ଜିଲା ପର୍ଯ୍ୟବେକ୍ଷକଙ୍କ ନାଁ ଘୋଷଣା କଲା ବିଜେଡି, ୨୫ ନେତାଙ୍କୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୬।୧୦(ବ୍ୟୁରୋ): ବିଜେଡି ପକ୍ଷରୁ ଗୁରୁବାର ଜିଲା ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରାଯାଇଛି। ୨୫ ଜଣ ନେତାଙ୍କୁ ମିଳିଲା ବିଭିନ୍ନ ଜିଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ। ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲା ଦାୟିତ୍ୱ ଦିଆଯାଇଛି। ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କୁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲା ଏବଂ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଗଜପତି ଓ ରାୟଗଡ଼ା ଜିଲା ଦାୟିତ୍ୱ ମିଳିଥିବା ବେଳେ ସୁଶାନ୍ତ ସିଂଙ୍କୁ ବଲାଙ୍ଗିର ଓ ଦେବଗଡ଼ ଜିଲା ଏବଂ ଦିବ୍ୟଶଙ୍କର ମିଶ୍ରଙ୍କୁ କୋରାପୁଟ ଓ ମାଲକାନଗିରି ଜିଲା ଦାୟିତ୍ୱ ମିଳିଛି।
ସେହିପରି ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ପୁରୀ ଜିଲା, ନବ ଦାସଙ୍କୁ କଳାହାଣ୍ଡି, ଅଶୋକ ପଣ୍ଡାଙ୍କୁ ଯାଜପୁର, ପ୍ରଫୁଲ ମଲ୍ଲିକଙ୍କୁ କେନ୍ଦ୍ରାପଡ଼ା, ଉଷା ଦେବୀଙ୍କୁ କଟକ, ପ୍ରତାପ ଦେବଙ୍କୁ ବାଲେଶ୍ବର, ପ୍ରଶାନ୍ତ ମୁଦୁଲିଙ୍କୁ ଅନୁଗୋଳ ଜିଲା ଦିଆଯାଇଛି। ଏହାସହ ମନ୍ତ୍ରୀ ଟୁକୁନି ସାହୁଙ୍କୁ ନୂଆପଡା, ରୋହିତ୍‌ ପୂଜାରୀଙ୍କୁ ସୁବର୍ଣ୍ଣପୁର ଏବଂ ଅରୁଣ ସାହୁଙ୍କୁ ଜଗତ୍‌ସିଂହପୁର ଜିଲା ଦାୟିତ୍ୱ ଦିଆଯାଇଛି।

Share