୧୫ବର୍ଷ ପରେ ପୁଣି ମେଣ୍ଟ! ସେତେବେଳେ ଏମିତି ହୋଇଥିଲା ମେଣ୍ଟ ସରକାର

ଭୁବନେଶ୍ୱର,୬।୩: ପୁଣି ହେବ BJD-BJP ମେଣ୍ଟ! ଏକାଠି ନିର୍ବାଚନ ଲଢିବେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି। ଯଦିଓ ୩ଦିନ ତଳେ ଉଭୟ ଭାଜପା ଓ ବିଜେଡି ଏଭଳି ଚର୍ଚ୍ଚାକୁ ଆନୁଷ୍ଠାନିକ ଭାବେ ଖଣ୍ଡନ କରିଥିଲେ। ମାତ୍ର ଆଜିର ରାଜଧାନୀର ରାଜନୀତି ଏହି ଚର୍ଚ୍ଚାକୁ ଆହୁରି ଅଧିକ ଖୋରାକ ଯୋଗାଇଛି। କାଲି ଓଡିଶାକୁ ମୋଦି ଆସିଥିବାବେଳେ ଆଜି ଭାଜପା ନେତାଙ୍କୁ ହଠାତ୍‌ ଦିଲ୍ଲୀ ଡକାଯିବା ଓ ନବୀନ ନିବାସରେ ବୈଠକ ହେବ ଅନ୍ୟ କିଛି ଇଶାରା କରୁଛି।

ପୂର୍ବରୁ ଦୁଇଟି ବିଧାନସଭା ନିର୍ବାଚନ ବିଜେଡ-ଭାଜପା ଏକାଠି ଲଢିଥିଲେ । ୧୯୯୮ରେ ଉଭୟ ଦଳ ମଧ୍ୟରେ ପ୍ରଥମେ ମେଣ୍ଟ କରିଥିଲେ । ୨୦୦୦ ଏବଂ ୨୦୦୪ ରେ ଓଡ଼ିଶାରେ ଭାଜପା ଓ ବିଜେଡି ମେଣ୍ଟ ସରକାର ହୋଇଥିଲା । ୨୦୦୦ମସିହାରେ ବିଜେଡି ୬୮, ଭାଜପା ୩୮ ଆସନରେ ବିଜୟୀ ହୋଇଥିଲେ । ସେହିଭଳି ୨୦୦୪ରେ ବିଜେଡି ୬୧ ଓ ଭାଜପା ୩୨ଟି ଆସନରେ ବିଜୟୀ ହୋଇଥିଲା । ପରେ ୨୦୦୯ରେ ମେଣ୍ଟ ଭାଙ୍ଗିଥିଲା । ୨୦୦୯ ଏବଂ ୨୦୧୪ରେ ଉଭୟ ବିଜେଡି ଓ ଭାଜପା ଅଲଗା ଅଲଗା ନିର୍ବାଚନ ଲଢିଥିଲେ । ଏବେ ୨୦୨୪ ନିର୍ବାଚନକୁ ଆଉ ଦିନ କେଇଟା ବାକି ରହିଥିବା ବେଳେ ମେଣ୍ଟ ଚର୍ଚ୍ଚା ଜୋର୍‌ ଧରିଛି । ୧୫ ବର୍ଷ ପରେ ପୁଣି ବିଜେଡି-ଭାଜପା ମେଣ୍ଟ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି ।

Share