Posted inରାଜ୍ୟ

ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ସବୁ ଜାଣି ଅଜଣା ହେଉଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୦।୧(ଅନିଲ ଦାସ)-ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ସବୁ ଜାଣି ଅଜଣା ହେବାର ନାଟକ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ସରକାରଙ୍କ ମିନି ରତ୍ନ ସଂସ୍ଥା କରିଛି ଶିକ୍ଷକ ନିଯୁକ୍ତି। ଟୁଇଟ୍‌ ଜରିଆରେ ଧର୍ମେନ୍ଦ୍ରଙ୍କୁ ଏଭଳି ଜବାବ ଦେଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।

ପ୍ରଣବ କହିଛନ୍ତି ଯେ ଧର୍ମେନ୍ଦ୍ର ଭାଇ ବୋଧେ ଜାଣିନାହାନ୍ତି କିମ୍ବା ଜାଣିକି ନାଟକ କରୁଛନ୍ତି। ଶିକ୍ଷକ ନିଯୁକ୍ତିର ପୂରାପ୍ରକ୍ରିୟା କେନ୍ଦ୍ରୀୟ ସଂସ୍ଥା ଇଡିସିଆଇଏଲ୍‌ ଜରିଆରେ କରାଯାଇଛି, ଯାହା ଆପଣଙ୍କ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଛି। ଏହି କେନ୍ଦ୍ରୀୟ ସଂସ୍ଥାଟି ‘ମିନି ରତ୍ନ’ ବର୍ଗରେ ଆସୁଛି। ଆପଣ କ’ଣ କହିବାକୁ ଚାହୁଛନ୍ତି ଯେ ଆପଣଙ୍କ ନିଜସ୍ବ ସଂସ୍ଥା ନିଯୁକ୍ତି ପ୍ରକ୍ରିୟାରେ ଜାଲିଆତି କରିଛି ।

ପ୍ରଣବ ପୁଣି ଦର୍ଶାଇଛନ୍ତି ଯେ କେନ୍ଦ୍ରୀୟ ସଂସ୍ଥା ଇଡିସିଆଇଏଲ୍‌ କେନ୍ଦ୍ରୀୟ ବିଦ୍ୟାଳୟଠାରୁ ଆରମ୍ଭ କରି ଜବାହର ନବୋଦୟ ବିଦ୍ୟାଳୟ, ଏମ୍ସ, ଭାରତୀୟ ସେନା ଏବଂ ଅନ୍ୟାନ୍ୟ ସଂସ୍ଥା ପାଇଁ ହଜାର ହଜାର ସଂଖ୍ୟାରେ ନିଯୁକ୍ତି କରିଥାଏ। ସେଠି ମଧ୍ୟ କ’ଣ ଅନିୟମିତତା ହୋଇଥିବା ଆପଣ କହିବାକୁ ଚାହୁଁଛନ୍ତି। ଧର୍ମେନ୍ଦ୍ରଙ୍କ ଉଦ୍ଦେଶ୍ୟରେ ପ୍ରଣବ ପୁଣି କହିଛନ୍ତି ଯେ ଆପଣଙ୍କ ନିଜ ସଂସ୍ଥା ନିଯୁକ୍ତି କରିଛି। ହେଲେ କିଛି ନ ବୁଝି ଡାହା ମିଛ ଓ ନିରାଧାର କଥା କହିବାରେ ଆପଣଙ୍କ ଅହେତୁକ ଆଗ୍ରହ ଦେଖି ଲୋକେ ହସିବା ଆରମ୍ଭ କଲେଣି। ଲାଗୁଛି, ମାହାଲ ମାଣ୍ଡାକୁ ସୃଷ୍ଟି କରିବାରେ ଆପଣଙ୍କର ବଡ଼ ଭୂମିକା ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର,୧୬ା୯(ସତ୍ୟଜିତ୍‌ ରାଉତ): ସୁଭଦ୍ରା ଯୋଜନାର ଶୁଭାରମ୍ଭ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭୁବନେଶ୍ୱର ଆସୁଛନ୍ତି। ଏଥିପାଇଁ ରାଜଧାନୀରେ ବିପୁଳ...

ମା’ ହାତୀ ମୃତ୍ୟୁର ତିନିଦିନ ପରେ ଛୁଆ ଉଦ୍ଧାର

ଭବାନୀପାଟଣା/ନର୍ଲା,୧୬ା୯ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର)- କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡିମାଲ ନିକଟ ଜଙ୍ଗଲ ପାର୍ଶ୍ୱରୁ ଗତ ଶୁକ୍ରବାର ଏକ...

ସୁଭଦ୍ରା ନାଁ’ରେ ବଡ଼ ଠକେଇ: ମହିଳାଙ୍କ ଖାତାରୁ ୧୨ ହଜାର ଟଙ୍କା ଗାଏବ

ନିମାପଡ଼ା,୧୬।୯(ବିଚିତ୍ରାନନ୍ଦ ସାହୁ): ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ଖାତାକୁ ଟଙ୍କା ଯିବାର ଗୋଟିଏ ଦିନ ପୂର୍ବରୁ ବଡ଼ ଠକେଇରେ ପଡିଛନ୍ତି ମହିଳା। ଚାହୁଁଛହୁଁ ଖାତାରୁ ଉଡିଯାଇଛି କଷ୍ଟ...

ସୁଭଦ୍ରା ଟଙ୍କା ପାଇଁ କୋରାପୁଟରୁ ଭୁବନେଶ୍ୱର ଆସିଲେ ୧୦୦ ମହିଳା

କୋରାପୁଟ,୧୬।୯(ଅମିତାଭ ବେହେରା ): ମଙ୍ଗଳବାର ଭୁବନେଶ୍ୱରଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯିବ । ଏନେଇ ସୋମବାର କୋରାପୁଟ ଜିଲାରୁ ୧୦୦ଜଣ ସୁଭଦ୍ରା ହିତାଧିକାରୀ ବସ୍‌ ଯୋଗେ...

ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଧାନ ବସ୍ତାରେ ଥିବା ଟଙ୍କା ଖାଇଗଲେ

କେନ୍ଦୁଝର,୧୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ହାତୀଙ୍କ ଉପଦ୍ରଵ ବଢ଼ିବାରେ ଲାଗିଛି। ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ...

କାର ଭିତରେ ଅଜଗର: ୫ ଘଣ୍ଟା ଉଦ୍ୟମ ପରେ ହେଲା ଉଦ୍ଧାର

ଯାଜପୁର,୧୬।୯: କାର ଭିତରୁ ବାହାରିଲା ଅଜଗର। ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ତେନ୍ତୁଲିଖୁଣ୍ଟା ଗାଁ ହୁଣ୍ଡାଇ ସୋ’ ରୁମ ନିକଟରେ। ଜଣେ...

ଭୁବନେଶ୍ୱର ରାଜରାସ୍ତାରେ ବେପରୁଆ ଡ୍ରାଇଭିଂ ଘଟଣା: ୫ ଜଣଙ୍କୁ ବାନ୍ଧିଲା ପୋଲିସ, ୨ଟି ଗାଡ଼ି ଜବତ

ଭୁବନେଶ୍ବର,୧୬।୯: ରାଜଧାନୀ ଭୁବନେଶ୍ୱରରେ ବେପରୁଆ ଡ୍ରାଇଭିଂ କରିବାରୁ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଏଥିସହିତ ୨ଟି ଗାଡ଼ି ମଧ୍ୟ ଜବତ କରାଯାଇଛି...

ନଦୀ ପାର ହେଉଥିଲେ: ଝାମ୍ପିନେଲା କୁମ୍ଭୀର

କେନ୍ଦ୍ରାପଡ଼ା,୧୬।୯: କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଧୀନ ଦିନିଆରି ଗାଁରେ ସୋମବାର ଏକ ଅଘଟଣ ଘଟିଛି। ନଦୀ ପାର ହେବା ବେଳେ ଜଣେ ବୃଦ୍ଧଙ୍କୁ ଝାମ୍ପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri