ଗୃହ ଉଦ୍‌ଘାଟନ ପୂର୍ବରୁ ଭାଜପା ବିଜେଡି ହାତାହାତି: ନାଁ ନାହିଁ ବୋଲି ରାଗିକି ଫଳକ ଭାଙ୍ଗିଦେଲେ ଅଧ୍ୟକ୍ଷା

ଗୋପ,୩୦।୯: ପୁରୀ ଜିଲା ଗୋପ ବ୍ଲକରେ ଭିଡିଓ କନଫରେନ୍ସିଂ ଗୃହ ଉଦ୍‌ଘାଟନ ପୂର୍ବରୁ ଭାଜପା ବିଜେଡି ମୁହାଁମୁହିଁ ହୋଇଛନ୍ତି। ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକଙ୍କ ନାମ ଫଳକରେ ନ ଥିବା ନେଇ ଭାଜପା ବିଜେଡି ଠେଲାପେଲା ହୋଇଥିଲେ। ପରେ ଗଣ୍ଡଗୋଳ ହୋଇଥିଲେ। ଏଥିରେ ଉଭୟ ଦଳର ସମର୍ଥକ ହାତାହାତି ହେବାକୁ ମଧ୍ୟ ପଛାଇ ନ ଥିଲେ। ତେବେ ରାଗିଯାଇ ଅଧ୍ୟକ୍ଷା ଇଟାରେ ଛେଚି ଫଳକ ଭାଙ୍ଗିଦେଇଛନ୍ତି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି।

Share