ପୂଜାର୍ଚ୍ଚନା ପରେ ରୋଡ୍‌ ଶୋ’ ଆରମ୍ଭ କଲେ ଅଳକା

ଝାରସୁଗୁଡ଼ା ଅଫିସ,୨୬ା୫: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ବେଲପାହାଡ ପୌରାଞ୍ଚଳକୁ ଅଧିକ ଗୁରୁତ୍ୱ ଦେଇଛି। ଗୁରୁବାର ଦଳୀୟ ପ୍ରାର୍ଥିନୀ ଅଳକା ମହାନ୍ତି ଶନି ମନ୍ଦିରରେ ପୂଜାର୍ଚ୍ଚନା କରି ରୋଡ୍‌ ଶୋରେ ବାହାରିଥିଲେ। ଏହା ପୌରାଞ୍ଚଳର ୧ନମ୍ବର ଓ ୨ନମ୍ବର ଓ୍ବାର୍ଡଦେଇ ଗୁମାଡେରା ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଞ୍ଚତ୍ଥିଲା। ପରେ ସନ୍ଧ୍ୟାରେ ଗୁମାଡେରାସ୍ଥିତ ଗୁରୁଦ୍ୱାର ସମ୍ମୁଖରେ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେଡି ପ୍ରାର୍ଥିନୀ ମହାନ୍ତି, ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ସୁଶାନ୍ତ ସିଂହ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟିକା ରୀତା ସାହୁ, ଏମ୍‌ପି ମୁନା ଖାଁ, ପୂର୍ବତନ ଏମ୍‌ପି ପ୍ରଭାସ ସିଂହ, ଅଭିନେତା ଅରିନ୍ଦମ ରାୟ, ଅଭିନେତା ଆକାଶ ଦାସ ନାୟକ ପ୍ରମୁଖ ଯୋଗଦେଇ ବିଜେଡି ସରକାରଙ୍କ ବହୁମୁଖି ଯୋଜନା ସମ୍ପର୍କରେ ଉଦ୍‌ବୋଧନ ଦେଇଥିଲେ। ଏହାସହ ଦଳୀୟ ପ୍ରାର୍ଥିନୀଙ୍କୁ ଶଙ୍ଖଚିହ୍ନରେ ବିପୁଳ ପରିମାଣରେ ଭୋଟ୍‌ଦେଇ ଜୟଯୁକ୍ତ କରିବାପାଇଁ ନିବେଦନ କରିଥିଲେ। ସଭାକୁ ଶମ୍ବୁ ମହାନ୍ତି ପରିଚାଳନା କରିଥିବାବେଳେ ପୌର ଉପାଧ୍ୟକ୍ଷା ରୀନା ସୁନା ଧନ୍ୟବାଦ ଦେଇଥିଲେ।

Share