ନାମାଙ୍କନ ଦାଖଲକଲେ ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ, ଶୁଭାଶିଷ

ଭୁବନେଶ୍ୱର,୧୩।୨: ବିଜେଡି ସୋମବାର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ଏହି ଦୁଇ ପ୍ରାର୍ଥୀ ବିଜେଡି ସଭାପତି ତଥା ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଯୁବ ନେତା ଶୁଭାଶିଷ ଖୁଣ୍ଟିଆ ମଙ୍ଗଳବାର ନାମାଙ୍କନପତ୍ର ଦାଖଲ କରଛନ୍ତି।
ଉଭୟ ପ୍ରଥମେ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖା କରିଥିଲେ। ପରେ ସେମାନେ ବିଧାନସଭା ଯାଇ  ନାମାଙ୍କନ ଦାଖଲ କରିଥିଲେ । ଏହି ଅବସରରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଜେଡିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ୩ ରାଜ୍ୟସଭା ଏମ୍‌ପିଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୩ରେ ଶେଷ ହେଉଛି।
ଏହି ତିନିଟି ଆସନ ପାଇଁ ଫେବୃଆରୀ ୨୭ ତାରିଖରେ ର୍ନିବାଚନ ହେବ। ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲେ ମଧ୍ୟ ଆଉ ଜଣଙ୍କ ନାମ ଘୋଷଣା ହୋଇନାହିଁ।
Share