କାକଟପୁର: ଝଡ଼ ପୂର୍ବର ନୀରବତା

ଅସ୍ତରଙ୍ଗ,୧୩।୩(ପ୍ରଦୀପ୍ତ ଦୀକ୍ଷିତ): ଆଉ ହୋ ହାଲ୍ଲା, ନାରାବାଜି ନାହିଁ। ସଭାସମିତି ଏକ ରକମର ବନ୍ଦ। ଟିକେଟ ଲବିରେ ଅଚାନକ ଯେମିତି ତାଲା ପଡିଯାଇଛି। ସପ୍ତାହକ ଭିତରେ ସବୁକିଛି ବଦଳିଯାଇଛି। ମେଣ୍ଟ ଚର୍ଚ୍ଚା ଜୋର ଧରିଥିବା ବେଳେ ନେତା, କର୍ମକର୍ତ୍ତା ସବୁ ଉପରକୁ ଅନେଇ ବସିଛନ୍ତି। ଏବେ ଅନେକ ପ୍ରଶ୍ନ ବିଜେଡି – ଭାଜପା ମେଣ୍ଟ ହେବ କି ନାହିଁ। ମେଣ୍ଟ ଉପରେ ହିଁ ସଭିଙ୍କ ଆଖି। କିଏ କେଉଁ ଆସନରୁ ଲଢ଼ିବେ। ଟିକେଟ ମିଳିବ କି ନାହିଁ। ରାଜନୈତିକ ଭବିଷ୍ୟତ କ’ଣ ହେବ? ଏସବୁର ଉତ୍ତର କେହି ଦେଉନାହାନ୍ତି। ଏମିତି ଅଦ୍ଭୁତ ସ୍ଥିତିକୁ ନେଇ ସମସ୍ତେ ଦ୍ୱନ୍ଦ୍ୱରେ ଓ ତାହାହିଁ ଆଲୋଚନାକୁ ଖୋରାକ ଯୋଗାଇ ଚାଲିଛି ବୋଲି କୁହାଯାଉଛି।
ବର୍ଷ ଧରି କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀର ଅସ୍ତରଙ୍ଗରେ ଉଭୟ ବିଜେଡି-ଭାଜପା ପ୍ରତିଦ୍ବନ୍ଦୀ ସଙ୍ଗଠନ ମଜଭୁତ କରି ଚାଲିଥିଲେ। କିଛି ଦିନ ତଳେ ବିଭିନ୍ନ କାର୍ଯ୍ୟକ୍ରମରେ ମୁହାଁମୁହିଁ ମଧ୍ୟ ହୋଇଥିଲେ। ପୁରୁଖା ନେତା ହୁଅନ୍ତୁ କି ନବାଗତ, ସବୁ ଟିକେଟ ଲବି ଆରମ୍ଭ କରି ଦେଇଥିଲେ। ହଠାତ୍‌ ଏ ସବୁ ଏକରକମ ବନ୍ଦ ହୋଇଯାଇଛି। ଆଗକୁ ବଢ଼ିବାକୁ କେହି ସାହସ ଜୁଟାଇ ପାରୁନାହାନ୍ତି। କାହା ଭାଗରେ ଆସନ ପଡ଼ିବ, ତାହାକୁ ନେଇ ଦ୍ୱନ୍ଦ୍ୱରେ ଦୁଇ ଦଳ। ଅନ୍ୟ ଦଳକୁ ଡେଇଁବାକୁ ଯୋଜନା କରିଥିବା ନେତା ବି ଘରୁ ଗୋଡ଼ କାଢ଼ିି ପାରୁନାହାନ୍ତି। କାହାକୁ ଭରସା କରିବେ। ମେଣ୍ଟ ହେଲେ କିଏ ନେବେ ବିଧାୟକ ଟିକେଟ। କେବଳ ନେତା ନୁହଁନ୍ତି, ଉଭୟ ଦଳ କର୍ମୀଙ୍କ ଭିତରେ ବି ଅସମ୍ଭବ ନୀରବତା। କିଛି ଦିନ ହେବ ଉଭୟ ଶିବିରରୁ ପରସ୍ପର ବିରୋଧରେ ପ୍ରାୟ କେହି ମୁହଁ ଖୋଲୁନାହାନ୍ତି। ବିଜେଡି, ଅସନ୍ତୁଷ୍ଟ ବିଜେଡି, ଭାଜପା ଚୁପଚାପ୍‌ ଥିବାବେଳେ କଂଗ୍ରେସ ଅନେଇ ରହିଛି ମେଣ୍ଟ ଖବରକୁ। ଚାରିଆଡ଼େ ଏବେ ଝଡ଼ ପୂର୍ବର ନୀରବତା ସ୍ଥିତି।

 


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri