କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ଏପରି କହିଲେ ବିଜେଡି, କଂଗ୍ରେସ

ଭୁବନେଶ୍ୱର,୯।୯(ବ୍ୟୁରୋ): ୫ କେନ୍ଦ୍ରମନ୍ତ୍ରୀ ଆଜି ଓଡ଼ିଶା ଆସୁଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏତେ ସଂଖ୍ୟାରେ କେନ୍ଦ୍ରମନ୍ତ୍ରୀ ଏକକାଳୀନ ଓଡ଼ିଶା ଆସିବାକୁ ନେଇ ପ୍ରତିକ୍ରିୟା ରଖଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ।

ବିଜେଡି କହିଛି, ଏବେ କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଯେଉଁ ଭଳି ଅତ୍ୟଧିକ ଆଗ୍ରହ ଦେଖାଉଛନ୍ତି ସ୍ବାଭାବିକ ଭାବେ ତାହା ଓଡ଼ିଶାବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି । ମନ୍ତ୍ରୀମାନେ ଆସି ଏଠାରେ ସମୟ ଦେଉଛନ୍ତି ନା ଦଳର ସାଂଗଠନିକ କାର୍ଯ୍ୟ କରୁଛନ୍ତି ବୋଲି ଦଳ ପ୍ରଶ୍ନ କରିଛି ।

ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ‘ଯଦି ଓଡ଼ିଶାର ବିକାଶ କରିବାକୁ ଆସୁଛନ୍ତି ତାହେଲେ ଓଡ଼ିଶାବାସୀ ଖୁସି ହେବେ । ଯଦି ଅନ୍ୟ କୌଣସି ରାଜନୈତିକ ଉଦ୍ଦେଶ୍ୟ ନେଇ ଆସିଥିବେ ତେବେ ସେମାନେ ନିରାଶ ହେବେ ।’

ସେହିପରି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କଟାକ୍ଷ କରି କହିଛନ୍ତି ,ରାଜନୈତିକ ପାଣିପାଗ ଦେଖି ୨୦୨୩ରେ ସାଧାରଣ ନିର୍ବାଚନ ହେବ ବୋଲି ସେ ଆକଳନ କରିଛନ୍ତି। ଭାଜପା ଦରଦାମ ବୃଦ୍ଧି ଲାଗି ଲୋକଙ୍କ ବିଶ୍ବାସ ଭାଜନ ହୋଇପାରନାହିଁ। କଂଗ୍ରେସ ବି ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି ବୋଲି ସୁର କହିବା ସହିତ ଦଳର ୧୦୦ ବିଧାୟକ ସିଟ ଫାଇନାଲ ହୋଇସାରିଛି, ସେମାନଙ୍କୁ ନିର୍ବାଚନମଣ୍ଡଳୀରେ ଫୋକସ କରିବାକୁ କୁହାଯାଇଛି ବୋଲି କହିଛନ୍ତି । ପିସିସି ସଭାପତି ଶରତଙ୍କ ନେତୃତ୍ୱରେ ରାଜ୍ୟରେ କଂଗ୍ରେସ ସରକାର କରିବ ବୋଲି ସୁର କହିଛ

Share