ପ୍ରାର୍ଥୀ ଦେଇପାରୁ ନାହାନ୍ତି ବିଜେଡି, କଂଗ୍ରେସ

ନୟାଗଡ଼,୫ା୪(ଲୋକନାଥ ମିଶ୍ର):ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ନୟାଗଡ଼ ଜିଲା ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରୁନି। ଟିକେଟ୍‌ ଲବିରେ ବିଜେଡି ଓ କଂଗ୍ରେସ ନେତା ଥିବାରୁ ଏଭଳି ସ୍ଥିତି ଉପୁଜିଛି। ତେବେ ଭାଜପା ପ୍ରାର୍ଥୀ ଦୁଷ୍ମନ୍ତ ସ୍ବାଇଁ ଟିକେଟ୍‌ ପାଇ କ୍ଷେତ୍ର ପ୍ରସ୍ତୁତିରେ ଲାଗି ପଡିଛନ୍ତି। ବିଜେଡି ଟିକେଟ୍‌ ଦେବା ପରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିପାରେ। କଂଗ୍ରେସ ଦଳରେ ନେତାଙ୍କ ଅଭାବ ଥିବାରୁ ଭାଜପା ଓ ବିଜେଡିର ଅସନ୍ତୁଷ୍ଟ ନେତାଙ୍କୁ ଦଳ ଶେଷ ପର୍ଯ୍ୟାୟରେ ଟିକେଟ୍‌ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ବିଜେଡିରେ ଟିକେଟ୍‌ ଦୌଡରେ ଅନେକ ପ୍ରାର୍ଥୀ ରହିଥିଲେ ହେଁ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ, ଭାପୁର ବ୍ଳକ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ, ଖଣ୍ଡପଡ଼ା ବ୍ଲକ୍‌ ଉପାଧ୍ୟକ୍ଷ ଶିଶିର ସାହୁ, ନାରୀନେତ୍ରୀ ଇରାନୀ ରାୟଙ୍କ ନଁା ଚର୍ଚ୍ଚାକୁ ଆସୁଛି। ନୂଆ ମୁହଁ ମଧ୍ୟ ବିଜେଡି ଦେଇପାରେ ବୋଲି ଅନୁରୂପ ଆଲୋଚନା ଚାଲିଛି।
୨୦୧୯ ନିର୍ବାଚନରେ ଦୁଷ୍ମନ୍ତ ସ୍ବାଇଁ ସ୍ବାଧୀନ ପ୍ରାର୍ଥୀ ହୋଇ ୧୮ ହଜାର ୬୦୮ ଭୋଟ ପାଇଥିଲେ। ୨୦୨୪ ନିର୍ବାଚନରେ ଭାଜପାରୁ ଦୁଷ୍ମନ୍ତ ପ୍ରାର୍ଥୀ ହେବା ପରେ ଭୋଟରଙ୍କୁ ଆପଣେଇବାକୁ ଚେଷ୍ଟା ଜାରି ରଖିଛନ୍ତି। ଦୁଷ୍ମନ୍ତ ଶାସକ ବିଜେଡିର ବିଫଳତା ଓ ଅନ୍ତଃକନ୍ଦଳକୁ ନେଇ ଭୋଟରକୁ ଭେଟୁଛନ୍ତି। ପୁଣି ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଲୋକହିତକର ଯୋଜନା ସମ୍ପର୍କରେ ଭୋଟରଙ୍କୁ ବଖାଣି ନିଜ ସପକ୍ଷକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ବିଜେଡିର ଅସନ୍ତୋଷ କର୍ମୀ ଓ ନେତାଙ୍କୁ ନିଜ ପକ୍ଷକୁ ଆଣି ବିଜୟ ହେବାର ସ୍ବପ୍ନ ଦେଖୁଛନ୍ତି। ତେବେ ଖଣ୍ଡପଡ଼ା ଭୋଟର ଦକ୍ଷ ପ୍ରାର୍ଥୀ ଖୋଜୁଛନ୍ତି। ଯିଏକି ସେମାନଙ୍କ ଦୁଃଖସୁଖର ସାଥି ହୋଇ ନିର୍ବାଚନ ମଣ୍ଡଳୀରେ ବିକାଶର ରଥକୁ ଆଗକୁ ନେବ। ରାଜନୈତିକ ମାନଚିତ୍ରରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ କୋଣଠେସା ହୋଇ ରହିଥିବାରୁ ଅନେକ ଭୋଟର ଉଦ୍‌ବେଗ ପ୍ରକାଶ କରିଛନ୍ତି। ୨୦୧୯ ନିର୍ବାଚନରେ ଶାସକ ବିଜେଡିର ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ୧ଲକ୍ଷ ୩୮ ହଜାର ଭୋଟ ପାଇ ବିଧାୟକ ହୋଇଥିଲେ। ଏଠାରେ ଦୁଷ୍ମନ୍ତ ସ୍ବାଇଁ ସ୍ବାଧୀନ ପ୍ରାର୍ଥୀ ହୋଇ ୨ୟ ସ୍ଥାନରେ ରହି ୧୮ ହଜାର ୬୦୮ ଭୋଟ ପାଇଥିଲେ। ସେହିପରି ଭାଜପାର ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂ ୧୪ ହଜାର ୧୪, ନୋଟାକୁ ୧ହଜାର ୨୦, କଂଗ୍ରେସର ବସନ୍ତ କୁମାର ମହାରଣା ୮୮୫ ଭୋଟ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଷାକକୁ ନେଇ ବିବାଦରେ ହ୍ବାଇଟ ହାଉସ୍‌ ପ୍ରେସ୍‌ ସେକ୍ରେଟାରି

ଓ୍ବାଶିଂଟନ, ୧୬।୪:ଆମେରିକା ଏବଂ ଚାଇନା ମଧ୍ୟରେ ଚାଲିଥିବା ବାଣିଜି୍ୟକ ଯୁଦ୍ଧ ସୋସିଆଲ ମିଡିଆରେ ପହଞ୍ଚିଛି। ଏକ ଖବରଦାତା ସମ୍ମିଳନୀରେ ହ୍ବାଇଟ ହାଉସ୍‌ ପ୍ରେସ୍‌ ସେକ୍ରେଟାରି କାରୋଲିନ...

ଶରଣକୁଳ ଥାନା ଏସ୍‌ଆଇଙ୍କୁ ଧରିଲା ଭିଜିଲାନ୍ସ: ମାମଲାରେ ସହଯୋଗ ପାଇଁ ଲାନେଉଥିଲେ…

ଭୁବନେଶ୍ୱର,୧୬।୪(ସତ୍ୟଜିତ୍‌ ରାଉତ): ଏକ ଆପରାଧିକ ମାମଲାରେ ସହଯୋଗ କରିବା ପାଇଁ ବିଚାରବିଭାଗୀୟ ହାଜତରେ ଥିବା ଜଣେ ଅଭିଯୁକ୍ତଙ୍କ ଝିଅଙ୍କଠୁ ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ...

ନ୍ୟାଶନାଲ ହେରାଲ୍ଡ ମାମଲା: ସୋନିଆ, ରାହୁଲଙ୍କ ନାଁରେ ଇଡିର ଚାର୍ଜଶିଟ୍‌

ନୂଆଦିଲ୍ଲୀ,୧୬।୪:ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସ୍ବତନ୍ତ୍ର ଅଦାଲତରେ ଚାର୍ଜଶିଟ୍‌ ଦାଖଲ କରିଛି। ଉକ୍ତ ଚାର୍ଜଶିଟ୍‌ରେ କଂଗ୍ରେସ ଏମ୍‌ପି ସୋନିଆ ଗାନ୍ଧୀ, ରାହୁଲ...

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଢେଙ୍କାନାଳ,୧୬।୪(ରତନ ନାୟାର): ଢେଙ୍କାନାଳ ଜିଲା ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ...

ବିଭିନ୍ନ ଦାବି ନେଇ କଂଗ୍ରେସର ମଶାଲ ଶୋଭାଯାତ୍ରା

ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ):ସୋରଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋରଡ଼ା ଏବଂ ବେଲଗୁଣ୍ଠାରେ କଂଗ୍ରେସ ପକ୍ଷରୁ ମଙ୍ଗଳବାର ରାତିରେ ମଶାଲ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା। ନାରୀ ସୁରକ୍ଷା ଓ...

SHG ମହିଳାଙ୍କ ପାଇଁ ଖୁସି ଖବର: ବିନା ସୁଧରେ ସରକାର ଦେବେ ୧୦ ଲକ୍ଷ ଟଙ୍କା ଋଣ

ଭୁବନେଶ୍ୱର, ୧୫ା୪(ସୁନିତ୍‌ ମିଶ୍ର):ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି)ଗୁଡ଼ିକ ପାଇଁ ସୁଧମୁକ୍ତ ଋଣ ବ୍ୟବସ୍ଥାକୁ ରାଜ୍ୟ ସରକାର ଜାରି ରଖିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ...

ଅସହ୍ୟ ତାତି

ଆଧୁନିକ ଯନ୍ତ୍ରପାତି, କଳକାରଖାନା ଓ ଯାନବାହନରୁ ବାହାରୁଥିବା ଅଙ୍ଗାରକାମ୍ଳ ଓ ଧୂଅଁା ବାୟୁମଣ୍ଡଳକୁ ପ୍ରଦୂଷଣ କରିବାରେ ଲାଗିଛି। ଏହାଦ୍ୱାରା ବାୟୁମଣ୍ଡଳର ତାପମାତ୍ରା ମଧ୍ୟ ବୃଦ୍ଧି ହେବାରେ...

ହିନ୍ଦୀରେ ଇଂଲିଶ୍‌ ନାମ

ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ଜାତୀୟ ଶୈକ୍ଷିକ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ଇଂଲିଶ୍‌-ମାଧ୍ୟମ ସ୍କୁଲଗୁଡ଼ିକରେ ପ୍ରଚଳିତ ନୂଆ ପାଠ୍ୟ ପୁସ୍ତକର ହିନ୍ଦୀ ନାମକରଣ କରିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image