ଭାଜପା ବିରୋଧରେ ପ୍ରଚାର ପତ୍ର ବାଣ୍ଟିଲା ବିଜେଡି

ବ୍ରହ୍ମପୁର,୨୬।୮(ନରସିଂହ ସାହୁ): ଭାଜପା ଗତ ନିର୍ବାଚନୀ ସଂକଳ୍ପପତ୍ରରେ ହିତାଧିକାରୀଙ୍କ ଭତ୍ତା ବୃଦ୍ଧି କରାଯିବାର ପ୍ରତିଶ୍ରୁତି ଦେଇଥିଲା। ରାଜ୍ୟରେ ସରକାର ଗଠନ ପରେ ଭାଜପା ତାହା ଭୁଲି ଯାଇଛି। ଏହାର ପ୍ରତିବାଦରେ ବ୍ରହ୍ମପୁରରେ ବିଜେଡି ପକ୍ଷରୁ ପ୍ରଚାର ପତ୍ର (ଲିଫଲେଟ) ମାଧ୍ୟମରେ ମୋହନ ମାଝୀ ସରକାର ବିରୋଧରେ ଜନ ସଚେତନତା ସୃଷ୍ଟି ଆରମ୍ଭ ହୋଇଛି। ସରକାର ପ୍ରତିଶୁ୍ରତି ପାଳନ କରିବାକୁ ବିଜେଡି ଦାବି କରିଛି। ନଚେତ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତବାନୀ ଦିଆଯାଇଛି।
ବିଜେଡି ପକ୍ଷରୁ ମହିଳା, ଯୁବ, ଛାତ୍ର ଓ ଅନ୍ୟ ଛାମୁଆ ସଂଗଠନ କର୍ମକର୍ତ୍ତାଙ୍କୁ ନେଇ ସମନ୍ବୟ କମିଟି ଗଠନ ହୋଇଛି। କମିଟି ନାଁରେ ପ୍ରଚାର ପତ୍ର ଛପାଯାଇଛି। ସବୁ ୱାର୍ଡରେ ହଜାର ହଜାର ଲିଫଲେଟ ବଣ୍ଟା ଆରମ୍ଭ ହୋଇଛି। ଏବେ ମହାନଗର ନିଗମର ୪୨ ୱାର୍ଡ ମଧ୍ୟରୁ ୩୬ଟିରେ ବିଜେଡି କର୍ପୋରେଟର ଅଛନ୍ତି। ସେମାନଙ୍କ ଦ୍ୱାରା ଘରକୁ ଘର ବୁଲି ପ୍ରଚାର ପତ୍ର ବଣ୍ଟା ଅଭିଯାନ ଚାଲିଛି। ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ମହିଳା ବିଜେଡି ଜିଲା ସଭାନେତ୍ରୀ ତଥା ବିଇଏମ୍‌ସି ମେୟର ସଂଘମିତ୍ରା ଦଳେଇ କାର୍ଯ୍ୟକ୍ରମ ତଦାରଖ କରୁଛନ୍ତି। ବିଜେଡି କହିବାନୁସାରେ ଭତ୍ତାଧାରୀଙ୍କୁ ୩୦୦୦ ଏବଂ ବୟସ୍କ ମାନଙ୍କୁ ୩୫୦୦ ଟଙ୍କା ଦେବାର ଭାଜପା ସରକାର ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା। ତେବେ ମୋହନ ସରକାରଙ୍କ ପ୍ରଥମ ବଜେଟରେ କେବଳ ୮୦ ବର୍ଷରୁ ଅଧିକ ହିତାଧିକାରୀଙ୍କୁ ମାସିକ ସାଢ଼େ ୩ ହଜାର ଟଙ୍କା ଭତ୍ତା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଅନ୍ୟ ହିତାଧିକାରୀମାନଙ୍କୁ ଏଥିରୁ ବଞ୍ଚିତ କରି ଭାଜପା ପ୍ରତାରଣା କରିଥିବା ପ୍ରଚାର ପତ୍ରରେ ଦର୍ଶାଯାଇଛି।
କେବଳ ଭତ୍ତା ବୃଦ୍ଧି ନୁହେଁ ସମସ୍ତଙ୍କୁ ମାସିକ ୩୦୦ ୟୁନିଟ ମାଗଣା ବିଦ୍ଯଯତ ମଧ୍ୟ ଛାଡ଼ କରିବାର ଭାଜପା ପ୍ରତିଶ୍ରୁତି ଦେଇଥିଲା। ତାହା ମଧ୍ୟ ଫମ୍ପା ପ୍ରତିଶୁ୍ରତିରେ ପରିଣତ ହୋଇଛି। ମହିଳାଙ୍କ ସୁଭଦ୍ରା ଯୋଜନାରେ କେଁ ରଖାଯାଇଛି। ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ସବୁ ହିତାଧିକାରୀଙ୍କୁ ଆସନ୍ତା ମାସରୁ ୩୦୦୦ ଟଙ୍କା ଲେଖାଏଁ ଦିଆନଗଲେ ଭାଜପା ସରକାର ବିରୋଧରେ ବିଜେଡି ରାଜରାସ୍ତାରେ ଆନ୍ଦୋଳନକୁ ଜୋରଦାର କରିବାର ସତର୍କ କରିଦେଇଛି।
ପ୍ରତିକ୍ରିୟାରେ ଜିଲା ଭାଜପା ସଭାପତି ଡ଼ା. ସୁବାସ ସାହୁ କହିଛନ୍ତି ବର୍ତ୍ତମାନର ସରକାର ସବୁ ପ୍ରତିଶ୍ରୁତି କ୍ରମାନ୍ବୟରେ କାର୍ଯ୍ୟକାରୀ କରିବାକୁ ଅଙ୍ଗୀକାରବଦ୍ଧ। ଗତ ନିର୍ବାଚନରେ ବିଜେଡି ଶୋଚନୀୟ ଭାବେ ପରାଜିତ ପରେ ନୂଆ ସରକାରକୁ ଟାର୍ଗେଟ କରି ବିଭ୍ରାନ୍ତିକର ପ୍ରଚାର କରୁଛି ବୋଲ ସେ ସୂଚାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

ଲିଜ୍‌ଧାରୀଙ୍କୁ ୭.୩୮ କୋଟି ଜରିମାନା

ଯାଜପୁର,୨୦ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ପଥର ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଲିଜ୍‌ଧାରୀ ନାରାୟଣ ରାଉତଙ୍କୁ...

ବ୍ରାହ୍ମଣୀଗାଁ ଥାନାରେ ଯୋଗ ଦେଲେ ନୂଆ ଆଇଆଇସି, କହିଲେ ଆପରାଧିକ ନିୟନ୍ତ୍ରଣ ତାଙ୍କ ପାଇଁ…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନାରେ ନୂଆ ଆଇଆଇସି ଭାବେ ବିଜୟ କୁମାର ହାଇବୁରୁ ଗୁରୁବାର ବିଳମ୍ବିତ ରାତିରେ ଯୋଗଦାନ କରିଛନ୍ତି।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri