ଭାଜପା-ବିଜେଡି କର୍ମୀ ମାର୍‌ପିଟ୍‌

ଖୁଣ୍ଟୁଣୀ,୨ା୭(ସଚ୍ଚିଦାନନ୍ଦ ପଣ୍ଡା):କଟକ ଜିଲା ଆଠଗଡ଼ ବ୍ଲକ ଅଧୀନ ଖୁଣ୍ଟୁଣୀ ସରକାରୀ ଡାକ୍ତରଖାନାର ନୂତନ ଗୃହ ନିର୍ମାଣ ପାଇଁ ସୋମବାର ଭୂମିପୂଜାବେଳେ ଭାଜପା ନେତା ଅଭୟ ବାରିକଙ୍କ ଉପସ୍ଥିତିକୁ ନେଇ ବିଜେଡି-ଭାଜପା କର୍ମୀ ମୁହାଁମୁହିଁ ହୋଇଥିଲେ। ଏପରି କି ବିଜେଡି କର୍ମୀଙ୍କୁ ଭାଜପା କର୍ମୀ ମାଡ ମାରିଥିବା ଅଭିଯୋଗ ହୋଇଛି। ମାଡ଼ ମାରିଥିବା ଭାଜପା କର୍ମୀଙ୍କୁ ଗିରଫ କରିବା ଦାବିରେ ବିଜେଡି ସମର୍ଥିତ ଖୁଣ୍ଟୁଣୀ ପଞ୍ଚାୟତର ସମିତିସଭ୍ୟ ଗଗନ ବିହାରୀ ପରିଡା ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବରପାଇ ସ୍ଥାନୀୟ ପୋଲିସ ଓ ମାଜିଷ୍ଟ୍ରେଟ ଅଶୋକ କୁମାର ସ୍ବାଇଁ ପହଞ୍ଚତ୍ ପରିଡାଙ୍କୁ ବୁଝାସୁଝା କରିବା ସହ ରାସ୍ତା ଅବରୋଧରୁ ଉଠାଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ୧ କୋଟି ଟଙ୍କା ବ୍ୟୟ ଅଟକଳରେ ଖୁଣ୍ଟୁଣୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ନୂତନ ଗୃହ ନିର୍ମାଣ ପାଇଁ ସୋମବାର ପୂର୍ବାହ୍ନ ୧୦ଟାରେ ଭୂମିପୂଜା କରାଯାଇଥିଲା। ସେଠାରେ ସମିତିସଭ୍ୟ ପରିଡା ଓ ସରପଞ୍ଚ କୈଳାସ ଚନ୍ଦ୍ର ଦାସ ତାଙ୍କର କେତେଜଣ ସମର୍ଥକଙ୍କ ସହିତ ଉପସ୍ଥିତ ଥିଲେ। ଅପରପକ୍ଷେ ଠିକାଦାରଙ୍କଠାରୁ ସୂଚନା ପାଇ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଆଠଗଡ଼ର ଭାଜପା ନେତା ଅଭୟ ବାରିକ ତାଙ୍କ ସମର୍ଥକଙ୍କ ସହିତ ଡାକ୍ତରଖାନାଠାରେ ପହଞ୍ଚିଥିଲେ। ଅଭୟଙ୍କ ଉପସ୍ଥିତି ଦେଖି ବିଜେଡି କର୍ମୀମାନେ ଅସନ୍ତୋଷ ପ୍ରକାଶ କରି ହୋହଲ୍ଲା କରିଥିଲେ। ଏହାକୁ ନେଇ ବିଜେଡି ଓ ଭାଜପା କର୍ମୀ ଠେଲାପେଲା ହେବା ସହ ମାରପିଟ୍‌ ହୋଇଥିଲେ। ଏଥିରେ ସମିତିସଭ୍ୟ ପରିଡ଼ା ଆହତ ହୋଇଥିଲେ। ଖୁଣ୍ଟୁଣୀ ଥାନା ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆ ଓ ମାଜିଷ୍ଟ୍ରେଟ ଅଶୋକ ସ୍ବାଇଁ ପହଞ୍ଚି ଉଭୟ ପକ୍ଷର କର୍ମୀଙ୍କୁ ବୁଝାଶୁଝା କରିଥିଲେ। ପରେ ଗ୍ରାମ୍ୟ କମିଟି ସଦସ୍ୟ ଓ ପୋଲିସ ଉପସ୍ଥିତିରେ ସ୍ବାସ୍ଥ୍ୟସେବା କ୍ରିୟାନୁଷ୍ଠାନ କମିଟିର ଆବାହକ ଗୌରହରି ମହାନ୍ତିଙ୍କୁ ଭୂମିପୂଜା ପାଇଁ ଅଭୟ ନଡ଼ିଆ ଦେଇଥିଲେ। ଏହାପରେ ସେ ନଡ଼ିଆ ବାଡେଇ ଭୂମିପୂଜା କରିଥିଲେ। ଅଭୟ ଖୁଣ୍ଟୁଣୀ ଡାକ୍ତରଖାନାକୁ ସିଏଚ୍‌ସି ଓ ଟ୍ରମା କେୟାର ସେଣ୍ଟର ପାଇଁ ସରକାର ଅନୁମତି ଦେଇଥିବା କହି ସେଠାରୁ କର୍ମୀଙ୍କୁ ନେଇ ପଳାଇଥିଲେ। ଅପରପକ୍ଷରେ ବିଜେଡି କର୍ମୀଙ୍କୁ ଭାଜପା କର୍ମୀ ମାଡ ମାରିଥିବା ନେଇ ସମିତି ସଭ୍ୟ ପରିଡା ଥାନାରେ ଏତଲା ଦେଇଥିଲେ। ତୁରନ୍ତ ଭାଜପା କର୍ମୀଙ୍କୁ ଗିରଫ କରିବା ଦାବିରେ ପରିଡା ରାସ୍ତା ଅବରୋଧ କରିଥିଲେ। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା। ଅପରପକ୍ଷରେ ଭାଜପା କର୍ମୀଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଠିକାଦାରଙ୍କଠାରୁ ସୂଚନା ପାଇଁ ଆମେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲୁ। ହେଲେ ସେଠାରେ ବିଜେଡି କର୍ମୀମାନେ ଅଯଥାରେ ଆମକୁ ଆକ୍ରମଣ କରିଥିଲେ ବୋଲି ଏତଲାରେ ଦର୍ଶାଯାଇଛି। ଉଭୟ ପକ୍ଷର ଅଭିଯୋଗକୁ ଭିତ୍ତିକରି ଥାନାରେ ୨ଟି ମାମଲା ରୁଜୁ ହୋଇଛି ବୋଲି ଆଇଆଇସି ଖୁଣ୍ଟିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଖି ବାନ୍ଧି କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ଗଞ୍ଜାମ,୪।୭(ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣା ପଡିଛି l ଘରେ କେହି ନ...

ପ୍ରଥମ ସ୍ତ୍ରୀ ଫେରି ଅଦିନରେ ପାଳିଲେ ସାବିତ୍ରୀ ବ୍ରତ, ଚିନ୍ତାରେ ଦ୍ୱିତୀୟ ସ୍ତ୍ରୀ

ସାଲେପୁର,୪।୭(ଅରବିନ୍ଦ ଭୂୟଁା)ପ୍ରଥମ ସ୍ତ୍ରୀ ନିଜ ସ୍ବାମୀଙ୍କୁ ଛାଡପତ୍ର ଦେଇ ଅନ୍ୟତ୍ର ପଳାଇ ଯିବାର ୧୫ ବର୍ଷ ପରେ ସ୍ବାମୀ ପାଖକୁ ଫେରି ଅଦିନରେ ସାବିତ୍ରୀ ବ୍ରତ...

କୌଳିକ ବୃତ୍ତିରେ ବାପାଙ୍କ ସହ ଉଚ୍ଚଶିକ୍ଷିତା କନ୍ୟା

କଟକ,୪ା୭ (କାର୍ତ୍ତିକ ସାହୁ)ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତି ଜ୍ୱରରୁ ଆରୋଗ୍ୟ ଲାଭ କରିଛନ୍ତି। ଆଉ ୨ ଦିନ ପରେ ନବଯୌବନ ଦର୍ଶନ। ଭକ୍ତମାନେ ଅତ୍ୟନ୍ତ ଆଗ୍ରହରେ...

ଦେଶୀ ନାଁରେ ବିକ୍ରି ହେଉଛି ଅପମିଶ୍ରିତ କ୍ଷୀର, ଦହି, ଘିଅ

ଅସ୍ତରଙ୍ଗ,୪।୭(ପ୍ରଦୀପ୍ତ କୁମାର ଦୀକ୍ଷିତ)ଘରେ ଗାଈ ନାହିଁ, କିନ୍ତୁ ଘରକୁ ଘର ବୁଲି ଯୋଗାଇ ଦେଉଛନ୍ତି କ୍ଷୀର, ଦହି, ଘିଅ, ପନିର। କେତେକ ଦୋକାନରେ ବି ଦେଶୀ...

କଲେଜରେ ଅଧ୍ୟକ୍ଷଙ୍କୁ ଅଧ୍ୟାପକଙ୍କ ଆକ୍ରମଣ

ଖୋର୍ଦ୍ଧା,୪ା୭(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ବ୍ଲକ ଅଞ୍ଚଳରେ ଥିବା ହଳଦିଆ ମହାବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପଦବୀକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଇତିହାସ...

ଓଡ଼ିଆ ଲେଖି ଜାଣି ନ ଥିବାରୁ ସରପଞ୍ଚ ପଦ ଅସିଦ୍ଧ

ମୋହନା, ୪ା୭ (ମନ୍ମଥ ମିଶ୍ର)ଓଡ଼ିଆ ଲେଖି ଜାଣି ନ ଥିବା ଅଭିଯୋଗରେ ସରପଞ୍ଚଙ୍କୁ ଅସିଦ୍ଧ ଘୋଷଣା କରିଛନ୍ତି କୋର୍ଟ । ଗଜପତି ଜିଲା ମୋହନା ବ୍ଲକ୍‌...

କୁସୁମା ବଙ୍ଗଳାର ତଦନ୍ତ ହେବ

ଯାଜପୁର,୪ା୭(ହର୍ଷବର୍ଦ୍ଧନ ବେହେରା)ଯାଜପୁର ସହରର କୁସୁମା ପୋଖରୀ ପରିସରରେ ୨ ମହଲା ବିଶିଷ୍ଟ ୯ଟି କଟେଜ ନିର୍ମାଣର ରହସ୍ୟକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ବୁଧବାର ଯାଜପୁର...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ,୩।୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri