ଜୁନାଗଡ଼,୧୧ା୫(ସୁନୀଲ କୁମାର ସିଂହ): ଆସନ୍ତା ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ଶନିବାର ପ୍ରଚାରର ଶେଷ ଦିନ ଥିବାରୁ ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲାଗି ପଡିଛନ୍ତି।
ଏହାରି ଭିତରେ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଚୈଗୁଡ଼ା ଗ୍ରାମରେ ବିଜେଡି ବିଧାୟକ ପ୍ରାର୍ଥୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମାରାଥନ ପ୍ରଚାର କରିଛନ୍ତି। ପ୍ରାୟ୨ କିମି, ଦିବ୍ୟଶଙ୍କର ଶୋଭାଯାତ୍ରା କରିଛନ୍ତି। ଏହି ଅବସରରେ ସ୍ଥାନୀୟ ଲୋକେ ତାଙ୍କୁ ଭବ୍ୟ ସ୍ବାଗତ ମଧ୍ୟ କରିଥିଲେ।
ତେବେ ଏହି ଗ୍ରାମରୁ ଭାଜପା ପ୍ରାର୍ଥୀ ମନୋଜ ମେହେର ରହିଥିବା ବେଳେ ଶୋଭାଯାତ୍ରା ସମୟରେ ଭାଜପା-ବିଜେଡି କର୍ମୀ ମୁହାଁମୁହିଁ ହୋଇ କଥା କଟାକଟି ହୋଇଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ବା ପରେ ପରିସ୍ଥିତି ସ୍ବାଭାଭିକ ହୋଇଥିଲା।