ବିଜେଡି, କଂଗ୍ରେସ ପ୍ରାର୍ଥୀ ତାଲିକା: କାହାକୁ ମିଳିବ ଟିକେଟ୍‌ କିଏ ପଡ଼ିବେ ବାଦ୍‌

ଭୁବନେଶ୍ୱର,୨୫।୩: ଭାଜପାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ଭାଜପାର ପ୍ରାର୍ଥୀ ଘୋଷଣା ପରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ତାଲିକା ଉପରେ ନଜର ରହିଛି । ଏଥିରେ କାହାକୁ ଟିକେଟ୍‌ ମିଳବ କିଏ ବାଦ୍‌ ପଡ଼ିବେ ତାହାଉପରେ ନଜର ରହିଛି। ଭାଜପା ବିଭିନ୍ନ ଲୋକସଭା ଆସନ ପାଇଁ ହେଭି ୱେଟ୍‌ଙ୍କୁ ପ୍ରାର୍ଥୀ କରିଛି। ପରେ ବିଜେଡି ଓ କଂଗ୍ରେସର ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ନିର୍ବାଚନୀ ମାହୋଲ ସରଗରମ ହେବ। ଖୁବ୍‌ ଶୀଘ୍ର କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ଦଳ କହୁଥିବାବେଳେ ବିଭିନ୍ନ ସମୟରେ ବରିଷ୍ଠ ନେତାଙ୍କୁ ନେଇ ନବୀନ ନିବାସରେ ଟିକେଟ୍‌ କସରତ ଚାଲିଛି । ପୂର୍ବରୁ କୁହାଯାଉଥିଲା, ପ୍ରଦେଶ କଂଗ୍ରେସ କମିଟି ପଠାଇଥିବା ତାଲିକା ଉପରେ ବିଚାର କରି ଖୁବଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା କରିବ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି । ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାର ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ । ମାତ୍ର ସେହିପରି କିଛି ହୋଇନାହିଁ । ଯାହା କଂଗ୍ରେସ ନେତାଙ୍କ ଉକ୍ତଣ୍ଠାକୁ ଆହୁରି ବଢ଼ାଇ ଦେଇଛି । ତେବେ ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ପାଇଁ ସମୟ ଲାଗୁଥିବା କହିଛନ୍ତି କଂଗ୍ରେସର ବରିଷ୍ଠ ନେତା । ଏଥିସହ ଖୁବଶୀଘ୍ର ପାର୍ଥୀ ତାଲିକା ଆସିବ ବୋଲି କୁହାଯାଉଛି।
ଅନ୍ୟପକ୍ଷେ ରାଜନୀତି ସମୀକ୍ଷକ କହିଛନ୍ତି ଭାଜପା ଓ ବିଜେଡି ପ୍ରାର୍ଥୀ ଘୋଷଣାକୁ କଂଗ୍ରେସ ଅପେକ୍ଷା କରିଥାଇପାରେ । ଏପରିକି ଉଭୟ ଦଳର ପ୍ରାର୍ଥୀ ଘୋଷଣାକୁ ନେଇ କଂଗ୍ରେସ ନଜର ରଖିଥିବା କୁହାଯାଉଛି ।

Share