ବିଜେଡି-ଭାଜପା ମୁହାଁମୁହିଁ

ଭଦ୍ରକ ଅଫିସ, ୨୨।୧ ଭଦ୍ରକ ଜିଲା ସଦର ବ୍ଲକରେ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲକୁ ନେଇ ବିଜେଡି ଓ ଭାଜପା ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପ୍ରାର୍ଥତ୍ପତ୍ର ଦାଖଲ କରିବାକୁ ଆସୁଥିବା ବେଳେ ଭାଜପା କର୍ମୀମାନଙ୍କୁ ରାହାଞ୍ଜଠାରେ ପ୍ରତିପକ୍ଷ ବିଭିନ୍ନ ଆକ୍ଷେପ ମୂଳକ ମନ୍ତବ୍ୟ ସହ ଧମକ ଏବଂ ଜଣଙ୍କୁ ଆକ୍ରମଣ କରାଯାଇଥିବା ନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଭାଜପା ନେତା ଓ କର୍ମୀମାନେ ରାହାଞ୍ଜ ବଜାରଠାରେ ରାସ୍ତାରୋକୋ କରିଥିଲେ। ସମର୍ଥିତ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରୁଥିବା ବେଳେ ବିଜେଡି କର୍ମୀମାନେ ଉଦ୍ଦେଶ୍ୟମୂଳକ ଭାବେ ଗାଳିଗୁଲଜ କରିଥିଲେ। ଏଥିସହ ହତ୍ୟା ଧମକ ଦେଇଥିବା ଏତଲାରେ ଉଲ୍ଲେଖ କରାଯାଇଛି। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାଜପା ପକ୍ଷରୁ ଦାବି ହୋଇଛି। ଅଭିଯୋଗ ପାଇବା ପରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ବୁଝାଶୁଝା କରିବାରୁ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ପୋଲିସ ଘଟଣାର ତଦନ୍ତ କରୁଛି। ତେବେ ଏହାକୁ ନେଇ ରାହାଞ୍ଜ ଗଁାରେ ଉତ୍ତେଜନା ଲାଗିରହିଛି। ଏନେଇ ସନ୍ଧ୍ୟାରେ ଭାଜପା ପକ୍ଷରୁ ଖବରଦାତା ସମ୍ମିଳନୀ କରାଯାଇ ବିଜେଡିର ଏତାଦୃଶ କାର୍ଯ୍ୟକୁ ନିନ୍ଦା କରାଯାଇଛି।

Share