଏହାର ଜବାବ ଦେବେ ବୋଲି କହିଛନ୍ତି । ଏହି ଧାରଣାରେ ମ୍ୟୁନିସିପାଲିଟି ଅଧ୍ୟକ୍ଷା ଲିକା ସାହୁ, ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ,ସଦର ବ୍ଲକ ଚେୟାରମ୍ୟାନ ସରିତା ବାଗ, ଜିଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତା, ଲକ୍ଷ୍ମଣ ମେହେର, ଗୋଲାପ ବାଗ, ପ୍ରଦୀପ ସାହୁ, ଭଗବାନ ବଗର୍ତ୍ତୀ, ଜୟରାମ ମିଶ୍ର, ସୁମନ ନନ୍ଦ, ଗୁଞ୍ଜ ଖାନ, ଦମୟନ୍ତୀ ବାଗ ପ୍ରମୁଖ ସାମିଲ ଥିଲେ।

Share