ପରାଜୟ ଜାଣି ବିଜେଡି ଅଧିକ ଟଙ୍କା ବାଣ୍ଟୁଛି: ଭାଜପାର ଗୁରୁତର ଅଭିଯୋଗ

ଭୁବନେଶ୍ୱର, ୨୮।୫(ବ୍ୟୁରୋ):ଚଳିତ ନିର୍ବାଚନର ୩ୟ ପର୍ଯ୍ୟାୟ ଶେଷ ପରେ ବିଭିନ୍ନ ସଂସ୍ଥାର ଆକଳନ ଭାଜପା ସପକ୍ଷରେ ଯାଉଥିବା ଜାଣିପାରି ଶାସକ ବିଜେଡି ୪ର୍ଥ ପର୍ଯ୍ୟାୟ ନିର୍ବାଚନକୁ ନିଜ ସପକ୍ଷରେ ଆଣିବା ପାଇଁ ସବୁ ପ୍ରକାର କଳବଳ କୌଶଳ ପ୍ରୟୋଗ କରୁଛି। କିନ୍ତୁ ଓଡ଼ିଶାର ଜନତା ମନସ୍ଥ କରିଛନ୍ତି ରାଜ୍ୟରେ ଭାଜପା ସରକାର ଗଠନ କରିବେ। ବିଜେଡି ୨୫ ବର୍ଷ ଶାସନରେ କ’ଣ କରିଛି ତାହା ଉପରେ ଭାଜପା ପ୍ରଶ୍ନ କରିବା ପରେ ଶାସକ ଦଳ ବ୍ୟତିବ୍ୟସ୍ତ ହୋଇଛି। ରାଜ୍ୟବାସୀଙ୍କୁ ଉତ୍ତର ଦେବା ପରିବର୍ତ୍ତେ କିଛି ସରକାରୀ କର୍ମଚାରୀଙ୍କୁ ଲଗାଇ ଟଙ୍କା ବାଣ୍ଟିବା ଆରମ୍ଭ କରିଥିବା ଭାଜପା ଅଭିଯୋଗ କରିଛି। ଏନେଇ ଭାଜପାର ଏକ ପ୍ରତିନିଧିମଣ୍ଡଳୀ ସୋମବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛିି ଯେ, ପୂର୍ବ ନିର୍ବାଚନଗୁଡ଼ିକରେ ଅଭ୍ୟାସଗତ ଭାବେ ଟଙ୍କା ବାଣ୍ଟି ଆସୁଥିବା ବିଜେଡି ଏଥର ପରାଜୟ ସୁନିଶ୍ଚିତ ଜାଣି ଅଧିକ ମାତ୍ରାରେ ଟଙ୍କା ବାଣ୍ଟୁଛି। ଯାଜପୁର ଜିଲା କୋରେଇ ବ୍ଲକ କରଦା ପଞ୍ଚାୟତ ରାଣୀଗୋଡା ଗଁାର ସିଆର୍‌ପି ବାସନ୍ତୀ ଓଝା ବିଜେଡି କର୍ମୀ ଭଳି କାର୍ଯ୍ୟ କରୁଛନ୍ତି। ଓଝା କେତେକ ଗଁାରେ ବୈଠକ କରି ଲୋକଙ୍କୁ ଟଙ୍କା ବାଣ୍ଟି ବିଜେଡିକୁ ଭୋଟ ଦେବାକୁ ପ୍ରବର୍ତ୍ତାଉଛନ୍ତି। ଏହାଦ୍ୱାରା ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ ହେଉଥିଲେ ମଧ୍ୟ ଓଝାଙ୍କ ବିରୋଧରେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ତାଙ୍କୁ ସିଆର୍‌ପି ପଦରୁ ବହିଷ୍କାର ଓ ଗିରଫ କରାଯାଉ ବୋଲି ଭାଜପା ପ୍ରତିନିଧିମଣ୍ଡଳୀ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri