ପ୍ରାର୍ଥୀ ଚୟନ ନେଇ ଆଗେଇଲେ ବିଜେଡି, ଭାଜପା

ଭୁବନେଶ୍ୱର, ୧୯।୩(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର ଦୁଇ ଦିନ ପରେ ବିଜେଡି ଶୀର୍ଷ ନେତୃତ୍ୱ ଲୋକ ସଭା ନିର୍ବାଚନମଣ୍ଡଳୀଓ୍ବାରି ସାଙ୍ଗଠନିକ ଆଲୋଚନା ଆରମ୍ଭ କରିଦେଇଛନ୍ତି। ସୋମବାର ପୂର୍ବାହ୍ନ ୧୧ଟାରେ ନବୀନ ନିବାସରେ ପୁରୀ ଲୋକ ସଭା କ୍ଷେତ୍ରରୁ ପ୍ରଥମ ନିର୍ବାଚନୀ ଆଲୋଚନା ଶାସକ ଦଳ ଆରମ୍ଭ କରିଛି। ନବୀନ ନିବାସରେ ପୁରୀ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର ଏବଂ ନୟାଗଡ଼ ନିର୍ବାଚନମଣ୍ଡଳୀ ସମ୍ପର୍କରେ ଆଲୋଚନା କରାଯାଇଛି। ଏହି ବୈଠକରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ବିଧାୟକ ଉମାକାନ୍ତ ସାମନ୍ତରାୟ, ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି, ରାଜ୍ୟ ସଭା ଏମ୍‌ପି ଭାବେ ନିର୍ବାଚିତ ହୋଇଥିବା ଶୁଭାଶିଷ ଖୁଣ୍ଟିଆ, ବିଧାୟକ ସତ୍ୟନାରାୟଣ ପ୍ରଧାନ, ରୁଦ୍ର ମହାରଥୀ ନବୀନ ନିବାସ ଯାଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅରୂପ ପଟ୍ଟନାୟକ, ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟ୍ଟଶାଣୀ, ପୁରୀ ଜିଲା ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏବଂ ଖୋର୍ଦ୍ଧା ଜିଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା ମଧ୍ୟ ଉପସ୍ଥିତ ଥିଲେ। ମିଳିଥିବା ସୂଚନା ମୁତାବକ, ବୈଠକରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବେ ଅରୂପ ପଟ୍ଟନାୟକ ପୁରୀ ଲୋକ ସଭା ଆସନରୁ ପ୍ରାର୍ଥୀ ହେବା ସମ୍ପର୍କରେ ନେତାମାନଙ୍କୁ ଅବଗତ କରାଯାଇଛି। ଅନ୍ୟପଟେ ନେତାମାନଙ୍କୁ ନିଜ ନିର୍ବାଚନମଣ୍ଡଳୀର ବିଭିନ୍ନ ଯୋଜନାରେ ଲାଭ ପାଇଥିବା ହିତାଧିକାରୀମାନଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଏହାସହ ଯେଉଁ ଯୋଗ୍ୟ ହିତାଧିକାରୀମାନେ ସରକାରୀ ଯୋଜନାର ଲାଭ ପାଇପାରି ନାହାନ୍ତି ସେମାନଙ୍କ ସହ ମଧ୍ୟ କଥା ହେବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ଏହି ଦାୟିତ୍ୱ ତୁଲାଇବାକୁ କୁହାଯାଇଥିବା ବେଳେ ସତ୍ୟବାଦୀରେ ସଞ୍ଜୟ ଦାସବର୍ମା ଏହି କାର୍ଯ୍ୟ କରିବେ ବୋଲି କୁହାଯାଇଛି। ବିଜେଡିର ଏହି ବୈଠକ ପରେ ନେତା ଏବଂ କର୍ମୀ ଗତ ୫ ତାରିଖ ପରଠାରୁ ମେଣ୍ଟକୁ ନେଇ ଯେଉଁ ଦ୍ୱନ୍ଦ୍ୱରେ ଥିଲେ ସେଥିରୁ ସାମାନ୍ୟ ଆଶ୍ୱସ୍ତ ହୋଇଥିବା ଦଳୀୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ତେବେ ବିଜେଡିର ଏହି ବୈଠକରେ ପ୍ରସନ୍ନ ପାଟ୍ଟଶାଣୀ ଯୋଗଦେବା କଥା ମଧ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବୈଠକ ପରେ ପାଟ୍ଟଶାଣୀ ଚିଲିକା ବିଧାନସଭା ଆସନରୁ ପ୍ରାର୍ଥୀ ହେବାର ସମ୍ଭାବନା ଅଧିକ ବୋଲି ଏକ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମୁଖ୍ୟତଃ ଓଡ଼ିଶାରେ ଶେଷ ୪ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ହେବ। ୬ଷ୍ଠ ଏବଂ ୭ମ ପର୍ଯ୍ୟାୟରେ ଯେଉଁ ଆସନଗୁଡ଼ିକରେ ଭୋଟ୍‌ ହେବ ସେଥିଲାଗି ସମୟ ସାମାନ୍ୟ ବିଳମ୍ବ ଥିବାରୁ ଦଳ ପକ୍ଷରୁ କିଛି ଦାୟିତ୍ୱ ବଣ୍ଟାଯାଇଥିବା ମଧ୍ୟ କୁହାଯାଉଛି। ଅନ୍ୟପଟେ ଦଳ ଯେଉଁ ସର୍ଭେ କରିଛି ତା’ର ରିପୋର୍ଟ ଆଧାରରେ ଟିକେଟ ବଣ୍ଟନ ହେବ ବୋଲି କୁହାଯାଇଥିବା ଶୁଣିବାକୁ ମିଳିଛି। ଅନ୍ୟପକ୍ଷରେ ପୁରୀ ଆସନରୁ ମହେଶ୍ୱରଙ୍କ ପୁଅ ସୁନୀଲଙ୍କୁ ଟିକେଟ ମିଳିବ ବୋଲି ଚିତ୍ର ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଏହି ଆସନରୁ ସୁନୀଲ ଏବଂ ଶୁଭାଶିଷଙ୍କୁ ବୈଠକରେ ସାମିଲ କରାଯାଇଥିଲା। ଶୁଭାଶିଷଙ୍କୁ ରାଜ୍ୟ ସଭା ଏମ୍‌ପି କରାଯାଇସାରିଥିବା ବେଳେ ଦଳ ସୁନୀଲଙ୍କୁ ଏହି ଆସନରୁ ଲଢେଇବା ନେଇ ପ୍ରସ୍ତୁତ ହେଉଥିବା ସୂଚନା ମିଳୁଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ଲୋକ ସଭା ଆସନର ବୈଠକ ବସିଥିଲା। ଏଥିରେ ବରିଷ୍ଠ ନେତା ପ୍ରତାପ ଦେବ, ପ୍ରତାପ ଜେନା, ଅଂଶୁମାନ ମହାନ୍ତି, ଅରବିନ୍ଦ ମହାପାତ୍ର, ଶଶି ଭୂଷଣ ବେହେରା, ଧ୍ରୁବ ସାହୁ, ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହି ଲୋକ ସଭା ଆସନରୁ ପୂର୍ବତନ ବିଧାୟକ ତଥା କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଅଂଶୁମାନ ମହାନ୍ତିଙ୍କୁ ଦଳ ପ୍ରାର୍ଥୀ କରିବା ନେଇ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପଟେ ପୁରୀ ଲୋକ ସଭା ଆସନ ଅନ୍ତର୍ଗତ ନେତାଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଛି, କେନ୍ଦ୍ରାପଡ଼ା ନେତାମାନଙ୍କୁ ମଧ୍ୟ ସମାନ ଭାବେ ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି।
ଭାଜପା ପକ୍ଷରୁ ମଧ୍ୟ ଶନିବାର ଆସନ୍ତା ନିର୍ବାଚନ ଲାଗି କେଉଁମାନଙ୍କୁ ଲୋକ ସଭା ଏବଂ ବିଧାନସଭା ଆସନରେ ପ୍ରାର୍ଥୀ କରାଯିବ ସେନେଇ ରାଜ୍ୟ ନିର୍ବାଚନ କମିଟି ବୈଠକରେ ଆଲୋଚନା ହୋଇଛି। ଏହାପରେ ପ୍ରତି ନିର୍ବାଚନମଣ୍ଡଳୀରୁ ୩ ଜଣଙ୍କ ନାଁ ଶର୍ଟଲିଷ୍ଟ କରି ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି ସୋମବାର ଦିଲ୍ଲୀ ଗସ୍ତ କରିଛନ୍ତି। ସେଠାରେ ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବା ଭାଜପା କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକରେ ଓଡ଼ିଶାର ପ୍ରାର୍ଥୀ ତାଲିକା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ବୋଲି ଜଣାପଡିଛି। ମେଣ୍ଟ ନେଇ ଦୀର୍ଘଦିନ ଚାଲିଥିବା ଚର୍ଚ୍ଚା ଆଲୋଚନା ଭିତରେ ଉଭୟ ଦଳର ଏଭଳି ପ୍ରସ୍ତୁତି ମେଣ୍ଟ ଚର୍ଚ୍ଚାରେ ସାମାନ୍ୟ ଶିଥିଳତା ଆଣିଛି। ହେଲେ ଏ ପର୍ଯ୍ୟନ୍ତ ରାଜନୈତିକ ସମୀକ୍ଷକମାନେ ମେଣ୍ଟ ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ଏଡାଇ ଦିଆଯାଇ ନ ପାରେ ବୋଲି ମତ ରଖୁଛନ୍ତି। କୁହାଯାଉଛି ମନମୋହନ ନେଇଥିବା ତାଲିକା ଦିଲ୍ଲୀରେ ଖୁବ୍‌ଶୀଘ୍ର ଚୂଡାନ୍ତ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶ ସୁରକ୍ଷା ବାର୍ତ୍ତା ନେଇ ସାଇକେଲ୍‌ରେ ବିଶ୍ୱ ଭ୍ରମଣ କରୁଛନ୍ତି ଜୋଜୋ ଦାଦା

ଭୁବନେଶ୍ୱର,୧୦।୪: କେବଳ ଦେଶ ନୁହେଁ ବିଦେଶକୁ ସାଇକେଲରେ ଭ୍ରମଣ କରୁଛନ୍ତି ପଶ୍ଚିମବଙ୍ଗ ଲାଲଗୁଲା ମୁର୍ଶିଦାବାଦର ପ୍ରସନ୍ନଜିତ୍‌ ଦାସ। ଲୋକେ ତାଙ୍କୁ ଜୋଜୋ ଦାଦା ବୋଲି ଡାକନ୍ତି।...

ମେ ୧୮ରୁ କଳିଙ୍ଗ ବ୍ଲାକ୍‌ ଟାଇଗର୍ସର ଅଭ୍ୟାସ

ଭୁବନେଶ୍ୱର, ୧୦।୪(ତପନ ସ୍ବାଇଁ): ରଗ୍‌ବୀ ଇଣ୍ଡିଆ ଓ ଜିଏମ୍‌ଆର୍‌ର ମିଳିତ ଆନୁକୂଲ୍ୟରେ ରଗ୍‌ବୀ ପ୍ରିମିୟର ଲିଗ୍‌ (ଆର୍‌ପିଏଲ୍‌) ଅନ୍ଧେରି ସ୍ପୋଟର୍‌ସ କମ୍ପ୍ଲେକ୍ସ(ମୁମ୍ବାଇ ଫୁଟ୍‌ବଲ ଆରେନା)ରେ ଆସନ୍ତା...

ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ

ନିରାକାରପୁର,୧୦।୪(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ରାମେଶ୍ୱର ନିକଟ କୁଆଁରୀ ଜଙ୍ଗଲରୁ ଜଣେ ଯୁବକଙ୍କ...

କାଳ ବୈଶାଖୀର ତାଣ୍ଡବ, ବର୍ଷା-ଘଡ଼ଘଡ଼ିରେ ୩୦ରୁ ଊର୍ଦ୍ଧ୍ୱ ଲୋକାଙ୍କ ମୃତ୍ୟୁ

ପାଟନା,୧୦।୪: ବିହାରର ନାଳନ୍ଦା, ସିୱାନ, ଭୋଜପୁର, ଗୋପାଳଗଞ୍ଜ, ବେଗୁସରାଇ, ସରନ, ଗୟା, ଜେହାନାବାଦ ଏବଂ ଅରୱାଲରେ ଗୁରୁବାର ଅବରାହ୍ନରେ ବଜ୍ରପାତ ଏବଂ ପ୍ରବଳ ବର୍ଷା ଯୋଗୁଁ...

ସଟସର୍କିଟରୁ ଅଗ୍ନିକାଣ୍ଡ: ସବୁକିଛି ଜଳିପୋଡ଼ି ପାଉଁଶ, ଜଣେ ଆହତ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ):ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ପଞ୍ଚାୟତର ଜଡାହାଟୁଣିର ବିଜୟ ଚନ୍ଦ୍ର ପାଢ଼ୀଙ୍କ ଘରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା...

ଜଙ୍ଗଲରେ ନିଆଁ ଲିଭାଇଲା ବେଳେ ପୋଡ଼ି ଯାଇଥିଲେ କର୍ମଚାରୀ: ଆନ୍ଦୋଳନ ପରେ ମିଳିଲା ୧୦ ଲକ୍ଷ କ୍ଷତିପୂରଣ

କୁଆଁରମୁଣ୍ଡା,୧୦ା୪(ମହେନ୍ଦ୍ର କୁମାର ସାହୁ): ଇସ୍ପାତ ଜେନେରାଲ ହସ୍ପିଟାଲରେ ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ଠିକା ବନ କର୍ମଚାରୀ ସମରା ଓରାମ(୩୮)ଙ୍କ ମୃତ୍ୟୁ ଘଟିଥିଲା। ଗୁରୁବାର ମୃତକଙ୍କ ଗ୍ରାମ...

ହାସିନାଙ୍କୁ ଯିବାକୁ ପଡ଼ିବ ବାଂଲାଦେଶ? କୋର୍ଟ ଜାରି କଲେ ଓ୍ବାରଣ୍ଟ

ଢାକା,୧୦।୪: ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଆଉ ଏକ ଗିରଫଦାରୀ ୱାରେଣ୍ଟ ଜାରି କରାଯାଇଛି। ରାଜଧାନୀ ଢାକାର ଏକ କୋର୍ଟ ଗୁରୁବାର ଏକ...

ରାଜ୍ୟ ରାଜପଥରେ ହାତୀ ଉପଦ୍ରବ

ଜି.ଉଦୟଗିରି,୧୦।୪,(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଠାରୁ କଳିଙ୍ଗା ଯିବା ରାଜ୍ୟ ରାଜପଥ ନିକଟ ରାଇପଦାଠାରେ ଗୁରୁବାର ସା ୮ ଘଣ୍ଟିକା ଠାରୁ ହାତୀପଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image