ଏକ୍‌ଜିଟ ପୋଲ୍‌ ରିପୋର୍ଟ ନେଇ ବିଜେଡି-ଭାଜପା ଯୁକ୍ତି

ଭୁବନେଶ୍ୱର,୩।୬(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ଲାଗି ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହୋଇଥିବା ଭୋଟ ଗ୍ରହଣ ଗତ ୧ ତାରିଖ ସୁଦ୍ଧା ଶେଷ ହୋଇସାରିଛି। ତେବେ ଆସନ୍ତା ୪ ତାରିଖରେ ସମସ୍ତ ପର୍ଯ୍ୟାୟ ନିର୍ବାଚନର ଭୋଟ ଗଣତି କରାଯିବ। ହେଲେ ଏହା ପୂର୍ବରୁ ବିଭିନ୍ନ ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକ୍‌ଜିଟ ପୋଲ୍‌ ରିପୋର୍ଟ ପ୍ରକାଶ ପାଇଛି। ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାଜପା ଓଡ଼ିଶାରେ ଲୋକ ସଭା ଆସନରେ ବହୁତ ଭଲ ପ୍ରଦର୍ଶନ କରିବ ବୋଲି ଦର୍ଶାଯାଇଛି। ଏପରିକି ରାଜ୍ୟରେ ୨୧ ଲୋକ ସଭା ଆସନରୁ ଭାଜପା ପ୍ରାୟ ୧୮ ପର୍ଯ୍ୟନ୍ତ ଆସନ ନେଇପାରେ ବୋଲି ଜାତୀୟ ଗଣମାଧ୍ୟମ ସଂସ୍ଥା ଆକଳନ କରିବା ପରେ ଏହାକୁ ନେଇ ରାଜନୀତି ଜୋର୍‌ ଧରିଛି। ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ତାଙ୍କ ‘ଏକ୍ସ’ ଆକାଉଣ୍ଟରେ ୨୦୧୯ ନିର୍ବାଚନ ପରେ ପ୍ରକାଶ ପାଇଥିବା ଏକ ଏକ୍‌ଜିଟ ପୋଲ୍‌ ରିପୋର୍ଟ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି ଯେ,  ୨୦୧୯ ନିର୍ବାଚନ ବେଳେ ଏସି(ଏୟାର କଣ୍ଡିଶନର) ରୁମ୍‌ରେ ବସି ଜାତୀୟ ସଂସ୍ଥା କରିଥିବା ଏକ୍‌ଜିଟ ପୋଲ୍‌ ଯେମିତି ହେଇଥିଲା ସମସ୍ତେ ତାହା ଦେଖିଛନ୍ତି। ୨୦୨୪ରେ ମଧ୍ୟ ଏହାର ପୁନରାବୃତ୍ତି ହେବ ବୋଲି ସେ ଉଲ୍ଲେଖ କରିଛନ୍ତି।
  ଏକ ଭିଡିଓ ବାର୍ତ୍ତା ଜରିଆରେ ବିଜେଡି ରାଜ୍ୟ ସଭା ଏମ୍‌ପି ସସ୍ମିତ ପାତ୍ର କହିଛନ୍ତି ଯେ, ଓଡ଼ିଶା ବାବଦରେ ଆସିଥିବା ଏକ୍‌ଜିଟ ପୋଲ୍‌ ରିପୋର୍ଟ ସବୁବେଳେ ଭୁଲ୍‌ ପ୍ରମାଣିତ ହୋଇଛି। ୨୦୨୪ରେ ମଧ୍ୟ ଏକ୍‌ଜିଟ ପୋଲ୍‌ ରିପୋର୍ଟ ଭୁଲ୍‌ ପ୍ରମାଣିତ ହେବ। ବିଜେଡି କରିଥିବା ସର୍ଭେ ଏବଂ ନିରୀକ୍ଷଣ ଅନୁଯାୟୀ ଓଡ଼ିଶାରେ ଅତିକମ୍‌ରେ ଆମେ ୧୨ଟି ଲୋକ ସଭା ଆସନରେ ବିଜୟୀ ହେବୁ କିମ୍ବା ଏହାଠାରୁ ଅଧିକ ମଧ୍ୟ ଜିତିପାରୁ। ସେହିପରି ବିଧାନସଭାରେ ତିନି ଚତୁର୍ଥାଂଶ ଆସନରେ ବିଜୟୀ ହୋଇ ସରକାର କରିବୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ସୁଦୃଢ଼ ଏବଂ ମଜଭୁତ ସରକାର ହେବ। ବିଜେଡି ବିଧାନସଭାରେ ପ୍ରାୟ ୧୧୦ ପାଖାପାଖି ଆସନରେ ବିଜୟୀ ହେବ ବୋଲି ସସ୍ମିତ କହିଛନ୍ତି।
  ମୁଖପାତ୍ର ଗୋଲକ ମହାପାତ୍ର ବିଜେଡି ମତ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଭାଜପା ଏବେ କିଛି ବିଜେଡି ନେତାଙ୍କୁ କହିବ ନାହିଁ। କାରଣ ଲୋକମାନେ ସେମାନଙ୍କ ମତ ସାବ୍ୟସ୍ତ କରିସାରିଛନ୍ତି, କେବଳ ଗଣତିକୁ ଅପେକ୍ଷା। ଆସନ୍ତା ୪ ତାରିଖରେ ସ୍ପଷ୍ଟ ହୋଇଯିବ ଏକ୍‌ଜିଟ ପୋଲ୍‌ କେତେ ଠିକ୍‌ ଆଉ କେତେ ଭୁଲ୍‌। ଏବେ କିଛି କହିଲେ ସେମାନେ ପ୍ରାୟୋଜିତ ନାଟକ କରି ଲୋକଙ୍କୁ କ’ଣସବୁ ଜଣାଇବାକୁ ଚେଷ୍ଟା କରୁଛନ୍ତି। ସେମାନେ ବର୍ତ୍ତମାନ ଯେଉଁ ଖୁସିରେ ଅଛନ୍ତି ସେମିତି ଥାଆନ୍ତୁ ବୋଲି ଗୋଲକ କହିଛନ୍ତି।
ଭାଜପାର ପୂର୍ବତନ ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂଦେଓ କହିଛନ୍ତି ଯେ, ଏକ୍‌ଜିଟ ପୋଲ୍‌ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପ୍ରସ୍ତୁତ କରିଛନ୍ତି। ତେବେ ଗଣମାଧ୍ୟମ ଉପରେ ଓଡ଼ିଶା ସରକାରଙ୍କ ବିଶ୍ୱାସ ନାହିଁ। ଯଦି ସେମାନଙ୍କ ଗଣମାଧ୍ୟମ ସଂସ୍ଥା ଉପରେ ବିଶ୍ୱାସ ନାହିଁ ତେବେ ଭାଜପାର ଏହା ଉପରେ କୌଣସି ଯୁକ୍ତି କରିବାର ନାହିଁ। ବିଜେଡି ସବୁବେଳେ ଗଣମାଧ୍ୟମ ସଂସ୍ଥାକୁ କେବଳ ନିଜ ପ୍ରଚାର ପ୍ରସାର ପାଇଁ ବ୍ୟବହାର କରିଛି। ଲୋକଙ୍କ ପାଖକୁ ଯାଇ ଖରାରେ ବୁଲି ଗଣମାଧ୍ୟମ ପ୍ରତିନିଧିମାନେ ସେମାନଙ୍କ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଭାଜପାର ଏହା ଉପରେ ବିଶ୍ୱାସ ଅଛି, ରାଜ୍ୟରେ ଦୁଇ ତୃତୀୟାଂଶ ଆସନରେ ଭାଜପା ଏକ ସ୍ଥିର ସରକାର କରିବ ବୋଲି କନକ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଅସହ୍ୟ ହେଉଛି ତାତି: ଦୁଇ ଦିନରେ ସ୍କୁଲ ବନ୍ଦ ନିଷ୍ପତ୍ତି

ଭୁବନେଶ୍ୱର,୨୨।୪: ରାଜ୍ୟରେ ଅସହ୍ୟ ହେଉଛି ତାତି। ତେଣୁ କେବେ ସ୍କୁଲ ଛୁଟି ଘେଷଣା ହେବ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ...

ମିଶନ ଶକ୍ତି ପୁନର୍ଗଠନ ବିଜ୍ଞପ୍ତିରେ ଲାଗିଲା ରୋକ

ପାଟଣା, ୨୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ବୈତରଣୀ ମିଶନ ଶକ୍ତି ଫେଡରେଶନ ପକ୍ଷରୁ କାର୍ଯ୍ୟରତ ମହିଳାମାନେ ସରକାରଙ୍କ ଜାନୁୟାରୀ ୨୨ର ବିଜ୍ଞପ୍ତି ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ...

କିଏ ସେହି ଶକ୍ତି ଦୁବେ: ଯିଏ ହେଲେ UPSC ଟପ୍ପର, ଜାଣନ୍ତୁ କେମିତି ଥିଲା ତାଙ୍କ ଯାତ୍ରା

ପ୍ରୟାଗରାଜ,୨୨।୪: ୟୁନିଅନ ପବ୍ଲିକ ସର୍ଭିସ କମିଶନ (UPSC) ସିଭିଲ ସର୍ଭିସ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ଆଜି ପ୍ରକାଶ ପାଇଛି। ଶକ୍ତି ଦୁବେ UPSC ସିଭିଲ ସର୍ଭିସେସ...

୧୬୦୦ କୋଟିର ମେଗା ପ୍ରକଳ୍ପ ସମୀକ୍ଷା କଲେ ସିଡିଓ: ଏଯାଏ ହୋଇନାହିଁ ପାଣି ଉଠାଇବା ସ୍ଥାନ ଚହ୍ନଟ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ବିଭାଗ ଅଧୀନରେ ପ୍ରାୟ ୧୬୦୦ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ...

UPSC ଫଳାଫଳ ପ୍ରକାଶିତ: ଜାଣନ୍ତୁ କେମିତି କରିବେ ଚେକ୍‌

ନୂଆଦିଲ୍ଲୀ,୨୨।୪:ଲୋକସେବା ଆୟୋଗ ଦ୍ୱାରା UPSC ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯାଇଛି। ପ୍ରୟାଗରାଜର ଶକ୍ତି ଦୁବେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସମସ୍ତ ପ୍ରାର୍ଥୀ upsc.gov.in କୁ...

‘ସଂସଦ ସର୍ବୋଚ୍ଚ, ଏହା ଉପରେ କେହି ନୁହଁନ୍ତି’: ପୁଣି ସୁପ୍ରିମକୋର୍ଟକୁ ଟାର୍ଗେଟ୍‌ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୨୨।୪: ଉପରାଷ୍ଟ୍ରପତି ଜଗଦୀପ ଧନଖର ପୁଣି ଥରେ ଭାରତର ସମ୍ବିଧାନରେ ନିର୍ଦ୍ଦିଷ୍ଟ ଶାସନ ଢାଞ୍ଚାରେ ନ୍ୟାୟପାଳିକାର ଭୂମିକା ଏବଂ ସୀମା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ...

ଗଞ୍ଜାମ ପୋଲିସର ସ୍ବତନ୍ତ୍ର ଅଭିଯାନ: ୩୪ ନିଖୋଜ ଶିଶୁ ଉଦ୍ଧାର

ଛତ୍ରପୁର,୨୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପୋଲିସ ଅଧୀନରେ ଚଳିତ ମାସ ୧୫ରୁ ନିଖୋଜ ପିଲାମାନଙ୍କୁ ଖୋଜିବା ଏବଂ ଉଦ୍ଧାର ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ...

ପ୍ରବଳ ଖରାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଦହିପଣା ବଣ୍ଟନ

ଛତ୍ରପୁର,୨୨।୪,(ଦିଲ୍ଲୀପ ସାମଲ) : ଗ୍ରୀଷ୍ମ ପ୍ରବାହ ଯୋଗୁଁ ଚାରିଆଡେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଥିବା ବେଳେ ଗଞ୍ଜାମ ଜିଲାର ସଦର ମହକୁମା ଛତ୍ରପୁର ସହର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image