ବିଜେଡି-ଭାଜପା କର୍ମୀ ଗଣ୍ଡଗୋଳ: ୪ ଗିରଫ

ରାଉରକେଲା, ୧୯ା୫(ସଙ୍ଗୀତା ଜେନା): ରଘୁନାଥପାଲି ଥାନା ଅନ୍ତର୍ଗତ ଗଙ୍ଗାଧରପାଲି ବସ୍ତି ଅଞ୍ଚଳରେ ହୋଇଥିବା ବିଜେଡି ଓ ଭାଜପା ଗଣ୍ଡଗୋଳ ମାମଲାରେ ରବିବାର ପୋଲିସ ୨ଟି ପୃଥକ ମାମଲା ରୁଜୁ କରି ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଜେଡିର ଅଭିଷେକ ମହଲ, ସୌଭାଗ୍ୟ ସାହାଣୀ, ସ୍ମୃତି ରଞ୍ଜନ ମହଲ ଓ ଭାଜପାର ଅରୁଣ ପୁହାଣ।

ଥାନା ଅଧିକାରୀ ରାଜେନ୍ଦ୍ର ସ୍ବାଇଁଙ୍କ କହିବା ଅନୁସାରେ, ଗଙ୍ଗାଧରପାଲି ବସ୍ତିରେ ବିଜେଡି କର୍ମୀମାନେ ଭାଜପାର କିଛି କର୍ମକର୍ତ୍ତାଙ୍କଠାରୁ ଟଙ୍କା ଛଡାଇନେବା ସହ ମାଡ ମାରିଥିଲେ। ଏ ନେଇ ପୋଲିସ ମାମଲା ନଂ. ୨୭୨/୨୪ ରୁଜୁ କରିଛି। ସେହିପରି ବିଜେଡି ପକ୍ଷରୁ ଭାଜପା କର୍ମୀମାନେ ଭୋଟ ପାଇଁ ଟଙ୍କା ବାଣ୍ଟୁଥିବା ଅଭିଯୋଗ କରିଥିଲେ। ଏନେଇ ପୋଲିସ ମାମଲା ନଂ. ୨୭୩/୨୪ ରୁଜୁ କରିଛି।