ନିର୍ବାଚନ ସ୍ବଚ୍ଛତାକୁ ନେଇ ବିଜେଡି ଆଣିଲା ବଡ଼ ଅଭିଯୋଗ, ଲେଖାଶ୍ରୀ କହିଲେ ଭୋଟରେ ହୋଇଛି…

ଭୁବନେଶ୍ୱର୯।୮: ୨୦୨୪ ଲୋକ ସଭା ନିର୍ବାଚନର ଅନିୟମିତତା ଅଭିଯୋଗ ଆଣିଲା ବିଜେଡି। ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଇଭିଏମ ଏବଂ ଇସିଆଇଙ୍କ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଲେଖାଶ୍ରୀ କହିଛନ୍ତି, ପଡ଼ିଥିବା ଭୋଟ ଓ ଗଣତି ହେବା ଭୋଟରେ ୫ କୋଟିର ବ୍ୟବଧାନ ରହିଛ। ୫୪୧ ଆସନରୁ ୫୩୮ ଆସନରେ ଭୋଟ ବ୍ୟତିକ୍ରମ। ୭୯ଟି ସଂସଦୀୟ କ୍ଷେତ୍ରରେ ଫଳାଫଳ ଭିନ୍ନ ହୋଇଥାଆନ୍ତା। ଓଡ଼ିଶାର ୧୮ଟି ଆସନରେ ଫଳାଫଳ ଅଲଗା ହୋଇଥାଆନ୍ତା। ଫଳରେ ଭାଜପା କେନ୍ଦ୍ରରେ ସରକାର କରିପାରିନଥାଆନ୍ତା।

୨୦୨୪ ନିର୍ବାଚନରେ ବିଜେଡି ଶୋଚନୀୟ ପରାଜୟ ହୋଇଛି। ତେବେ ନିର୍ବାଚନର ପ୍ରାୟ ୨ମାସ ପରେ ଦଳୀୟ କାର୍ଯ୍ୟକ୍ରମର ତଦାରଖ ପାଇଁ ଦେବୀ ମିଶ୍ରଙ୍କ ନେତୃତ୍ୱରେ ବରିଷ୍ଠ ନେତାମାନଙ୍କୁ ନେଇ ବିଜେଡି ୧୫ ଜଣିଆ ସମନ୍ବୟ କମିଟି ଗଠନ କରିଛି। ଗୁରୁବାର ଶଙ୍ଖଭବନଠାରେ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କମିଟିର ପ୍ରଥମ ବୈଠକ ବସିଥିଲା। ଏଥିରେ ବରିଷ୍ଠ ନେତାମାନେ ଗତ ନିର୍ବାଚନ ପରିଚାଳନାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ନାଁ ନ ନେଇ ଦଳର ମଙ୍ଗ ଧରିଥିବା ୩ ଜଣ ନେତାଙ୍କୁ କଡ଼ା ସମାଲୋଚନା କରିଥିବା ସୂଚନା ମିଳିଛି। ସେମାନେ ଅଭିଯୋଗ କରିଥିଲେ ଯେ, ଏହି ୩ ଜଣଙ୍କ ପାଇଁ ଦଳ ନିର୍ବାଚନରେର କ୍ଷତି ସହିଲା । ଦଳରେ ଆଉ ଜିଲା ପର୍ଯ୍ୟବେକ୍ଷକ ଦରକାର ନାହିଁ ବୋଲି ପ୍ରସ୍ତାବ ଦେଇଛନ୍ତି।

Share