ସୁର କହିଲେ,‘ଭୋଟ ପାଇଁ ଟଙ୍କା ବାଣ୍ଟିଛି ବିଜେଡି’

ଭୁବନେଶ୍ୱର,୨୬।୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନର ଶନିବାରଠାରୁ ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡେରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ୮୫୧ ଜିଲା ପରିଷଦର ଆସନରୁ ବିଜେଡି ୨୦୦ରୁ ଅଧିକ ଆସନରେ ଆଗୁଆ ଅଛି।
ଏଥର ପଞ୍ଚାୟତ ନିର୍ବାଚନ ଟ୍ରେଣ୍ଡକୁ ନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ଭୋଟ ପାଇଁ ନବୀନ ସରକାର ଜନସାଧାରଣଙ୍କୁ ଟଙ୍କା ଦେଇଛନ୍ତି। ବିଜେଡି ଯେଉଁଭଳି ଭାବେ ଭୋଟ ପାଇଁ ଟଙ୍କା, ମଦ, ଖାଦ୍ୟ, ବସ୍ତ୍ର, ଜିନିଷପତ୍ର ଖର୍ଚ୍ଚ କରିଛି, ମୋ ଜାତକରେ ମୁଁ ଏସବୁ ଦେଖି ନ ଥିଲି। ବେକାର ଓ ଶିକ୍ଷିତ ଯୁବତୀ, ଯୁବକଙ୍କୁ ଯେଉଁ ଟିକେଟ ମିଳିଛି ସେମାନଙ୍କ ଭାଗ୍ୟ କ’ଣ ? ଅଧିକାଂଶ ଲୋକଙ୍କୁ ଟଙ୍କା ଦେଇ କିଣା ଯାଇଛି। ଶେଷ ପର୍ଯ୍ୟାୟ ଭୋଟ ଗଣତି ସରିବା ବେଳକୁ କଂଗ୍ରେସ ଦ୍ୱିତୀୟ ସ୍ଥାନକୁ ଆସିଯିବ।’

Share