Advertisement

ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଛିଡୁନି ଅଙ୍କ

ବାଙ୍ଗିରିପୋଷି,୧୭ା୪(ସଞ୍ଜୟ କୁମାର ଅଗ୍ରୱାଲା):ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ୩୦ ବର୍ଷ ଧରି ନିଷ୍ଠାପର କାର୍ଯ୍ୟ କରିଥିବା ତଥା କଂଗ୍ରେସ ବ୍ଲକ ସଭାପତି ଭାବରେ ସଂଗଠନ ସୁଦଢ କରିବା ପାଇଁ କାର୍ଯ୍ୟ କରୁଥବା ମୁରଲୀଧର ନାଏକଙ୍କୁ ଦଳ ପ୍ରାର୍ଥୀ କରିଛି। ମଙ୍ଗଳବାର ଭାଜପା ପକ୍ଷରୁ ନୂଆ ମୁହଁ ଭାବେ ରାଜ୍ୟ ଯୁବ ମୋର୍ଚ୍ଚା ଉପସଭାପତି ସଞ୍ଜଳୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ରାଜନୈତିକ ବାତାବରଣ ସରଗରମ ହୋଇଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ ଶାସକ ବିଜେଡିର ପ୍ରାର୍ଥୀ ଘୋଷଣା ତାରିଖ ବଢ଼ିବଢି ଚାଲିଛି ା ଏହି କ୍ରମରେ ବିଜେଡି ପ୍ରାର୍ଥୀତ୍ୱ ଆଶା ଆଶଙ୍କାର ଅନ୍ତ କେବେ ହେବ ତାହାକୁ ନେଇ କର୍ମୀମାନେ ଚାତକ ଭଳି ଚାହିଁ ରହିଛନ୍ତି। ବିଜେଡିର ଶୀର୍ଷ ନେତୃବୃନ୍ଦ ଟିକେଟ ଦେବା ପାଇଁ ଯୋଗ୍ୟ ପ୍ରାର୍ଥୀ ଚୟନ କରିବାକୁ ମାନସମନ୍ଥନ ଚଲାଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଜେଏମ୍‌ଏମ୍‌ ପକ୍ଷରୁ ବିଷ୍ଣୁ ସିଂଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share