ତାଗିଦ ପରେ ବି ମୁହଁ ଖୋଲିଲେ ବିଜେଡି କର୍ପୋରେଟର୍‌

ଭୁବନେଶ୍ୱର, ୫।୭ (ବନ୍ଦନା ସେଠୀ):ଭୁବନେଶ୍ୱର ବିଜେଡିର ସାଙ୍ଗଠନିକ ଜିଲା ସଭାପତି ସୁଶାନ୍ତ ରାଉତଙ୍କ ତାଗିଦା ପରେ ବି ମୁହଁ ବନ୍ଦ କରିପାରିନାହାନ୍ତି ବିଜେଡି କର୍ପୋରେଟର ବିରଞ୍ଚତ୍ ନାରାୟଣ ମହାସୁପକାର। ଗଣମାଧ୍ୟମକୁ ବିବୃତ୍ତି ଦେଇ ସେ କହିଛନ୍ତି, ଦଳର ସଭାପତି ନବୀନ ପଟ୍ଟନାୟକ ସର୍ବାଗ୍ରେ ରହିଛନ୍ତି। ତାଙ୍କ ଅନୁମତି ବିନା ଆମେ କିଛି କରିପାରିବୁ ନାହିଁ। ଯେଉଁମାନେ ଖବରଦାତା ସମ୍ମିଳନୀ କରିଥିଲେ ଏବଂ ଯେଉଁଭଳି ବକ୍ତବ୍ୟ ବାହାରେ ରଖୁଛନ୍ତି, ତାହା ଠିକ୍‌ ନୁହେଁ। ଏଭଳି ସମ୍ମିଳନୀ କରିବା ସମ୍ପୃକ୍ତ କର୍ପୋରେଟରଙ୍କ ବୁଦ୍ଧି ନୁହେଁ, ଏଥିପାଇଁ ତାଙ୍କୁ କୌଣସି ବିଧାୟକ କିମ୍ବା ହାରିଥିବା ବିଧାୟକ ପ୍ରବର୍ତ୍ତାଇଛନ୍ତି। ଏହା ଠିକ୍‌ ନୁହେଁ ବୋଲି ବିରଞ୍ଚତ୍ କହିଛନ୍ତି।

Share