ହାତ ପରେ ପାଣ୍ଡିଆନ ଗୋଡ଼କୁ ନିୟନ୍ତ୍ରଣ କରୁଥିବା କଥା କେତେ ସତ କେତେ ମିଛ? ସାମ୍ନାକୁ ଆସିଲା ପ୍ରକୃତ ଭିଡିଓ…

ଭୁବନେଶ୍ୱର,୨୯।୫: ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନର ଦିନ ଯେତିକି ପାଖେଇ ଆସୁଛି, ରାଜନୀତି ସେତିକି ସରଗରମ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଭାଜପା ବିଜେଡିର ପ୍ରଚାର ମଙ୍ଗ ଧରିଥିବା ନେତା ୫ଟି ପାଣ୍ଡିଆନ୍‌ଙ୍କୁ ଜୋରଦାର ଟାର୍ଗେଟ କରୁଛି। ଗତ ଦୁଇଦିନ ଧରି ତାଙ୍କର କିଛି ଭିଡିଓ ଗଣମାଧ୍ୟମରେ ଖବର ଶିରୋନାମା ପାଲଟିଛି। ମଙ୍ଗଳବାର ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ହାତକୁ ଧରୁଥିବାର ଭିଡିଓ ସାମ୍ନାକୁ ଆସିଥିବା ବେଳେ ବୁଧବାର ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା। ସେ ମୁଖ୍ୟମନ୍ତ୍ରୀଙ୍କୁ ଗୋଡ଼କୁ ନିୟନ୍ତ୍ରଣ କରୁଥିବା ନେଇ ଭାଜପା ପକ୍ଷରୁ ଦାବି କରାଯାଇଥିଲା। ଏବେ ଏହାର ପ୍ରକୃତ ଭିଡିଓ ସାମ୍ନାକୁ ଆସିଛି।
ସତ ସର୍ବଦା ସତ। ଭିଡିଓକୁ ଏଡିଟ୍‌ କରାଯାଇ ମିଛ ପ୍ରଚାର କରାଯାଉଛି। ଭାଜପା ହାରିଯିବା ଭୟରେ ଅପପ୍ରଚାର ଚଳାଇଛି, ମହାପ୍ରଭୁ ସେମାନଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ। ଏହି ଭିଡିଓ ଦେଖି ଯଦି ସେମାନେ କ୍ଷମା ନ ମାଗନ୍ତି ଅସଲ ମାନସିକତା ଜଣାପଡ଼ିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।
ଦେଖନ୍ତୁ ଭିଡିଓ: