ରୀତାରାଣୀଙ୍କୁ ହରାଇଲେ ଯାଜ୍ଞସେନୀ

ଝାରସୁଗୁଡ଼ା ଅଫିସ,୨୬।୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ପୌର ପରିଷଦ ନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଛି। ପୌରାଧ୍ୟକ୍ଷା ଭାବେ ବିଜେଡି ପ୍ରାର୍ଥିନୀ ଯାଜ୍ଞସେନୀ ଓରାମ ବିଜୟୀ ହୋଇଛନ୍ତି। ନବନିର୍ବାଚିତ ପୌରାଧ୍ୟକ୍ଷା ଓରାମ ସମୁଦାୟ ୨୨,୦୮୫ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ୱୀ ଭାଜପା ପ୍ରାର୍ଥିନୀ ରୀତାରାଣୀ ଧୁରୁଆ ୧୩,୧୦୩ ଭୋଟ ପାଇଛନ୍ତି। ବିଜେଡି ପ୍ରାର୍ଥିନୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ୱୀ ଭାଜପା ପ୍ରାର୍ଥିନୀଙ୍କ ନିକଟରୁ ୮,୯୮୨ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। ସମୁଦାୟ ୨୩ ଓ୍ବାର୍ଡ ମଧ୍ୟରୁ ବିଜେଡି ୨୦, ଭାଜପା ୨ ଓ ବିଏସ୍‌ପି ୧ କାଉନସିଲର ବିଜୟୀ ହୋଇଛନ୍ତି। ପୌର ପରିଷଦରେ କଂଗ୍ରେସ ଦଳ ଖାତା ଖୋଲିପାରିନାହିଁ। ପୌର ପରିଷଦରେ ବିଜେଡିର ଜିତ୍‌ ପାଇଁ ଅଞ୍ଚଳରେ ଖୁସିର ମାହୋଲ ଦେଖାଦେଇଛି।

Share