ଖଲ୍ଲିକୋଟରେ ଭାଙ୍ଗିଲା ବିଜେଡି ଦୁର୍ଗ, ପୂର୍ଣ୍ଣଚନ୍ଦ୍ର ସେଠୀ ବିଜୟୀ

ପୁରୁଷୋତ୍ତମପୁର,୪ା୬(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ଏକଦା ବିଜେଡିର ଦୁର୍ଗ କୁହାଯାଉଥିବା ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ଦୁର୍ଗକୁ ଭାଙ୍ଗି ଇତିହାସ ରଚିଛି ଭାଜପା। ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ ୨୨ହଜାର ୯୩୦ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ସେ ୨୦୦୮ ଓ ୨୦୧୪ ଦୁଇଥର ବିଜେଡିରୁ ବିଧାୟକ  ହୋଇଥିଲେ। ଦୀର୍ଘ ୧୯୮୫ରୁ ଏହି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀଟି ଜନତା ଦଳ ଓ ବିଜେଡି କବ୍‌ଜାରେ ରହିଆସିଥିଲା। ୨୦୨୪ ନିର୍ବାଚନରେ ପୂର୍ଣ୍ଣଚନ୍ଦ୍ର ସେଠୀ ବିଜେଡି ଛାଡି ଭାଜପାରେ ସାମିଲ ହୋଇ ନିର୍ବାଚନ ଲଢ଼ିଥିଲେ ଓ ବିଜେଡିର ଦୁର୍ଗକୁ ଭାଙ୍ଗିବା ସହ ବିଜେଡି ପ୍ରାର୍ଥୀ ସୂର୍ଯ୍ୟମଣି ବୈଦ୍ୟଙ୍କୁ ପରାସ୍ତ କରିଛନ୍ତି। ପୂର୍ଣ୍ଣଚନ୍ଦ୍ର ୮୦ ହଜାର ୬ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ସୂର୍ଯ୍ୟମଣି ୫୭ ହଜାର ୭୬ ଖଣ୍ଡ ଭୋଟ୍‌ ପାଇଛନ୍ତି ଓ କଂଗ୍ରେସ ପ୍ରାର୍ଥୀ ଚିତ୍ରସେନ ବେହେରା ୭ ହଜାର ୮୧୮ ଖଣ୍ଡ ଭୋଟ୍‌ ପାଇଛନ୍ତି। ନୋଟାକୁ ୩ ହଜାର ୭୯୫ ଖଣ୍ଡ ଭୋଟ୍‌ ଯାଇଛି।

Share