Advertisement

ପ୍ରଚାର ମଇଦାନରେ ବିଜେଡି ପ୍ରାର୍ଥୀ, ମଙ୍ଗ ଧରିଛନ୍ତି ବିଧାୟକ

କୋକସରା,୨।୨(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଦଳୀୟ ପ୍ରଚାରରେ ଉଠୁଛି ପଡୁଛି ଗାଁ ଦାଣ୍ଡ । ପ୍ରାର୍ଥୀମାନେ ନିର୍ବାଚନ ମଇଦାନକୁ ବାହାରି ଭୋଟରଙ୍କ ନିକଟରେ ନିଜ ସପକ୍ଷରେ ଭୋଟ ଦେବାକୁ କହୁଛନ୍ତି । କଳାହାଣ୍ଡି ଜିଲା କୋକସରା ବ୍ଲକ ୧ ନମ୍ବର ଆମପାଣି ଜିଲା ପରିଷଦ ଜୋନ୍‌ ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି। ବିଜେଡିରୁ ଦଳୀୟ ପ୍ରାର୍ଥୀ ହେମନ୍ତ ମାଝୀ ପ୍ରାର୍ଥୀ ହୋଇଛନ୍ତି। ମଙ୍ଗଳବାର ସେ କୋକସରା ବ୍ଲକର ବରାଡଙ୍ଗା ପଞ୍ଚାୟତ ଅଞ୍ଚଳରେ ଭୋଟ ପ୍ରଚାର କରୁଥିବା ବେଳେ ତାଙ୍କ ସହ ପ୍ରଚାରର ମଙ୍ଗ ଧରିଛନ୍ତି ସ୍ଥାନୀୟ ଧର୍ମଗଡ ବିଧାୟକ ମୌଷଧି ବାଗ । ବିଜେଡି ପ୍ରାର୍ଥୀ ହେମନ୍ତ ନବୀନ ସରକାରଙ୍କ ବିକାଶର ପ୍ରତିଶୃତି ଦେଇ ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share