ସମ୍ଭାବ୍ୟ ମେଣ୍ଟ: ଦ୍ୱନ୍ଦ୍ୱରେ ବିଜେଡି, ଭାଜପା ନେତା

କେନ୍ଦୁଝର,୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଜେଡି ଓ ଭାଜପା ମେଣ୍ଟକୁ ନେଇ ଉଭୟ ବିଜେଡି- ଭାଜପା ଦଳର ନେତା ଓ କର୍ମୀ ନିରାଶ ହୋଇଥିବା ବେଳେ କଂଗ୍ରେସ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି। ମେଣ୍ଟ ହେବା ଘଟଣା ପ୍ରସାରିତ ହେବା ପରେ ଉଭୟ ଦଳର କର୍ମୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ପରସ୍ପର ବିରୋଧରେ ଦୋଷାରୋପ କୁତ୍ସାରଟନା କରିଆସୁଥିବା ନେତା ଓ କର୍ମୀମାନେ ଏବେ କିପରି ପରସ୍ପରକୁ ଆଲିଙ୍ଗନ କରି ସହାୟତା ମାଗିବେ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହାକୁ ନେଇ ଦ୍ୱନ୍ଦ୍ୱରେ ଭୋଟର ଓ ଦୁଇ ଦଳର କର୍ମୀମାନେ ରହିଥିବା ବେଳେ ଉଭୟ ଶିବିର ଖାଁ ଖାଁ ହୋଇ ପଡ଼ିଛି।
ଅନ୍ୟପକ୍ଷରେ ଉଭୟ ଦଳର ଆଶାୟୀ ପ୍ରାର୍ଥୀମାନେ ଏଭଳି ମେଣ୍ଟକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି। କେଉଁ ସିଟ୍‌ କେଉଁ ଦଳର ଭାଗ ପଡ଼ିବ ଏବଂ କିଏ ସେ ଭାଗ୍ୟବାନ ଟିକଟ ପାଇବ, ସେନେଇ ଆଶାୟୀ ତଥା ସେମାନଙ୍କ ସମର୍ଥକଙ୍କ ଚିନ୍ତା ବଢ଼ିଯାଇଛି। ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ମେଣ୍ଟ ସରକାରରେ କେନ୍ଦୁଝର ସଦର, ଚମ୍ପୁଆ, ପାଟଣା, ଆନନ୍ଦପୁର, ଘଷିପୁରା ନିର୍ବାଚନ ମଣ୍ଡଳୀ ଭାଜପା ହାତରେ ଥିଲା। ସେହିପରି କେନ୍ଦୁଝର ଲୋକସଭା ସିଟ୍‌ ମଧ୍ୟ ଭାଜପା ହାତରେ ରହିଥିଲା। ବିଜେଡି ହାତରେ କେବଳ ତେଲକୋଇ ଥିବା ବେଳେ ଏବେ ସିଟ୍‌ ଭାଗ ନିଶ୍ଚିତ ଭାବରେ ପରିବର୍ତ୍ତନ ହେବ ଏବଂ ୩ ଲେଖାଏଁ ପ୍ରତ୍ୟେକ ଦଳ ନେବେ ବୋଲି ଆଲୋଚନା ହେଉଛି। କେଉଁ ଦଳ ଭାଗରେ କେଉଁ ନିର୍ବାଚନ ମଣ୍ଡଳୀ ପଡ଼ିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ବିଜେଡିର ସ୍ଥିତି ଆନନ୍ଦପୁର, ତେଲକୋଇ ଓ ଚମ୍ପୁଆରେ ଭଲ ନ ଥିବାରୁ ପ୍ରାର୍ଥୀ ପରିବର୍ତ୍ତନ କରିବା ଚର୍ଚ୍ଚା ହେଉଥିଲା। ସେହିପରି ଭାଜପାର ସ୍ଥିତି ସଦର, ଆନନ୍ଦପୁର, ପାଟଣା, ତେଲକୋଇରେ ଭଲ ଥିବା ନେଇ ଦଳୀୟ ନେତା ଦାବି କରିଆସୁଛନ୍ତି। ଘଷିପୁରା ନିର୍ବାଚନ ମଣ୍ଡଳୀ ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ ଗଡ଼ ରହିଛି। ପୂର୍ବରୁ ୨୦୦୦ ନିର୍ବାଚନରେ ଏହି ସିଟ୍‌ ଭାଜପା ହାତକୁ ଚାଲିଯିବାରୁ ବଦ୍ରୀ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ଜିତିଥିଲେ। ଏବେ ମଧ୍ୟ ତାଙ୍କର ଦୃଢ ସଂଗଠନ ରହିଥିବାରୁ ହାତଛଡ଼ା କରିବେ ନାହିଁ ବୋଲି କୁହାଯାଉଛି। ତେବେ ପୂର୍ବ ମେଣ୍ଟକୁ ଆଧାରକରି ଭାଜପା ଉକ୍ତ ସିଟ୍‌ରେ ଲଢ଼ିବା ପାଇଁ ଆଶାବାନ୍ଧି ଥିବା ଜଣାପଡ଼ିଛି। ସେହିପରି ଖଣିଖାଦାନ ବହୁଳ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ଭାଜପା ବାରମ୍ବାର ହାରି ଆସିଛି। ଏବେ ଉକ୍ତ ସିଟ୍‌ରେ ବିଜେଡିର ପ୍ରଭାବା ରହିଛି। ସେହିପରି ଥରେ ସ୍ବାଧୀନ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ି ଜିଣିଥିବା ସନାତନ ମହାକୁଡ଼ଙ୍କ କାଟ୍‌ତି ମଧ୍ୟ କମ୍‌ ନାହିଁ। ଉକ୍ତ ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନର ବିଧାୟିକା ମୀନାକ୍ଷୀ ମହାନ୍ତ, ପୂର୍ବତନ ବିଧାୟକ ସନାତନ ମହାକୁଡ଼ ଓ ଜିତୁ ପଟ୍ଟନାୟକ, କୁଶ ଆପଟ, ମୂରଲୀ ଶର୍ମା, ରବୀନ୍ଦ୍ର ଦାସ ଭଳି ବିଭିନ୍ନ ଦଳର ହେଭିଓ୍ବେଟ୍‌ ନେତା ଭାଗ୍ୟ ନିର୍ଦ୍ଧାରଣ ପାଇଁ ପାଗ ଭିଡୁଥିବା ବେଳେ ଏଭଳି ନିଷ୍ପତ୍ତି ଉଭୟ ଦଳ ପାଇଁ ସମସ୍ୟାର କାରଣ ହୋଇପାରେ। ବିଜେଡି ବା ଭାଜପା ଦଳରେ ସନାତନଙ୍କ ମିଶିବା ନେଇ ଚାଲିଆସୁଥିବା ଚର୍ଚ୍ଚାର ଏହି ମେଣ୍ଟକୁ ନେଇ ଅବସାନ ଘଟିଛି। ତେବେ ସନାତନ କେଉଁ ଦଳରେ ମିଶିବେ ନା ସମର୍ଥନ କରିବେ କିମ୍ବା ପୂର୍ବଭଳି ସ୍ବାଧୀନ ପ୍ରାର୍ଥୀ ଦେଇ ନିଜର ପତିଆରାକୁ ପୂର୍ବ ପରି ଜାରି ରଖିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଏଭଳି ପରିସ୍ଥିତିରେ ପୂର୍ବ କ୍ରମରେ ସଦର, ପାଟଣା, ତେଲକୋଇ ନିର୍ବାଚନ ମଣ୍ଡଳୀ ଭାଜପା ହାତରେ ପଡ଼ିପାରେ। ସେହିପରି ପୂର୍ବ ମେଣ୍ଟ ଭଳି ଲୋକସଭା ସିଟ୍‌ ଭାଜପା ହାତରେ ପଡ଼ିବ ବୋଲି ଦଳୀୟ ନେତା ଆଶାବ୍ୟକ୍ତ କରିଛନ୍ତି। ତେବେ ମେଣ୍ଟ ହେଲେ ବହୁ ଆଶାୟୀ ତଥା ଅସନ୍ତୁଷ୍ଠ ନେତା ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିବେ ଏଥିରେ ଦ୍ୱିମତ ନାହିଁ। କାରଣ ଥରେ ମେଣ୍ଟ ହେଲେ ଏହା ପରବର୍ତ୍ତୀ ନିର୍ବାଚନରେ ମଧ୍ୟ ହେବା ଆଶଙ୍କା କରି ବହୁ ନେତା ଚିନ୍ତାରେ ରହିଛନ୍ତି। ସିଟ୍‌ ଭାଗବଣ୍ଟାକୁ ଅପେକ୍ଷା କରିଛନ୍ତି। ଏଣୁ ସ୍ବାଧୀନ ପ୍ରାର୍ଥୀ ଉଭୟ ଦଳକୁ ଅଡୁଆରେ ପକାଇବେ। ଏଭଳି ପରିସ୍ଥିତି କଂଗ୍ରେସ ପାଇଁ ସୁବର୍ଣ୍ଣ ସୁଯୋଗ ହୋଇଥିଲା ବେଳେ ସେମାନେ ପୂର୍ବରୁ କିଭଳି ପ୍ରସ୍ତୁତି କରୁଛନ୍ତି ଏବଂ କାହାକୁ ପ୍ରାର୍ଥୀ କରୁଛନ୍ତି ସେସବୁ ଉପରେ ତାଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ ବୋଲି ମତପ୍ରକାଶ ପାଉଛି।
କଂଗ୍ରେସ ଜିଲା ସଭାପତି ମୋହନ ପରିଡ଼ା କହିଛନ୍ତି, ଆଗରୁ ବିଜେଡି ଓ ଭାଜପା ମଧ୍ୟରେ ଭିତିରି ବୁଝାମଣା ଥିବା କୁହାଯାଉଥିଲା। ଏବେ ପ୍ରମାଣିତ ହେବାକୁ ଯାଉଛି। ସେମାନଙ୍କ ମେଣ୍ଟ କଂଗ୍ରେସ ପାଇଁ ଭଲ ଫଳ ଆଣିବ।
ମେଣ୍ଟ ନେଇ କାୈଣସି ସୂଚନା ନାହିଁ। କ’ଣ ହେବ ଆଗାମୀ ଦିନରେ ସ୍ପଷ୍ଟ ଜଣାପଡ଼ିବ ବୋଲି ଉଭୟ ଭାଜପା ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଓ ବିଜେଡି ଜିଲା ସଭାପତି ମାଧବ ସର୍ଦ୍ଦାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…

ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...

ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ

ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ

ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି...

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri