ବାଲିଗୁଡ଼ା ଆସନରେ ଆଦିବାସୀ କାର୍ଡ ଖେଳିପାରେ ବିଜେଡି, ମଇଦାନକୁ ଓହ୍ଲାଇବେ ନୂଆ ଚେହେରା

ବାଲିଗୁଡ଼ା,୪ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ୩ଟି ବିଧାନସଭା ଆସନରୁ ଫୁଲବାଣୀ ଓ ଘୁ. ଉଦୟଗିରି ଆସନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ପ୍ରକାଶ କରି ସାରିଛି। ହେଲେ ବାଲିଗୁଡ଼ା ଆସନକୁ ବିଜେଡି ଏପର୍ଯ୍ୟନ୍ତ ଝୁଲାଇ ରଖିଛି। ଏହାକୁ ନେଇ ଆଶାୟୀମାନେ ଦ୍ୱନ୍ଦ୍ୱରେ ଅଛନ୍ତି। ଜିଲାର ଫୁଲବାଣୀ ଆସନରେ ନୂତନ ମହିଳା ପ୍ରାର୍ଥୀ ଜୟଶ୍ରୀ କହଁରଙ୍କୁ ଦେଇଥିବା ବେଳେ ଘୁ.ଉଦୟଗିରି ଆସନରେ ପୁରୁଣା ପ୍ରାର୍ଥୀ ସାଲୁଗା ପ୍ରଧାନଙ୍କୁ ଦୋହରାଇଛି। ହେଲେ ବାଲିଗୁଡ଼ା ଆସନ କ୍ଷେତ୍ରରେ ଦଳ କାହିଁକି ଏପର୍ଯ୍ୟନ୍ତ ସେଭଳି କିଛି ନିଷ୍ପତ୍ତି ନେଇ ନାହିଁ, ତାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏହି ନିର୍ବାଚନ ମଣ୍ଡଳୀରେ ଭାଜପା ଆଦିବାସୀ କାର୍ଡ ଖେଳି ସ୍ଥାନୀୟ ଟାଉନର ମହିଳା ଆଦିବାସୀ ନେତ୍ରୀ ଭାବେ ଜଣାଶୁଣା କଳ୍ପନା କହଁରଙ୍କୁ ପ୍ରଥମ ଥର ପାଇଁ ଦଳୀୟ ପ୍ରାର୍ଥୀ କରିଛି ଏବଂ କଂଗ୍ରେସ ମଧ୍ୟ ବାଲିଗୁଡା ନିର୍ବାଚନ ମଣ୍ଡଳୀ କୋଟଗଡ଼ ବ୍ଲକ ପାରିଗଡ଼ ପଞ୍ଚାୟତ ସମିତି ସଭ୍ୟ ସୁରଦା ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ହେଲେ ବହୁ କଂଗ୍ରେସ କର୍ମୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରାର୍ଥୀ ଜଣକ ଆଦିବାସୀ ନୁହନ୍ତି ବୋଲି ଯୁକ୍ତି ବାଢ଼ି ସ୍ଥାନୀୟ ଉପଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଏ ସବୁ ଭିତରେ ଲଗାତର ବିଜୟଧାରାକୁ ଅବ୍ୟାହତ ରଖିବା ପାଇଁ ବିଜେଡି ମଧ୍ୟ ଏଠାରେ ଆଦିବାସୀ କାର୍ଡ ଖେଳିପାରେ। ଏଭଳି ସ୍ଥିତିରେ ବିଜେଡି ବିଧାୟକ ପାଇଁ ଆଶାୟୀ ଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ବିଧାୟକ ଚକ୍ରମଣି କହଁରଙ୍କୁ ପୁଣି ଥରେ ପ୍ରାର୍ଥୀ ଘୋଷଣା କରିବ ବୋଲି ଚର୍ଚ୍ଚା ଚାଲିଛି। କିନ୍ତୁ ଅନ୍ୟପକ୍ଷରେ ଏକାଧିକ ଆଶାୟୀ ଥିବା ପୂର୍ବତନ ବିଧାୟକ ରାଜୀବ ପାତ୍ର, ବାଲିଗୁଡ଼ା ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, କ୍ଳେଶ ପ୍ରଧାନ ଓ କନ୍ଧମାଳ ଜିଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକଙ୍କ ଭାଇ ବିଜେଶ୍ୱର ମଲ୍ଲିକଙ୍କ ଭଳି ନୂଆ ଚେହେରାଙ୍କୁ ଦଳ ଏଠାରୁ ନିର୍ବାଚନ ମଇଦାନକୁ ଛାଡ଼ି ଚମକ ସୃଷ୍ଟି କରିବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦେଇ ହେଉନାହିଁ। ହେଲେ ଦଳ ସ୍ଥାନୀୟ ଭୋଟରଙ୍କ ସୁଖ ଦୁଃଖରେ ସର୍ବଦା ଭାଗିଦାର ହୋଇ ପାରୁଥିବା କିଛି ନୂଆ ଚେହେରାଙ୍କୁ ଚାହୁଁଥିବା ଦୃଷ୍ଟିରୁ ବିଜେଡି ସେଭଳି କିଛି ଗୋଟିଚାଳନା କରିପାରେ ବୋଲି ମଧ୍ୟ ସାଧାରଣରେ ଆଲୋଚନା ହେଉଛି। ଏଭଳି ସ୍ଥିତିରେ ବାଲିଗୁଡ଼ା ବିଧାନସଭା ଆସନରୁ ବିଜେଡି କାହାକୁ ପ୍ରାର୍ଥୀ କରୁଛି, ସେଥିପ୍ରତି ସମସ୍ତଙ୍କର ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟପାଳଙ୍କୁ ମୁହାଁମୁହିଁ ଚେତାବନୀ: ରାଜନୀତିରୁ…

ଭୁବନେଶ୍ୱର,୨୬।୧୦: ରାଜ୍ୟପାଳ ରଘୁବର ଦାସ ଝାଡ଼ଖଣ୍ଡ ନିର୍ବାଚନରେ ସକ୍ରିୟ ଅଂଶ ଗ୍ରହଣ କରୁଛନ୍ତି ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଅଭିଯୋଗ କରିଛନ୍ତି। ସେ...

ବାତ୍ୟା ଡ୍ୟୁଟିରେ ଥିବା ଡାକ୍ତରଙ୍କୁ କାମୁଡ଼ିଲା ସାପ, ଆଇସିୟୁରେ ଭର୍ତ୍ତି

ମହାକାଳପଡ଼ା,୨୬ା୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବାବର ପିଏଚ୍‌ସିରେ ଜଣେ ଡାକ୍ତରଙ୍କ ଡ୍ୟୁଟି ପଡ଼ିଥିଲା। ତେବେ ସେ ଶୌଚ ପାଇଁ ବାହାରକୁ ଯାଇଥିବାବେଳେ ତାଙ୍କୁ...

ବାତ୍ୟା ପରେ ଦୁଃଖ ଦେଉଛି ବର୍ଷାପାଣି

ତିହିଡ଼ି,୨୬ା୧୦(ସଞ୍ଜିତ ବଳ): ବାତ୍ୟା ଦାନା ପ୍ରଭାବରେ ୩ଦିନ ଧରି ଲଗାଣ ବର୍ଷା ହୋଇଛି। ଯାହାଫଳରେ ତିହିଡ଼ି ବ୍ଲକର ବିଭିନ୍ନ ଗାଁକୁ ବର୍ଷାପାଣି ପ୍ରବେଶ କରିଛି। ଗୁଆମାଳ...

ଆମ୍ବୁଲାନ୍ସ ଡ୍ରାଇଭର ମାନସଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ, କହିଲେ ବାତ୍ୟା ସମୟରେ…

ରାଜନଗର,୨୬ା୧୦: କେନ୍ଦ୍ରାପଡ଼ା ଜିଲା ରାଜନଗର ଅଞ୍ଚଳରେ ‘ଦାନା’ର ତାଣ୍ଡବ ସମୟରେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ମାନସ ମଳିକ ସାହସିକତା ଦେଖାଇଥିବାରୁ...

ତ୍ରିପାକ୍ଷିକ ବୈଠକ: ଆନ୍ଦୋଳନ ଡାକରାକୁ ସ୍ଥଗିତ ରଖିଲା ଫେଡେରେସନ

ଛତ୍ରପୁର,୨୬।୧୦(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଗୋପାଳପୁର ବନ୍ଦରରେ ମାଲ ପରିବହନ କାର୍ଯ୍ୟରେ ନିୟୋଜିତ କରିବା ଓ ସଠିକ ଦର ପ୍ରଦାନ କରିବା ଦାବି ନେଇ ଗଞ୍ଜାମ...

ଟଳିନି ବିପଦ: ଗାଁରେ ପଶିଲା ବନ୍ୟାଜଳ

ବାଲେଶ୍ୱର,୨୬।୧୦(ବାଞ୍ଛାନିଧି ଦେ) ବାତ୍ୟା ଦାନା ପରେ ବାଲେଶ୍ୱରରେ ଲାଗିରହିଛି ଲଗାଣ ବର୍ଷା l ଉପରମୁଣ୍ଡରୁ ପ୍ରବଳ ବର୍ଷା ଫଳରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ହୋଇ...

ଭୁବନେଶ୍ୱର ଏୟାରପୋର୍ଟରେ ବୁଲୁଛି ବାଘ, ଲୋକେ ଆତଙ୍କିତ

ଭୁବନେଶ୍ୱର,୨୬।୧୦: ରାଜଧାନୀରେ ବାଘ ଆତଙ୍କ। ମଝି ରାସ୍ତାରେ ରାଜଧାନୀ ଛାତି ଉପରେ ବାଘକୁ ଦେଖି ଲୋକେ ଛାନିଆ। ଭୁବନେଶ୍ୱର ବିମାନବନ୍ଦରରେ ବୁଲୁଛି ବାଘ। ଏୟାରପୋର୍ଟ ନିକଟ...

ଗଡ଼ିବାକୁ ଥିଲା ଅଳ୍ପ ସମୟ: ହଠାତ୍‌ ବସ୍‌ରୁ ନିଆଁ

ବାଲେଶ୍ୱର,୨୬।୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସହଦେଖୁଣ୍ଟା ବସ୍‌ ଷ୍ଟାଣ୍ଡଠାରେ ଶନିବାର ଭୋର ସମୟରେ ବନଦୁର୍ଗା ନାମକ ଏକ ବସ୍‌ରେ ଅଚାନକ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri