ଲାଞ୍ଜିଗଡ଼ରେ ବିଜେଡିର ପ୍ରଦୀପ ବିଜୟୀ

ଥୁଆମୂଳ ରାମପୁର,୪ା୬(ଦୁର୍ଗା କୀର୍ତ୍ତି): ଲାଞ୍ଜିଗଡ଼ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରଦୀପ କୁମାର ଦିଶାରୀ ବିଜୟୀ ହୋଇଛନ୍ତି। ପ୍ରଦୀପଙ୍କୁ ୫୯ ହଜାର ୫୭୫ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଡା. ବଳଭଦ୍ର ମାଝିଙ୍କୁ ୫୨ ହଜାର ୯୮୧ ଖଣ୍ଡ ଭୋଟ ମିଳିଛି । ଭାଜପାର ପ୍ରାର୍ଥୀ ରମେଶ ମାଝି ୪୮ ହଜାର ୪୫୮ ଖଣ୍ଡ ଭୋଟ ପାଇଛନ୍ତି। ପ୍ରଦୀପଙ୍କ ବିଜୟୀକୁ ନେଇ ବିଜେଡ଼ି କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ବ୍ୟାଣ୍ଡ ବାଜା ଏବଂ ବାଣ ଫୁଟାଇ କର୍ମୀ ଉତ୍ସବ ମନାଉଛନ୍ତି।

Share